Posted inUncategorized

ମେରୀ କମ୍‌ଙ୍କୁ ଗ୍ଲୋବାଲ ଇଣ୍ଡିଆନ ଆଇକନ୍‌ ପୁରସ୍କାର

ଲଣ୍ଡନ,୧।୭(ପି.ଟି.) : କ୍ରୀଡ଼ା କିମ୍ବଦନ୍ତୀ ତଥା ମହିଳା ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ ପଦକ ବିଜେତା ଏମ୍‌.ସି. ମେରୀ କମ୍‌ ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସାଉଥ-ଇଷ୍ଟର୍ନ ଇଂଲଣ୍ଡର ଓ୍ବିଣ୍ଡସରଠାରେ ଏହି ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)-ଭାରତ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ରାଜ୍ୟ ସଭା ସଦସ୍ୟା ମେରୀ କମ୍‌ ଗୁରୁବାର ରାତିରେ ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବରେ ୟୁକେରେ ଅବସ୍ଥାପିତ ଭାରତୀୟ ହାଇକମିଶନର ବିକ୍ରମ ଦୋରାଇସ୍ବାମୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ମେରୀ କମ୍‌ ତାଙ୍କ ୨୦ବର୍ଷର ବକ୍ସିଂ କ୍ୟାରିୟର ସମ୍ପର୍କରେ କହିଥିଲେ। ୟୁକେ-ଇଣ୍ଡିଆ ସପ୍ତାହ ପାଳନର ଅଂଶବିଶେଷ ସ୍ବରୂପ ଇଣ୍ଡିଆ ଗ୍ଲୋବାଲ ଫୋରମ ତରଫରୁ ଏହି ପୁରସ୍କାର ଉତ୍ସବର ଆୟୋଜନ କରାଯାଇଥିଲା। ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶେଖର କପୁରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପାଇଥିଲେ। ଉଭୟ ଦେଶରେ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ‘ଏଲିଜାବେଥ୍‌: ଦି ଗୋଲ୍ଡେନ ଏଜ୍‌’ ଓସ୍କାର ପୁରସ୍କାର ପାଇଁ ସୁପାରିସ ହେବା ପଛରେ ତାଙ୍କର ଅବଦାନ ରହିଛି। ଲଣ୍ଡନରେ ଥିବା ଭାରତୀୟ ହାଇକମିଶନର ଏକ ସାଂସ୍କୃତିକ ଶାଖା ନେହେରୁ ସେଣ୍ଟର ୟୁକେ-ଇଣ୍ଡିଆ ପୁରସ୍କାର ଲାଭ କରିଛି। ୟୁକେ-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା କ୍ଷେତ୍ରରେ ଏହି ସେଣ୍ଟରର ଉଲ୍ଲେଖନୀୟ ଅବଦାନ ରହିଛି। ୟୁକେ-ଇଣ୍ଡିଆ ବାର୍ଷିକ ପୁରସ୍କାର ୫ମ ବର୍ଷ ପଦାର୍ପଣ କରିଛି। ବ୍ୟବସାୟ ବୃତ୍ତିଗତ ସେବା, ସରକାରୀ, ସାଂସ୍କୃତିକ ଓ ସାମାଜିକ ପ୍ରଭାବ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri