Posted inଜାତୀୟ

ଜ୍ଞାନବାପି ମସଜିଦ୍‌ ମାମଲା, ବଦଳିବେନି କମିଶନର, ୧୭ ମେ’ ପୂର୍ବରୁ ପୁଣି ସର୍ଭେ…

ଆହ୍ଲାବାଦ୍‌, ୧୨।୫ : ତିନି ଦିନ ଧରି ସମସ୍ତ ଦଳର ବିତର୍କ ପରେ କାଶୀ ବିଶ୍ୱନାଥ ଧାମ-ଜ୍ଞାନବାପିରେ ଅବସ୍ଥିତ ମା ଶୃଙ୍ଗାର ଗୌରୀ ଏବଂ ଅନ୍ୟାନ୍ୟ ଦେବତାଙ୍କ ସର୍ଭେ ପ୍ରସଙ୍ଗ ଶେଷ ହୋଇଛି। ଦୁଇ ଘଣ୍ଟା ଧରି ଚାଲିଥିବା ଯୁକ୍ତି ଶୁଣିବା ପରେ କୋର୍ଟ ଏହି ମାମଲାରେ, କହିଛନ୍ତି ଯେ, କମିଶନର ବଦଳିବେନି। ସେହିପରି ମେ’ ୧୭ ପୂର୍ବରୁ ଦ୍ୱିତୀୟ ଥର ସର୍ଭେ କରାଯିବ ବୋଲି କୋର୍ଟ କହିଛନ୍ତି।

ଏହି ମାମଳାରେ ଅଭିଯୋଗକାରୀ ଏବଂ ପ୍ରତିପକ୍ଷଙ୍କ ପକ୍ଷରୁ କୋର୍ଟରେ ଦୁଇଟି ପୃଥକ ଆବେଦନ କରାଯାଇଛି। ଅଭିଯୋଗକାରୀଙ୍କ ତରଫରୁ ବ୍ୟାରିକେଡିଂ ଭିତରେ ଥିବା ବେସମେଣ୍ଟକୁ ଯାଞ୍ଚ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଆଡଭୋକେଟ କମିଶନର ନିରପେକ୍ଷ ନୁହଁନ୍ତି ବୋଲି ଅଭିଯୋଗ କରାଯାଇ ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତଜାନିଆ ତାଙ୍କୁ ବଦଳାଇବାକୁ କୋର୍ଟରେ ଆବେଦନ କରାଯାଇଛି।

ଶୁଣାଣି ସମୟରେ ତାଲା ଭାଙ୍ଗି ଜ୍ଞାନବାପି ମସଜିଦ ଭିତରକୁ ଯାଇ ଭିଡିଓଗ୍ରାଫି ଏବଂ ସର୍ଭେ ଦାବିକୁ ଅଞ୍ଜୁମାନ ପକ୍ଷରୁ ବିରୋଧ କରାଯାଇଥିଲା।

ଆଡଭୋକେଟ ଅଭୟନାଥ ଯାଦବ କହିଛନ୍ତି ଯେ ୧୯୩୬ ମସିହାରେ ଦେନ ମହମ୍ମଦଙ୍କ ବୈଦେଶିକ ସଚିବଙ୍କ ନିକଟରେ ଏହା ଘୋଷଣା କରାଯାଇଛି ଯେ ମସଜିଦ, କୋର୍ଟ ପ୍ରାଙ୍ଗଣ ଏବଂ ଏହା ତଳେ ଥିବା ଜମି ୱାକଫ ବୋର୍ଡର। ସେ କହିଛନ୍ତି ଯେ ଏଠାରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକମାନେ ଧର୍ମ ଅନୁଯାୟୀ ନମାଜ, ପ୍ରାର୍ଥନା, ଉର୍ସ ଇତ୍ୟାଦି କରିବାର ଅଧିକାର ପାଇଛନ୍ତି, ଯାହା ପ୍ରାଚୀନ କାଳରୁ କୌଣସି ପ୍ରତିବନ୍ଧକ ବିନା ଚାଲି ଆସୁଛି। ଏପରି ପରିସ୍ଥିତିରେ,ଜ୍ଞାନବାପି ବେସମେଣ୍ଟ ଭିତରେ ଥିବା ତାଲା ଭାଙ୍ଗି ଏକ ସର୍ଭେ କରିବା ପାଇଁ ଆବେଦନ ଖାରଜ କରାଯିବା ଯୋଗ୍ୟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri