Categories: ଜାତୀୟ

ଟୁଇଟରରେ ‘ଗୋ ବ୍ୟାକ୍‌ ମୋଦି’ ଟ୍ରେଣ୍ଡ୍‌

ମୋର୍‌ବି,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ ଟୁଇଟରରେ ୟୁଜର୍ସ ନାନା ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି। ବିରୋଧୀ ୟୁଜର୍ସଙ୍କ ‘ହ୍ୟାଶ୍‌ଟ୍ୟାଗ୍‌ ଗୋ ବ୍ୟାକ୍‌ ମୋଦି’ ଟ୍ରେଣ୍ଡ୍‌ କରୁଥିବାବେଳେ ଏହାର ମୁକାବିଲା ପାଇଁ ଆଉ କେତେଜଣ ୟୁଜର୍ସ ‘ହ୍ୟାଶ୍‌ଟ୍ୟାଗ୍‌ ଗୁଜରାଟ ଓ୍ବିଥ୍‌ ମୋଦି’ ଲେଖି ଟୁଇଟ୍‌ କରୁଛନ୍ତି। ମଙ୍ଗଳବାର ଅପରାହ୍ନ ୨ଟା ୩୦ ସୁଦ୍ଧା ମୋଦି ବିରୋଧୀ ୨୦,୦୦୦ରୁ ଊର୍ଦ୍ଧ୍ୱ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବାବେଳେ ସପକ୍ଷବାଦୀଙ୍କ ଟୁଇଟ୍‌ ସଂଖ୍ୟା ୧୫,୩୦୦ରେ ପହଞ୍ଚତ୍ଥିଲା। ଜଣେ ୟୁଜର ଲେଖିଛନ୍ତି, ଆମେ ଏପରି ଜଣେ ପ୍ରଧାନମନ୍ତ୍ରୀଙ୍କୁ ଚାହୁଁଛୁ, ଯିଏକି କ୍ୟାମେରା ପରିବର୍ତ୍ତେ ଦେଶର ବିକାଶ ଉପରେ ଗୁରୁତ୍ୱ ଦେବେ। ଆଉ ଜଣେ ବ୍ୟକ୍ତି ‘ମୋଦି ସେଲିଂ ଇଣ୍ଡିଆ’ ଉଲ୍ଲେଖ କରିଛନ୍ତି।

Share