Categories: ବାଣିଜ୍ୟ

ବେଦାନ୍ତ ଆଲୁମିନିୟମରେ ଗୌରବ ମାସ ପାଳିତ

ଭୁବନେଶ୍ୱର,୩୦।୬: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଗୌରବ ମାସ ପାଳନ କରାଯାଇଥିଲା। ବିଶେଷକରି ଏକ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତିପାଦିତ କରିବା ଲାଗି କମ୍ପାନୀ ଉତ୍ସର୍ଗୀକୃତତାକୁ ଏକ ଉତ୍ସବ ଭାବେ ପାଳନ କରୁଛି। ଏପରିକି କମ୍ପାନୀ ନିକଟରେ ୨ ଜଣ ଟ୍ରାନ୍ସଜେଣ୍ଡର ବୃତ୍ତିଧାରୀଙ୍କୁ ଓଡ଼ିଶାର ଲାଞ୍ଜିଗଡ଼ ୟୁନିଟ୍‌ରେ ନିଯୁକ୍ତି ପ୍ରଦାନ କରିଥିଲା। ସେହିଭଳି ବେଦାନ୍ତ ଲାଞ୍ଜିଗଡ଼ ଓ ବେଦାନ୍ତ ବାଲ୍‌କୋରେ ମଧ୍ୟ ଟ୍ରାନ୍ସଜେଣ୍ଡର ବୃତ୍ତିଧାରୀଙ୍କୁ ସ୍ବାଗତ କରାଯାଇଥିଲା। ବିଶେଷକରି କମ୍ପାନୀର ବୃହତ୍‌ ମିଶନରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଭାବେ ପ୍ରମାଣିତ ହୋଇଛି, ଯେଉଁଠାରେ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତିପାଦିତ କରିବା ସହ ଭାରତ ତଥା ବିଶ୍ୱର ଉପତ୍ାଦନ ଓ ଭାରି ଇଞ୍ଜିିନିୟରିଂ ଫାର୍ମରେ ମଧ୍ୟ ଏଲ୍‌ଜିବିଟିକ୍ୟୁଏ+ କର୍ମଚାରୀଙ୍କୁ ବିଭିନ୍ନ ଭୂମିକାରେ ସାମିଲ କରାଯାଇଛି। ସେହିପରି ସମାଜର ପାରିପାର୍ଶ୍ୱିକ ସ୍ଥାନରୁ ଆରମ୍ଭକରି ସ୍ମାର୍ଟ ଉପତ୍ାଦନ କାରଖାନା ଓ ଗୋଷ୍ଠୀ ପରିବର୍ତ୍ତନକୁ ସହଜିଆ କରିବା ଓ ସେମାନଙ୍କୁ ଅର୍ଦ୍ଧକୁଶଳୀ ବ୍ୟକ୍ତିରୁ ବୃତ୍ତିଗତ ଭାବେ ବିକଶିତ କରିବାରେ ବେଦାନ୍ତ ଆଲୁମିନିୟମ ତ୍ରିସ୍ତରୀୟ ପ୍ରଣାଳୀ ଅନ୍ତର୍ଭୁକ୍ତ କରିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ(ଆଲୁମିନିୟମ ବିଜ୍‌ନେସ୍‌) ରାହୁଲ ଶର୍ମା କହିଛନ୍ତି, ଆମର ବିଶ୍ୱ ବଜାର ଓ ଗ୍ରାହକଙ୍କ ବିବିଧ ତଥା ଜଟିଳ ଦୃଶ୍ୟକୁ ନେଭିଗେଟ କରିବା ବେଳେ ଏହାର ବିବିଧତାକୁ ଗ୍ରହଣ କରିବାର ଅମୂଲ୍ୟ ଅବଦାନକୁ ଆମେ ଜାଣିପାରିଛୁ। ଏପରିକି ଆମେ ଭବିଷ୍ୟତ ପାଇଁ ଏହି ଉଦ୍ୟମ ଜାରି ରଖିବୁ, ଯେଉଁଠାରେ ବିବିଧତା, ନୂତନତା ଓ ସଫଳତାର ଏକ ଅନୁକ୍ରମଣିକା ଭାବେ ପାଳିତ ହେବ।

Share