ଅଟୋରେ ଗୋଚାଲାଣ, ୧୬ ଗୋରୁ ଜବତ: ଡ୍ରାଇଭରଙ୍କ ସମେତ ୬ ଗିରଫ

ବାଲିଆପାଳ, ୨।୧୦(ଅମୂଲ୍ୟ କୁମାର ଦାସ): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜାମଶୁଳୀ ଛକରେ ଚଢାଉ କରି ୩ ମାଲବାହୀ ଅଟୋରେ ଗୋଚାଲାଣ ବେଳେ ୧୬ଟି ଗୋରୁ ଉଦ୍ଧାର କରାଯାଇଛି। ପୋଲିସ ୩ଟି ମାଲବାହୀ ଅଟୋ ଜବତ କରିଛି। ଗତ ବିଳମ୍ବିତ ରାତିରେ ଅଟୋରେ ଗୋରୁ ଚୋରାଚାଲାଣ ହେଉଥିବା ନେଇ ସିଂଲା ପୋଲିସ ଖବର ପାଇ ଜାମଶୁଳୀ ଛକରେ ଚଢାଉ କରିଥିଲା। ଏହି ଘଟଣାରେ ପୋଲିସ ଡ୍ରାଇଭରଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଦ୍ଧାର ଗୋରୁଗୁଡ଼ିକ ଗୋଶାଳାକୁ ପଠାଯାଇଥିବା ସିଂଲା ଥାନା ଅଧିକାରୀ ଭୂବନମୋହନ ସେଠୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ସିଂଲା ପୋଲିସ ୩ଟି ଗାଡ଼ି ଜବତ କରିବା ସହ ଥାନାରେ ମାମଲା (ନଂ. ୧୮୨/୨୩) ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।