୨୩ ଯାଏ ଝୁଲିଲା ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଟିକା ହିଁ ଏକମାତ୍ର ବିକଳ୍ପ। ତେବେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଧିମେଇ ଯାଇଛି। ଦୈନିକ ମାତ୍ର ୫୦ରୁ ୬୦ ହଜାର ବ୍ୟକ୍ତିଙ୍କୁ ଟିକାକରଣ କରାଯାଇ ପାରୁଛି। ଆବଶ୍ୟକ ଟିକା ନ ଥିବାରୁ ଏହି କାର୍ଯ୍ୟ ଆଗେଇ ପାରୁନାହିଁ। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟିକା ଯୋଗାଇ ଦେଉ ନ ଥିବାରୁ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବାକୁ ଯେଉଁ ଉଦ୍ୟମ କରିଥିଲେ ତାହା ମଧ୍ୟ ସଫଳ ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ଟିକା ଯୋଗାଣ ଉପରେ ରାଜ୍ୟ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମ ନିର୍ଭର କରୁଛି। ଆସନ୍ତା ୨୧ ତାରିଖ ସୁଦ୍ଧା କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ମାଗଣା ଟିକା ଯୋଗାଣ ଆରମ୍ଭ କରିବେ। ରାଜ୍ୟ ସରକାର ସେହି ଦିନକୁ ଅପେକ୍ଷା କରି ବସିଛନ୍ତି। କେନ୍ଦ୍ର ଟିକା ଯୋଗାଣ ଉପରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ- ଟେଣ୍ଡର ଭାଗ୍ୟ ନିର୍ଣ୍ଣୟ ହେବ। ଜୁନ୍‌ ୯ ତାରିଖରେ ହେବାକୁ ଥିବା ପ୍ରାଇସ୍‌ ବିଡିଂକୁ ଆସନ୍ତା ୨୩ ତାରିଖ ଯାଏ ସ୍ଥଗିତ କରାଯାଇଛି।
ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବା ନେଇ ଟିକାକରଣ କେନ୍ଦ୍ର ମଧ୍ୟ ପ୍ରସ୍ତୁତ ହୋଇଛି। ଟିକା ଅଭାବ ଯୋଗୁ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯାଇ ପାରୁନାହିଁ। ୨୦୨୧ ଜାନୁୟାରୀ ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାତ୍ର ୮୭ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ୧୧,୨୮,୫୪୩ ଜଣଙ୍କୁ ୨ଟି ଡୋଜ୍‌ ଦିଆଯାଇଥିବା ବେଳେ ୧୮ରୁ ୪୪ ବର୍ଷ ମଧ୍ୟରେ ୪୪,୨୪୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି।
କୋଭିଡ୍‌ ଟିକା କିଣାକୁ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ଚାପ ପରେ ଜୁନ୍‌ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ରୁ ୪୪ ବର୍ଷ ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି। ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦିଆଯିବା ସହ ରାଜ୍ୟ ପାଇଁ ଆବଶ୍ୟକ ଟିକା କେନ୍ଦ୍ର ସରକାର କ୍ରୟ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡର ରଦ୍ଦ ହେବା ସମ୍ଭାବନା ରହିଛି। ଗ୍ଲୋବାଲ ଟେଣ୍ଡରରେ ମାତ୍ର ଦୁଇଟି ସଂସ୍ଥା ବିଡ୍‌ ଦାଖଲ କରିଛନ୍ତି। ସେମାନଙ୍କର ପ୍ରାଇସ୍‌ ବିଡିଂ ଜୁନ୍‌ ୯ ତାରିଖରେ ହେବାର ଥିଲା। ତେବେ ତାହାକୁ ଆଉ ୨ ସପ୍ତାହ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ରାଜ୍ୟକୁ କେତେ ଟିକା ମିଳୁଛି ତାହା ଜାଣିବା ପରେ ରାଜ୍ୟ ସରକାର ଜୁନ୍‌ ୨୩ ତାରିଖରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଯଦି କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ମୁତାବକ ଟିକା ଯୋଗାଣ କରିବେ ତେବେ ଗ୍ଲୋବାଲ ଟେଣ୍ଡରକୁ ରାଜ୍ୟ ସରକାର ରଦ୍ଦ କରିପାରନ୍ତି । ଯଦି ଟିକା ପର୍ଯ୍ୟାପ୍ତ ନ ମିଳିବ ତେବେ ସରକାର ଟିକା କ୍ରୟ ନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ରୁ ୪୪ ବର୍ଷର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟିକା ଯୋଗାଉ ନ ଥିବାରୁ ଓଡ଼ିଶା ସରକାର ନିଜେ ଟିକା କ୍ରୟ କରି ସବୁ ବର୍ଗର ଲୋକଙ୍କୁ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ୩.୮୦ କୋଟି ଟିକା ପାଇଁ ଗ୍ଲୋବାଲ ଇ-ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏହି ଟେଣ୍ଡର ସଫଳ ହୋଇ ନ ଥିଲା। ପରେ ରାଜ୍ୟ ସରକାର ଏଥିରେ ଥିବା କେତେକ ସର୍ତ୍ତ କୋହଳ କରିଥିଲେ। ଏହାସତ୍ତ୍ୱେ କୌଣସି ସଂସ୍ଥା ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଅନୁମତି ଆବଶ୍ୟକ ପଡୁଥିବାରୁ କୌଣସି ଅନ୍ତର୍ଦ୍ଦେଶୀୟ କମ୍ପାନୀ ଇ-ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ପୁଣି ଟେଣ୍ଡରରେ କେତେକ ସଂଶୋଧନ କରିବା ପରେ ୨ଟି ସଂସ୍ଥା ବିଡ୍‌ ଦାଖଲ କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେଉଁ ସଂସ୍ଥା ଟିକା ପାଇଁ ବିଡ୍‌ ଦାଖଲ କରିଛନ୍ତି ତାହା ଗୋପନ ରଖାଯାଇଛି।
ଗ୍ଲୋବାଲ ଟେଣ୍ଡର ସଫଳ ହେଉ ନ ଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଟିକା ଯୋଗାଇବାକୁ ଅନୁରୋଧ କରିଥିଲେ। ଏହାର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟ ପାଇଁ କେନ୍ଦ୍ର ଟିକା କ୍ରୟ କରୁ ବୋଲି ପ୍ରସ୍ତାବ ଦେଇଥିଲେ। ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ତାଙ୍କୁ ସମର୍ଥନ ଜଣାଇଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ରାଜ୍ୟଗୁଡ଼ିକୁ ମାଗଣାରେ ଟିକା ଯୋଗାଇବ ବୋଲି ଘୋଷଣା କରିଥିଲା।
ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୧୦ ତାରିଖ ସୁଦ୍ଧା ୪୨୬ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯାଉଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୮୬ ଲକ୍ଷ ୯୮ ହଜାର ୧୦୫ ଜଣଙ୍କୁ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ୫୪,୫୬,୪୭୭ ଜଣଙ୍କୁ ପ୍ରଥମ ଡୋଜ୍‌ ଏବଂ ୧୧,୨୮,୫୪୩ ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ୧୮ରୁ ୪୪ ବର୍ଷର ୯,୮୩,୫୫୩ ଜଣଙ୍କୁ ପ୍ରଥମ ଡୋଜ୍‌ ଏବଂ ୪୪,୨୪୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏହି ଧାରାରେ ଟିକାକରଣ ଚାଲିବ ତେବେ ସମସ୍ତଙ୍କୁ ଟିକା ଦେବାକୁ ଆହୁରି ୨ରୁ ୩ ବର୍ଷ ଲାଗିଯିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri