Categories: ଫୁରସତ

୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ‘ତୈମୁର’

ଇଦ୍‌-ଉଲ୍‌-ଜୁହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଇଦ୍‌ ଉପଲକ୍ଷେ ବଜାରରେ ଛେଳିଙ୍କ ଦାମ୍‌ ମଧ୍ୟ ଆକାଶଛୁଆଁ। ଅନ୍‌ଲାଇନ୍‌ ମାର୍କେଟ୍‌ରେ ବି ଲକ୍ଷାଧିକ ଟଙ୍କାରେ ଛେଳି ବିକ୍ରି ହେଉଛନ୍ତି।

ଗୁଜରାଟର ସୁରଟଠାରେ ଜଣେ ବେପାରୀ ଇଦ୍‌ ପୂର୍ବରୁ ଏକ ବଡ଼ ପ୍ୟାକେଟ୍‌ ଲଗାଇଛନ୍ତି। ସେ ‘ତୈମୁର’ ନାମକ ଏକ ଛେଳିକୁ ୧୧ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ସୁରଟ ସହରର ସଗରାମପୁରା ଅଞ୍ଚଳରେ ରହୁଥିବା ଅଶଫାକ୍‌ ଛେଳି ବ୍ୟବସାୟ କରନ୍ତି। ଏଥର ମଧ୍ୟ ଇଦ୍‌ ପୂର୍ବରୁ ଉଚ୍ଚ ଦାମ୍‌ରେ ଛେଳି ବିକ୍ରି କରୁଛନ୍ତି। ବିକ୍ରି ପାଇଁ ରଖାଯାଇଥିବା ଛେଳିଗୁଡ଼ିକ ହେଲେ କଶ୍ମୀର, କାଠିଆଓ୍ବାଡି, ଜେଟା, କୋଟା ଏବଂ ଶିରୋଇନ ପ୍ରଜାତିର। ଏ ସମସ୍ତ ଛେଳିଗୁଡ଼ିକ ମଧ୍ୟରୁ ‘ତୈମୁର’ନାମକ ଛେଳି ସ୍ବତନ୍ତ୍ର ଅଟେ। ପଞ୍ଜାବୀ ପ୍ରଜାତିର ଏହି ଛେଳିର ଓଜନର ୧୯୨ କିଲୋଗ୍ରାମ। ଏହାର ଉଚ୍ଚତା ୪୬ ଇଞ୍ଚ। ଏହା ଦେଖିବାକୁ ବହୁତ ସୁନ୍ଦର।

ଅଶଫାକ କୁହନ୍ତି, ତୈମୁରକୁ ସୁରଟର ଜଣେ ବିଲ୍ଡର ୧୧ ଲକ୍ଷ ଟଙ୍କା ଦେଇ କିଣି ନେଇଛନ୍ତି। ଇଦ୍‌ ଦିନ ଏହାକୁ ମରାଯିବ। ତୈମୁରକୁ ପୂରା ସାଜସଜା କରି ଦିଆଯାଇଛି।

Share