Categories: ଜାତୀୟ

ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା: ଇଣ୍ଡିଗୋ ବିମାନର ନୋଜ ଏରିଆରେ ଫସିଲା ଗାଡି

ନୂଆଦିଲ୍ଲୀ,୨ ।୮: ରାଜଧାନି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାଶନାଲ ବିମାନ ବନ୍ଦରରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବିମାନ ବନ୍ଦରର ଏକ ଭିଡିଓ ଆଜି ସାମ୍ନାକୁ ଆସିଛି । ଯେଉଁଥିରେ ଇଣ୍ଡିଗୋ ବିମାନର ନୋଜ ଏରିଆରେ ଏକ ଗାଡି ଫସି ରହିଥିବା ଦେଖାଯାଇଛି । ସୂଚନଯୋଗ୍ୟ, ଇଣ୍ଡିଗୋ ଏୟାର ଲାଇନ୍ସର ଏହି ବିମାନ ଦିଲ୍ଲୀରୁ ପାଟନା ଯାତ୍ରା କରିବାର ଥିଲା । ଏହି ଘଟଣାକୁ ନେଇ ବିମାନ ବନ୍ଦର ଅଧିକାରୀ ଓ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Share