Categories: ଫୁରସତ

Viral Video: ଛେଳି ଚୋରି କରିବାକୁ କାର୍‌ରେ ଆସିଲେ ଚୋର, ପରେ ଏଭଳି ଉପାୟ ଆପଣାଇଲେ ଯେ ଦେଖିଲେ…

ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ପ୍ରତ୍ୟହ କିଛି ନା କିଛି ଭାଇରାଲ ହୋଇଥାଏ। ସେଥିରୁ କିଛି ଭାବୁକ କରୁଥିବା ବେଳେ କିଛି ମଜାଦାର ଥାଏ। ଏହି କ୍ରମରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଛେଳି ଚୋରି କରିବାକୁ ଜଣେ ବ୍ୟକ୍ତି ଏଭଳି ଉପାୟ ଆପଣାଉଛନ୍ତି ଯାହାକୁ ଦେଖି ଚକିତ ହେବେ ନିଶ୍ଚୟ। କିଛି ମିନିଟ୍‌ରେ ଏହାକୁ ହଜାର ହଜାର ଲୋକ ଦେଖିଥିବା ବେଳେ ପ୍ରତିକ୍ରିୟା ରଖୁଛନ୍ତି।

କେଇ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୁଇ ଜଣ ବ୍ୟକ୍ତି ରାସ୍ତାକଡ଼ରେ ଛିଡ଼ା ହୋଇଛନ୍ତି। ପ୍ରଥମରେ ଦୁହେଁ ଅଜଣା ଲାଗୁଛନ୍ତି। ହେଲେ କିଛି ସମୟ ପରେ ଅଙ୍ଗଭଙ୍ଗୀରୁ ସେମାନେ ଚୋର ଭଳି ମନେ ହେଉଛନ୍ତି। ଏପରିକି ଛେଳି ଚୋରି କରିବା ତାଙ୍କ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ ହେଉଛି। ପରେ ସେଠାରେ ଏକ ଗାଡ଼ି ଅଟକୁଛି। ସୁଯୋଗ ଦେଖି ଜଣେ ଚୋର କାର୍‌ର ପଛ ଡୋର ଖୋଲି ଭିତରେ ବସୁଛନ୍ତି। ସେଠାରେ ସେ ବସି ଛେଳିଟିକୁ ପାଖକୁ ଆସିବାର ଅପେକ୍ଷା କରୁଛନ୍ତି। ଛେଳିଟି ଖାଦ୍ୟ ଆସିବା ପରେ ସେ ତୁରନ୍ତ ତାକୁ ଟାଣିନେଇ ଡୋର୍‌ଟିକୁ ବନ୍ଦ କରିଦେଉଛନ୍ତି। ଏହି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ତାହା ଭାଇରାଲ ହେଉଛି।

Share