ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାର

ନୂଆଦିଲ୍ଲୀ,୧।୧୧: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମ (ୟୁଏସ୍‌ଆଇଏସ୍‌ପିଏଫ୍‌) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ ଚେୟାରମ୍ୟାନ ଜନ ଚାମ୍ବର୍ସ ପୁରସ୍କାର ପ୍ରଦାନ କରିଛନ୍ତି । ଏ ଅବସରରେ ନୀତା ଅମ୍ବାନୀ କହିଛନ୍ତି ଯେ, ସେ ରିଲାଏନ୍ସ ଫାଉଣ୍ଡେଶନକୁ ପ୍ରତିନିଧିତ୍ୱ କରନ୍ତି। ଯାହା ମାଧ୍ୟମରେ ୭ କୋଟିରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିପାରିଛନ୍ତି। ସେହିପରି ୟୁଏସ୍‌ଆଇଏସ୍‌ପିଏଫ ଏକ ବିବୃତି ଜାରି କରି କହିଛି ଯେ, ନୀତା ଅମ୍ବାନୀ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡ଼ିତ ରହିଥିବା ଜଣେ ବିଜ୍‌ନେସ ଲିଡର । ତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷା, କଳା, କ୍ରୀଡା ଏବଂ ସ୍ବାସ୍ଥ୍ୟସେବା ପ୍ରଦାନ ସହ ମହିଳା ସଶକ୍ତୀକରଣ ଓ ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ୟୁଏସ୍‌ଆଇଏସ୍‌ପିଏଫ କଳା ଏବଂ ସଂସ୍କୃତିରେ ନୀତା ଅମ୍ବାନୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାରୁ ନିକଟରେ ସେ ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍‌ ଆର୍ଟ ବୋର୍ଡରେ ସମ୍ମାନିତ ଟ୍ରଷ୍ଟି ଭାବରେ ମନୋନୀତ ହୋଇଥିଲେ । ଗତ ବର୍ଷ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନ୍‌ଏମଏସିସି) ଶୁଭାରମ୍ଭ କରାଯାଇଥିଲା, ଯାହାକୁ ଅନେକ ପ୍ରଶଂସା ମିଳିଥିଲା। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ରେ ଭାରତର ପ୍ରତିନିଧି ଭାବରେ ନୀତା ଅମ୍ବାନୀ ସଫଳତାର ସହ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ, ଯାହା ଚାରି ଦଶନ୍ଧି ପରେ ଭାରତରେ ୧୪୧ତମ ଆଇଓସି ଅଧିବେଶନ ଆୟୋଜନ କରିବାର ଅଧିକାର ଜିତିଥିଲା । ଅକ୍ଟୋବର ୨୦୨୩ରେ ମୁମ୍ବାଇରେ ଏହି ଅଧିବେଶନ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହାଦ୍ୱାରା ୨୦୩୬ ରେ ଅଲିମ୍ପିକ ଖେଳ ଆୟୋଜନ କରିବା ନେଇ ଆଶା କରାଯାଉଛି। ୟୁଏସଆଇଏସପିଏଫ ଅଧ୍ୟକ୍ଷ ଜନ ଚାମ୍ବରସ ନୀତା ଅମ୍ବାନୀଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଯେଉଁମାନେ ଜୀବନରେ ସଫଳ ହୋଇଛନ୍ତି ସେମାନଙ୍କ ପାଇଁ ଅନ୍ୟମାନଙ୍କୁ ସଫଳ ହେବାରେ ସାହାଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହିପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ନୀତା ଏମ ଅମ୍ବାନୀ। ସେ ରିଲାଏନ୍ସ ଫାଉଣ୍ଡେଶନରେ କଳା, କ୍ରୀଡା, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri