ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଜାରି

କୁଜଙ୍ଗ,୮ା୧ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ପୋଲିସ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତ ୪ ତାରିଖରେ ଢିଙ୍କିଆ ଗାଁରେ ପୋଲିସକୁ ଆକ୍ରମଣ ଘଟଣାରେ ସସ୍ମିତା ଓ ଲକ୍ଷ୍ମୀ ମଲ୍ଲିକଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଉଭୟ ଅଭିଯୁକ୍ତ ମାରଣାସ୍ତ୍ର ଧରି ଢିଙ୍କିଆ ଜଙ୍ଗଲ ନିକଟ ପାନବରଜ ଅଞ୍ଚଳରେ ବୁଲୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ସେହିପରି ଉକ୍ତ ଗ୍ରାମର ସୁଶୀଲ ସ୍ବାଇଁଙ୍କୁ ଆକ୍ରମଣ ଓ ଲୁଟ୍‌ ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଗୁରୁବାର ରାତିରେ ଆଇଓସିଏଲ୍‌ରୁ ଡ୍ୟୁଟି ସାରି ଫେରୁଥିବାବେଳେ ଗଁାମୁଣ୍ଡ ରାସ୍ତାରେ ସୁଶୀଲଙ୍କୁ ୯ ଜଣ ଆକ୍ରମଣ କରି ୭ ହଜାର ଟଙ୍କା ଓ ଏକ ସୁନାମୁଦି ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା। ପରେ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଆହତମାନେ ଚିକିତ୍ସା ନିମନ୍ତେ ପାରାଦୀପର ଅଠରବାଙ୍କିସ୍ଥିତ ବିଜୁ ସ୍ମାରକୀ ଡାକ୍ତରଖାନାକୁ ଯାଇଥିବାବେଳେ ସେଠାରୁ ପୋଲିସ ସେମାନଙ୍କୁ ଗିରଫ କରିଛି ବୋଲି ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି। ସେମାନେ ହେଲେ ସୁଜନ ମଲ୍ଲିକ୍‌, ଶରତ ମଲ୍ଲିକ୍‌, ଶଙ୍କର ମଲ୍ଲିକ୍‌, ଶିବ ମଲ୍ଲିକ୍‌, କୁସୁମ ମଲ୍ଲିକ୍‌, ପାର୍ବତୀ ମଲ୍ଲିକ୍‌ ଏବଂ ଝିନି ମଲ୍ଲିକ୍‌। ସେଠାରୁ ୨ ଜଣ ଖସିଯିବାକୁ ସକ୍ଷମ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଫୋର୍ସ ସହ ପାଟଣାପଟୁ ଢିଙ୍କିଆକୁ ପ୍ରବେଶ ପଥରେ ହୋଇଥିବା ଫାଟକ ନିକଟରେ ପହଞ୍ଚତ୍ଥିଲେ। ମାତ୍ର ବିରୋଧୀମାନେ ଗେଟ୍‌ ନ ଖୋଲିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୋଲିସ ଫୋର୍ସ ସହ ଫାଟକ ସମ୍ମୁଖରେ ଜଗି ରହିଥିଲା। ଅପରପକ୍ଷେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି। ଏପର୍ଯ୍ୟନ୍ତ ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର, ପାଟଣା, ମାହଳ ଓ ଢିଙ୍କିଆ ଗ୍ରାମର ୨୬୧ ପାନବରଜ ମାପଚୁପ ହୋଇଥିବା ବେଳେ ୧୧୮ଟି ଅଧିଗ୍ରହଣ କରାଯାଇଛି ଏବଂ ଏହାର ମାଲିକମାନଙ୍କ ମଧ୍ୟରୁ ୬୩ ଜଣଙ୍କୁ ୧ କୋଟି ୬୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri