Categories: ଜାତୀୟ

ଅପଡେଟ୍‌ ନ କଲେ ଡି ଆକ୍ଟିଭ ହୋଇଯିବ ଜିମେଲ ଆକାଉଣ୍ଟ, ଆଲର୍ଟ କଲା ଗୁଗୁଲ

ନୂଆଦିଲ୍ଲୀ,୧୨।୮: ଜିମେଲ ଆକାଉଣ୍ଟ ହୋଇଯିବ ବନ୍ଦ। ଏନେଇ ପ୍ରତିଟି ମେଲ ଆକାଉଣ୍ଟରେ ଆଲର୍ଟ ମେସେଜ ଦେଇଛି ଗୁଗଲ। ଆକାଉଣ୍ଟ ଖୋଲି ବ୍ୟବହାର କରୁ ନ ଥିଲେ ଆକାଉଣ୍ଟ ଡି ଆକ୍ଟିଭ ହୋଇଯିବ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସପୋନ୍ସ ଟିମ୍‌ (ସିଇଆରଟି) ଗୁଗଲର ଏହି ଆଲର୍ଟ ନେଇ ସୂଚନା ଦେଇଛି। ଏଥିସହ ଜିମେଲ ଆକାଉଣ୍ଟକୁ ଅପଡେଟ୍‌ କରିବାକୁ ପ୍ରତିଟି ଯୁଜର୍ସଙ୍କୁ ପରାମର୍ଶ ଦେଇଛି। ସିଇଆରଟିର ସୂଚନା ପରେ ଗୁଗଲ ଏନେଇ ପ୍ରତିଟି ଆକଉଣ୍ଟକୁ ଗୁଗଲ ଆଲର୍ଟ ମେସେଜ ପଠାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଆଲର୍ଟ ଅନୁଯାୟୀ ଗୁଗୁଲ କ୍ରୋମ ବ୍ରାଉଜରର ୱେବ ପେମେଣ୍ଟ, ଏପିଆଇ, ଭିଡିଓ ଏବଂ ୱେବଆରଟିସିରେ ତ୍ରୁଟି ଦେଖିବାକୁ ମିଳିଛି। ଯେଉଁଥିପାଇଁ ଡାଟା ହ୍ୟାକିଂ, ଫିସିଂ ଏବଂ ମାଲୱେୟାର ଆଟାକ୍‌ ହେବାର ସମ୍ଭାବନା ରହିଛି। ତେବେ ଏହିପରି ଅସୁବିଧା ସମ୍ମୁଖିନ ହେବା ପୂର୍ବରୁ ୟୁଜର୍ସଙ୍କୁ ସେମାନଙ୍କ ଗୁଗୁଲ ଆକାଉଣ୍ଟ ସମେତ ଜିମେଲ ଆକାଉଣ୍ଟକୁ ଅପଡେଟକ କରିବାକୁ ପରାମର୍ଶ ଦେଇଛି।

 

Share