Categories: ଫୁରସତ

ଛେଳିକୁ ଦେଖି ଡରିଗଲା ହାତୀ: ଭିଡିଓ କରିବ ଆଶ୍ଚର୍ଯ୍ୟ

ହାତୀକୁ ପୃଥିବୀର ସବୁଠାରୁ ବଡ ପଶୁ ବୋଲି କୁହାଯାଏ। ଏପରିକି ଜଙ୍ଗଲର ରାଜା ମଧ୍ୟ ତାକୁ ଦେଖି ଥରି ଉଠନ୍ତି। ହାତୀ ଚାହିଁଲେ କିଛି ମିନିଟ ମଧ୍ୟରେ ଶକ୍ତିଶାଳୀ ଗଛକୁ ମଧ୍ୟ ଉପାଡି ଫୋପାଡି ଦେଇପାରେ। କିନ୍ତୁ ସେଇ ହାତୀ ଯେ, ଏକ ଛେଳିକୁ ଦେଖି ଭୟ କରିବ ତାହା ନିହାତି ଆଶ୍ଚର୍ଯ୍ୟଜନକ କଥା।
ଏଭଳି ଏକ ଭୟଭୀତ ହାତୀର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଏକ ଶିଶୁ ହାତୀ ଯାଉଥିବା ଦେଖିବାକୁ ମିଳିଛି। ତା’ ଆଖି ଡାହାଣ ପଟେ ଥିବା କଳା ରଙ୍ଗର ଛେଳି ଉପରେ ପଡିଗଲା। ହାତୀଟି ଛେଳି ଦେଖିବା ପରେ ଭୟରେ ମା’ ପାଖକୁ ପଳାୟନ କରିଛି। ଭିଡିଓଟି ୭୦,୦୦୦ରୁ ଅଧିକ ଲାଇକ ପାଇଛି। ଏହି ଭିଡିଓକୁ elephantsofworld ବକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି।

Share