Posted inଫୁରସତ

ମଣିଷଠୁ ବି ଚତୁର ଛେଳି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ଅନେକ ଲୋକ ଭାବନ୍ତି ଯେ, କେବଳ ମଣିଷ ହେଉଛି ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି। ପଶୁମାନଙ୍କର କୌଣସି କଥାରେ ଭାବନା ନାହିଁ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। କାରଣ ପ୍ରକୃତି ପ୍ରତ୍ୟେକ ପ୍ରାଣୀକୁ ଚିନ୍ତା କରିବା ଏବଂ ବୁଝିବା ପାଇଁ ଶକ୍ତି ଦେଇଛି। ଏହି ଅନୁଯାୟୀ ପରିସ୍ଥିତିକୁ ଆକଳନ କରିବାର କ୍ଷମତା ବି ସେମାନଙ୍କୁ ଦେଇଛି। ଏହାର ପ୍ରମାଣ ଏକ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ ବହୁତ ପ୍ରଶଂସା କରାଯାଉଛି। ଏକ ଭିଡିଓରେ ଛେଳିପଲ ଭରା ପାଣିଥିବା କେନାଲ ପାର୍‌ ହେଉଛନ୍ତି। ଭିଡିଓରୁ ମଣିଷମାନେ ମଧ୍ୟ କିଛି ଶିଖିବା କଥା। ଧାଡ଼ି ବାନ୍ଧି ଜଣକ ପରେ ଜଣେ ଶୃଙ୍ଖଳିତ ଭାବେ ନାଳ ପାରି ହେଉଛନ୍ତି।

ଆଇପିଏସ ଅଧିକାରୀ ଦିପାଂଶୁ କାବ୍ରା ତାଙ୍କ ଟୁଇଟର ଆକାଉଣ୍ଟରେ ଅନେକ ସମୟରେ ଆଶ୍ଚର୍ଯ୍ୟଜକ ଭିଡିଓ ପୋଷ୍ଟ କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି। ଭିଡିଓ ଶେୟାର କରି ସେ ଏଥିରେ କ୍ୟାପଶନ ଲେଖିଛନ୍ତି,‘ତୁମେ କେବଳ ଅନ୍ୟମାନଙ୍କ ସ୍ଥାନ ଦେଇ ଆଗକୁ ବଢ଼ିପାରିବ।

ଭିଡିଓରେ ଛେଳିପଲ କେନାଲ ପାର୍‌ ହେଉଛନ୍ତି। ନଦୀରେ ଥିବା ଗୋଟିଏ ପରେ ଗୋଟିଏ ପଥର ଉପର ଦେଇ ସେମାନେ ଡେଇଁ ଚାଲିଛନ୍ତି। ତାଙ୍କ ପଛରେ ଜଣେ ମହିଳା ଥିବା ନଜର ଆସିଛନ୍ତି। ଗୋଟିଏ ଛେଳି ପଥର ଉପରେ ଉପରକୁ ଡେଇଁ ସାରିବା ପରେ ଯାଇ ଆଉ ଗୋଟିଏ ଡେଉଁଛି। ସେମାନଙ୍କର ଏତେ ବୁଝାମଣା ଅଛି ଯେ, ସେମାନେ ଆଗକୁ ଯିବା ପାଇଁ ଆଗରେ ଥିବା ଛେଳିକୁ ଅପେକ୍ଷା କରୁଛନ୍ତି। ସେ ଡେଇଁ ସାରିବା ପରେ ଜଣକ ପରେ ଜଣେ ପୁଣି ଡେଇଁବା ଆରମ୍ଭ କରୁଛନ୍ତି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଅନେକ ୟୁଜର ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ନେତାମାନେ ଏହିପରି ଅଟନ୍ତି। ଆଉ ଜଣେ ୟୁଜର ପଶୁମାନଙ୍କର ଏପରି ବୁଦ୍ଧିଆପଣ ଦେଖି ଏତେ ପ୍ରଭାବିତ ହୋଇଛନ୍ତି ଯେ, ସେ କହିଛନ୍ତି ମଣିଷମାନେ ପଶୁ ପରି ହୁଅନ୍ତେ ଭଲା। ଅନ୍ୟ ଜଣେ ୟୁଜର କହିଛନ୍ତି,ଆଗକୁ ବଢ଼ିବା କିମ୍ବା ପଛକୁ ଫେରିବା, ଅନ୍ୟମାନଙ୍କୁ ଦେଖି ଜଣେ ଶିଖିପାରିବ। ଅନେକ ଲୋକ ଛେଳିମାନଙ୍କର ସମନ୍ବୟକୁ ମଧ୍ୟ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri