କଳାହାଣ୍ଡି ପାଇଁ ଆଣିଲେ ଗୌରବ: ଲୋକକଳା ସମ୍ମାନ ପାଇଲେ ଯୁବ ପ୍ରତିଭା ସତ୍ୟବ୍ରତ ଦାଶ

ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜ୍ୟ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବରିଷ୍ଠ କଳାକାରଙ୍କୁ ଶନିବାର ଲୋକକଳା ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡିର ଯୁବ ପ୍ରତିଭା, ବରିଷ୍ଠ କଳାକାର ତଥା ସଂଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶଙ୍କୁ “ଲୋକକଳା ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ସତ୍ୟବ୍ରତ ଭବାନୀପାଟଣା ଗଣନାଥପୁରର ବରିଷ୍ଠ ଶିକ୍ଷାବିତ୍‌ ସ୍ବର୍ଗତ ଦୟାନିଧି ଦାଶ ଏବଂ କାଞ୍ଚନବାଳା ଦାଶଙ୍କ ସୁପୁତ୍ର ଅଟନ୍ତି । ସେ ଏକାଧାରରେ ଜଣେ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ତବଲା ବାଦକ, ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଳାକାର । ତାଙ୍କର ରଚନାର ବହୁ ଗୀତ ଶ୍ରୋତାଙ୍କ ମନମୁଗ୍ଧ କରିଛି । ବିଭିନ୍ନ ସଂଗୀତ ଯନ୍ତ୍ରାଂଶକୁ ଅତି ସୁନ୍ଦର ଭାବରେ ବହୁ ମଞ୍ଚରେ ଯାଦୁକରୀ ଭାବେ ପ୍ରଦର୍ଶନ କରି ଜିଲାର ଗୌରବକୁ ସତଗୁଣା କରିଛନ୍ତି । ପୂର୍ବରୁ ସେ ବିଭିନ୍ନ ସମ୍ମାନରେ ଯଥା କୌଶଳ ଗୌରବ, ପ୍ରାଇଡ ଅଫ ଓଡିଶା, ବେଷ୍ଟ ଫୋକ ରିସର୍ଚ୍ଚର ଅଫ ଓଡିଶା, ସଂଗୀତ ଯୁବ ରତ୍ନ, ଯୁବ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । କଳା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା ନିମନ୍ତେ ତାଙ୍କୁ ସଂସ୍କୃତି ବିଭାଗ ତରଫରୁ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ଓଡିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ବେଦ ବାଚସ୍ପତି ପଣ୍ଡିତ ବୀରେନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ। ଲୋକକଳା ସମ୍ମାନରେ
ସତ୍ୟବ୍ରତ ସମ୍ମାନୀତ ହୋଇ ଜିଲା ପାଇଁ ଗୌରବ ଆଣିଥିବାରୁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଯାତ୍ରା ଦେଖିବାକୁ ଭଉଣୀକୁ ଆଣିବା ପାଇଁ ଯାଇଥିଲେ ଭାଇ, ରାସ୍ତାରେ ଛକିଥିଲା ଯମ, ଘଟିଲା…

ପରଜଙ୍ଗ,୫ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର କୁମୁସିସ୍ଥିତ ମାଧିଆ ରଗୁଡ଼ି ପାଖରେ ଅନୁଗୋଳରୁ ପଣ୍ଡୁଆ ଯାଉଥିବା…

ନୀତୀଶଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଖେଳିବ ‘ସରପ୍ରାଇଜ କାର୍ଡ’, ଜାଣନ୍ତୁ ଏଥିରେ କିଏ ହେବେ ସାମିଲ

ନୂଆଦିଲ୍ଲୀ,୫।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱ ଘୋଷଣା ପରେ, ବିହାର ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେବା ନେଇ ଆଲୋଚନା ଜୋର ଧରିଛି।…

ଭୁଲ୍ ଚିକିତ୍ସା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ, ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଦେହ କଳା…..

ବୌଦ୍ଧ,୫।୩( ଅଜିତ କୁମାର ବାରିକ): ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲାରୁ…

ଦିଗପହଣ୍ଡିରେ ନିର୍ମାଣ ହେବ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରି…

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ଚାଞ୍ଚଡ଼ାପଲ୍ଲୀ ଛକରେ ଶ୍ରୀଜଗନ୍ନାଥଙ୍କ ନୂଆ ମନ୍ଦିର ନିର୍ମାଣ ନିମନ୍ତେ ଚୈତ୍ର କୃଷ୍ଣପକ୍ଷ ଦ୍ୱିତୀୟା ଗୁରୁବାର ମଧ୍ୟାହ୍ନରେ ଭିତ୍ତିପ୍ରସ୍ତର…

ଆସିକା ଏମ୍‌ପିଙ୍କ ଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ, ଏହି ଅବସରରେ ଅଞ୍ଚଳର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଦିଆଗଲା…

ପୁରୁଷୋତ୍ତମପୁର,୫।୨ (ସବିତା ମିଶ୍ର) : ଯେଉଁ ମହାପୁରୁଷଙ୍କ ଲାଗି ଆଜି ଆାମେ ବ୍ରିଟିଶ କବଳରୁ ମୁକ୍ତହୋଇ ସ୍ବାଧିନ ଭାରତୀୟ ବୋଲି ଗର୍ବ କରୁଛେ ସେଭଳି ମହାନ ପୁରୁଷ…

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ମୋଦି, ଜାଣନ୍ତୁ କ’ଣ କହିଲେ..

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଶୀଘ୍ର ଶେଷ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି…

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିଆ, ସାମ୍ନାକୁ ଆସିଲା ପ୍ରଥମ Video

ମୁମ୍ବାଇ,୫।୩: ପୂର୍ବତନ ଭାରତୀୟ କ୍ରିକେଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ​​ବିବାହ କରିଛନ୍ତି ।…

ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri