ଗୋବରଗୋଲା ଜଳପ୍ରପାତ

ପର୍ଯ୍ୟଟନ ଋତୁ ଆସିଲେ କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମନେପଡେ ଗୋବରଗୋଲା ଜଳ ପ୍ରପାତ। ଜିଲାର ସଦରମହକୁମା ଭବାନୀପାଟଣାଠାରୁ ଏହାର ଦୂର ପ୍ରାୟ ୪୫ କି.ମି.। ଜୁନାଗଡ ବ୍ଲକ ଅନ୍ତର୍ଗତ ବୁଡିଦର ପଞ୍ଚାୟତରେ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି। ଏବେ ବି ଲୋକ ଲୋଚନକୁ ଆସି ପାରିନାହଁି। ଚାରିଆଡେ ଜଙ୍ଗଲ ପାହାଡ ମଧ୍ୟରେ ଲୁଚି ରହିଛି ଏହି ଜଳପ୍ରପାତ। ଜଳପ୍ରପାତରେ ପ୍ରାୟ ୪୦ ଫୁଟ ଉପରୁ ତଳକୁ ପାଣିପଡୁଥିବା ବେଳେ ସବୁବେଳେ ୩୦ ଫୁଟରୁ ଅଧିକ ପାଣି ମହଜୁଦ ରହିଥାଏ। ତେବେ ଏଠାକୁ ଯିବାକୁ କୌଣସି ସୁବିଧା ନାହଁ। ପର୍ଯ୍ୟଟନ ବିଭାଗର ନଜର ଏ ଯାଏଁ ପଡି ନ ଥିବାବେଳେ ଜଙ୍ଗଲ ବିଭାଗ ଜଳପ୍ରପାତ ପାଖ ଗଁା ଖୁଟୁଲୁଗୁଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛି। ସେଠାରୁ ଆଉ ୧ କି.ମି. ଜଙ୍ଗଲ ରାସ୍ତାରେ ଚାଲି ଗଲେ ଏହି ମନୋରମ ସ୍ଥାନ ପଡିବ। ଯଦି ଚାରିଚକିଆରେ ଗଲେ ଅମଠାଗୁଡା ପର୍ଯ୍ୟନ୍ତ ଯାଇ ହେବ, ସେଠାରୁ ଆଉ ୨ କି.ମି. ଚାଲିବାକୁ ପଡିବ। ଗୋବରଗୋଲା ଯାଏଁ ରାସ୍ତା ଏବଂ ଜଳପ୍ରପାତର ଚାରିପଟେ ବ୍ୟାରିକେଡ ସହିତ ବିଶ୍ରାମାଗାର ଓ ପାନୀୟଜଳ ବ୍ୟବସ୍ଥା କରାଗଲେ ଯାତ୍ରୀଙ୍କୁ ସୁବିଧା ମିଳନ୍ତା ଓ ଜିଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇପାରନ୍ତା।

କେମିତି ଯିବେ
ଭବାନୀପାଟଣାରୁ ବସ୍‌ ଯୋଗେ ଜୁନାଗଡକୁ ଯିବାକୁ ପଡିବ। ଜୁନାଗଡରୁ ଟ୍ୟାକ୍ସି କରି ପ୍ରାୟ ୧୮ କି.ମି. ଦୂର ବୁଡିଦର ପଞ୍ଚାୟତ ଅମଠାଗୁଡା ପର୍ଯ୍ୟନ୍ତ ଯିବାକୁ ହେବ। ସେଠାରୁ ୧ କି.ମି. ଯିବା ପରେ ସେହି ମନୋରମ ଦୃଶ୍ୟ ଦେଖିବା ସୁଯୋଗ ମିଳେ। ସ୍ଥାନଟିକୁ ଦେଖିବା ପରେ ଜୁନାଗଡକୁ ଆସି ହୋଟେଲରେ ରାତ୍ରିଯାପନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri