ଷ୍ଟ୍ରିଟ୍‌ ଲାଇଟ୍‌ରେ ଝଲସୁଛି ମାଓବାଦୀ ଗଡ଼ର ୪ ଗ୍ରାମ

ଚିତ୍ରକୋଣ୍ଡା,୧୨ା୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓବାଦୀ ଉପଦ୍ରୁତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼ ଏବେ ଜିଲା ତଥା ବ୍ଲକ ପ୍ରଶାସନଙ୍କ ଫୋକୋସ୍‌ରେ। ଯେଉଁ ଅଞ୍ଚଳରେ ଦିନେ ମାଓବାଦୀ ସମସ୍ୟା ନେଇ ବିକାଶମୂଳକ କାର୍ଯ୍ୟ ହେଇପାରୁ ନ ଥିଲା ସେଠି ଆଜି କଠିନ ପରିସ୍ଥିତି ଥିଲେ ମଧ୍ୟ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଖରେ ପ୍ରଶାସନ ବିଶ୍ୱାସ ଭାଜନ ହୋଇଥିବାରୁ ଆଜି ସହଜରେ ବିକାଶ କାମ ଆଗେଇ ଚାଲିଛି। ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଲରିମନ ଖରସେଲଙ୍କ ନେତୃତ୍ୱରେ ଗୁରୁବାର ସ୍ବାଭିମାନ ଅଞ୍ଚଳ ଲାଲଗଡ଼ ଅନ୍ଧାରୀ ମୂଲକର ୪ ଗ୍ରାମ ଯୋଡ଼ାମ୍ବ, ଯନ୍ତୁରାଇ, ସିନ୍ଧିବାଡ଼ି ଓ ଖଜୁରୀଗୁଡ଼ା ଗ୍ରାମରେ ଷ୍ଟିଟ୍‌ ଲାଇଟ୍‌ରେ ଝଲସୁଛି। ଗୋରାସେତୁରେ ଷ୍ଟ୍ରିଟ୍‌ ଲାଇଟ କାମ ଚାଲିଛି ଖୁବ୍‌ଶୀଘ୍ର ଝଲସିବ ଗୋରାସେତୁ। ଆହୁରି ମଧ୍ୟ ସ୍ବାଭିମାନ ଅଞ୍ଚଳର ବହୁ ଗ୍ରାମରେ ଷ୍ଟ୍ରିଟ୍‌ ଲାଇଟ୍‌ କରାଯିବାର ସୂଚନା ମିଳିଛି।