ଛେଳିର ଅନ୍ତ୍ୟେଷ୍ଟିକ୍ରିୟା

ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ ମିଳିଛି। ପୁଅ ଭଳି ପାଳି ଆସିଥିବା ଖାସି ଛେଳି ‘ମାତାଲ’ର ମୃତ୍ୟୁରେ ମ୍ରିୟମାଣ ହେବା ସହ ତା’ର ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି ନିଃସନ୍ତାନ ଦମ୍ପତି।
ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଧନେଶ୍ୱର ନାଏକ ଓ ସ୍ତ୍ରୀ ମିନତୀଙ୍କ ବିବାହର ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ନିସନ୍ତାନ ଅଛନ୍ତି। ଏ ନେଇ ଅନେକ ଚିନ୍ତାରେ ସେମାନେ କାଳାତିପାତ କରୁଥିବା ବେଳେ ଛେଳି ପାଳନ କରି ଚଳୁଥିଲେ। ସେମାନେ ୩୦ରୁ ଅଧିକ ଛେଳି ରଖିଛନ୍ତି। ସେଥି ମଧ୍ୟରୁ ‘ମାତାଲ’ ଥିଲା ଅନ୍ୟତମ। ସନ୍ତାନ ସନ୍ତତି ନ ଥିବାରୁ ‘ମାତାଲ’କୁ ନିଜର ପୁଅ ଭଳି ଆଦର କରୁଥିଲେ। ୮ ବର୍ଷର ହୋଇଥିବା ‘ମାତାଲ’ ମଣିଷ ଭଳି ସେମାନଙ୍କ ପାଖରେ ଶୁଏ, ଭାତ, ଡାଲି ଓ ତରକାରୀ ଖାଏ। ବୁଧବାର କୋଣସି କାରଣରୁ ‘ମାତାଲ’ର ମୃତ୍ୟୁ ପରେ ଉକ୍ତ ଦମ୍ପତି ସାହି ପଡ଼ିଶାଙ୍କୁ ଡାକି ମଣିଷଙ୍କ ଭଳି ନିଜ ବାଡ଼ିରେ ତା’ର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ବାଉଁଶ କୋକେଇ କରି ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କ ଗହଣରେ ଜୁଇରେ ନିଆଁ ଦେଇଥିଲେ। ଏବେ କରୋନା ଭୟରେ ମଣିଷଙ୍କ ଶେଷକୃତ୍ୟ ପାଇଁ ଆତ୍ମୀୟସ୍ବଜନ ଶବ ପାଖ ମାଡ଼ୁ ନ ଥିବା ବେଳେ ଏହି ଦମ୍ପତି ଏକ ଛେଳିକୁ ପୁଅ ଭଳି ସ୍ନେହ ଦେବା ଆଉ ତା’ର ମୃତ୍ୟୁ ପରେ ମଣିଷଙ୍କ ପରି ଶବ ସତ୍କାର କରିବା ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଇଁ ବୃଦ୍ଧ ଦମ୍ପତି ଚାଲିଲେ ୭ କି.ମି.

କେସିଙ୍ଗା,୧୬।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମପଞ୍ଚାୟତ ପୋଢ଼ଖମ୍ବ ଗ୍ରାମର ନବ ଛତ୍ରିଆ (୭୦), ଫୁଲମତି ଛତ୍ରିଆ (୬୮) ବୃଦ୍ଧ ଦମ୍ପତି ସୋମବାର ଜିଲାପାଳଙ୍କ...

‘ଉନ୍ନତିମୂଳକ କାର୍ଯ୍ୟ କରିବାରେ ନାଲ୍‌କୋ ଆଗୁଆ’

ବଅଁରପାଳ,୯ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମିନା ବଜାର ପଡିଆଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଇନ୍‌କମ ଟାକ୍ସ...

ନିର୍ଯାତୀତା ମହିଳାଙ୍କ ଭିଡିଓ ଭାଇରାଲ ନେଇ ପୋଲିସର ତନାଘନା

ବାହାନଗା, ୭ା୮(ଡି.ଏନ.ଏ.)-ଜଣେ ବିବାହିତ ମହିଳା ନିଜ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ବାହାନଗା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର...

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫନ: କଟକ, ପୁରୀ, ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବଙ୍ଗୋପସାଗର ମଧ୍ୟରେ ସୋମବାର ବାତ୍ୟା ‘ଅମ୍ଫନ’ ମହାବାତ୍ୟାର ରୂପ ନେଇଛି। ପାରାଦୀପଠାର ବର୍ତ୍ତମାନ ୭୮୦ କିମି ଦୂରରେ ବାତ୍ୟା ଅମ୍ଫନ ରହିଥିବା ବେଳେ ଘଣ୍ଟାକୁ...

ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ: ସର୍ବାଧିକ ସୁନ୍ଦରଗଡ଼ରୁ

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।...

ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ ଅଫିସ,୬।୭: ଦକ୍ଷିଣମୋଡ଼ କରାଗଲା ତିନି ରଥ। ମଙ୍ଗଳବାର ହେରାପଞ୍ଚମୀ ନୀତି ସମାପ୍ତ ପରେ ବୁଧବାରଠାରୁ ବାହୁଡାଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି। ପ୍ରଥା ଓ...

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର...

ଓଡ଼ିଶା ବନ୍ଦ ସଫଳ କରିବାକୁ ନିବେଦନ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଆସନ୍ତା ୧୨ ତାରିଖ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ...

Advertisement
Archives

Model This Week