Posted inUncategorized

ମେରୀ କମ୍‌ଙ୍କୁ ଗ୍ଲୋବାଲ ଇଣ୍ଡିଆନ ଆଇକନ୍‌ ପୁରସ୍କାର

ଲଣ୍ଡନ,୧।୭(ପି.ଟି.) : କ୍ରୀଡ଼ା କିମ୍ବଦନ୍ତୀ ତଥା ମହିଳା ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ ପଦକ ବିଜେତା ଏମ୍‌.ସି. ମେରୀ କମ୍‌ ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସାଉଥ-ଇଷ୍ଟର୍ନ ଇଂଲଣ୍ଡର ଓ୍ବିଣ୍ଡସରଠାରେ ଏହି ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)-ଭାରତ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ରାଜ୍ୟ ସଭା ସଦସ୍ୟା ମେରୀ କମ୍‌ ଗୁରୁବାର ରାତିରେ ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବରେ ୟୁକେରେ ଅବସ୍ଥାପିତ ଭାରତୀୟ ହାଇକମିଶନର ବିକ୍ରମ ଦୋରାଇସ୍ବାମୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ମେରୀ କମ୍‌ ତାଙ୍କ ୨୦ବର୍ଷର ବକ୍ସିଂ କ୍ୟାରିୟର ସମ୍ପର୍କରେ କହିଥିଲେ। ୟୁକେ-ଇଣ୍ଡିଆ ସପ୍ତାହ ପାଳନର ଅଂଶବିଶେଷ ସ୍ବରୂପ ଇଣ୍ଡିଆ ଗ୍ଲୋବାଲ ଫୋରମ ତରଫରୁ ଏହି ପୁରସ୍କାର ଉତ୍ସବର ଆୟୋଜନ କରାଯାଇଥିଲା। ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶେଖର କପୁରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପାଇଥିଲେ। ଉଭୟ ଦେଶରେ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ‘ଏଲିଜାବେଥ୍‌: ଦି ଗୋଲ୍ଡେନ ଏଜ୍‌’ ଓସ୍କାର ପୁରସ୍କାର ପାଇଁ ସୁପାରିସ ହେବା ପଛରେ ତାଙ୍କର ଅବଦାନ ରହିଛି। ଲଣ୍ଡନରେ ଥିବା ଭାରତୀୟ ହାଇକମିଶନର ଏକ ସାଂସ୍କୃତିକ ଶାଖା ନେହେରୁ ସେଣ୍ଟର ୟୁକେ-ଇଣ୍ଡିଆ ପୁରସ୍କାର ଲାଭ କରିଛି। ୟୁକେ-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା କ୍ଷେତ୍ରରେ ଏହି ସେଣ୍ଟରର ଉଲ୍ଲେଖନୀୟ ଅବଦାନ ରହିଛି। ୟୁକେ-ଇଣ୍ଡିଆ ବାର୍ଷିକ ପୁରସ୍କାର ୫ମ ବର୍ଷ ପଦାର୍ପଣ କରିଛି। ବ୍ୟବସାୟ ବୃତ୍ତିଗତ ସେବା, ସରକାରୀ, ସାଂସ୍କୃତିକ ଓ ସାମାଜିକ ପ୍ରଭାବ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri