କଳାହାଣ୍ଡି ପାଇଁ ଆଣିଲେ ଗୌରବ: ଲୋକକଳା ସମ୍ମାନ ପାଇଲେ ଯୁବ ପ୍ରତିଭା ସତ୍ୟବ୍ରତ ଦାଶ

ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜ୍ୟ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବରିଷ୍ଠ କଳାକାରଙ୍କୁ ଶନିବାର ଲୋକକଳା ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡିର ଯୁବ ପ୍ରତିଭା, ବରିଷ୍ଠ କଳାକାର ତଥା ସଂଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶଙ୍କୁ “ଲୋକକଳା ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ସତ୍ୟବ୍ରତ ଭବାନୀପାଟଣା ଗଣନାଥପୁରର ବରିଷ୍ଠ ଶିକ୍ଷାବିତ୍‌ ସ୍ବର୍ଗତ ଦୟାନିଧି ଦାଶ ଏବଂ କାଞ୍ଚନବାଳା ଦାଶଙ୍କ ସୁପୁତ୍ର ଅଟନ୍ତି । ସେ ଏକାଧାରରେ ଜଣେ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ତବଲା ବାଦକ, ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଳାକାର । ତାଙ୍କର ରଚନାର ବହୁ ଗୀତ ଶ୍ରୋତାଙ୍କ ମନମୁଗ୍ଧ କରିଛି । ବିଭିନ୍ନ ସଂଗୀତ ଯନ୍ତ୍ରାଂଶକୁ ଅତି ସୁନ୍ଦର ଭାବରେ ବହୁ ମଞ୍ଚରେ ଯାଦୁକରୀ ଭାବେ ପ୍ରଦର୍ଶନ କରି ଜିଲାର ଗୌରବକୁ ସତଗୁଣା କରିଛନ୍ତି । ପୂର୍ବରୁ ସେ ବିଭିନ୍ନ ସମ୍ମାନରେ ଯଥା କୌଶଳ ଗୌରବ, ପ୍ରାଇଡ ଅଫ ଓଡିଶା, ବେଷ୍ଟ ଫୋକ ରିସର୍ଚ୍ଚର ଅଫ ଓଡିଶା, ସଂଗୀତ ଯୁବ ରତ୍ନ, ଯୁବ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । କଳା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା ନିମନ୍ତେ ତାଙ୍କୁ ସଂସ୍କୃତି ବିଭାଗ ତରଫରୁ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ଓଡିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ବେଦ ବାଚସ୍ପତି ପଣ୍ଡିତ ବୀରେନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ। ଲୋକକଳା ସମ୍ମାନରେ
ସତ୍ୟବ୍ରତ ସମ୍ମାନୀତ ହୋଇ ଜିଲା ପାଇଁ ଗୌରବ ଆଣିଥିବାରୁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

ପୋଲିସ-ଅବକାରୀ ବିଭାଗର ଚଢ଼ାଉ: ୪ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କୁ ନୋଟିସ, ଦେଶୀ-ବିଦେଶୀ…

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ):ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି ଫଳରେ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଦୁର୍ଘଟଣା...

କଟନି- ଛଟନିକୁ ନେଇ ଚାଲିଥିଲା ବିବାଦ: ପୋଲିସ ପ୍ରଶାସନର ଉପସ୍ଥିତିରେ ମଣ୍ଡିରୁ ଉଠିଲା ଚାଷୀଙ୍କ ଧାନ

ଦିଗପହଣ୍ଡି,୧୭।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତିରେ ଚାଷୀଙ୍କ ଠାରୁ ମଣ୍ଡି...

ନିଶା ଠାରୁ ଦୂରେଇ ଭବିଷ୍ୟତ ଚିନ୍ତା କରିବାକୁ  ଛାତ୍ରୀଛାତ୍ରଙ୍କ ଏମିତି ପ୍ରୟାସ 

ଭଞ୍ଜନଗର,୧୭।୧(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ  ଏବଂ କେଏସୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର...

୨୦୨୭ ଏହି ମାସରେ ହେବ ପଞ୍ଚାୟତ ନିର୍ବାଚନ: ବଡ ସୂଚନା ଦେଲେ ଓଡ଼ିଶା ନିର୍ବାଚନ କମିଶନର

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଆସନ୍ତା ବର୍ଷ (୨୦୨୭) ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ...

ବୈଠକ ପରେ ଜାତୀୟ ଦିବସ ପାଳନ କମିଟିର ବଡ଼ ନିଷ୍ପତ୍ତି: ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ ହେବେ… 

ଦାରିଙ୍ଗବାଡି, ୧୭।୧(ଅରୁଣ ସାହୁ): ଆସନ୍ତା ୨୬  ସାଧାରଣତନ୍ତ୍ର ଦିବସକୁ ଲୋକାଭିମୁଖୀ କରାଯିବା ସହ ପ୍ରତିବର୍ଷ ଭଳି ବ୍ଲକସ୍ତରରେ  ପାଳନ କରାଯିବାକୁ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି...

SBI ର ବଡ଼ ଘୋଷଣା, ATM ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୭।୧: ଦେଶର ସର୍ୱବୃହତ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ତା’ର ଗ୍ରାହକ କାରବାର ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ପ୍ରଥମେ, ATM କାରବାର...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଥାନା ନିକଟ ଦୋକାନର ଟିଣଛପର କାଟି ଲୁଟି ନେଲେ ସୁନା ରୂପା

ପୁରୁଷୋତ୍ତୋମପୁର,୧୭।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବଡବଜାରରୁ ଶୁକ୍ରବାର ରାତ୍ରରେ ଲୁଟେରାମାନେ ଏକ ଦୋକାନର ଟିଣ ଛପରକାଟି ଭିତରେ ପଶି  ସୁନା,ରୁପାଅଳଙ୍କାର ଲୁଟିନେଇଛନ୍ତି। ଏହି ଦୋକାନଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri