ସଙ୍କଟରେ ବୈଶ୍ୱିକ ଖାଦ୍ୟ ସୁରକ୍ଷା

ଓ୍ବାଶିଂଟନ,୨୨ା୮: ୟୁକ୍ରେନ୍‌କୁ ଗହମ ରପ୍ତାନି ଲାଗି ଅନୁମତି ଦେବା ନିମନ୍ତେ ଚୁକ୍ତିନାମାକୁ ରୁଷିଆ ବନ୍ଦ କରିବା ଏବଂ ଏଲ୍‌ ନିନୋ ପ୍ରଭାବରୁ ଚାଉଳ ଉତ୍ପାଦନ ହ୍ରାସ ପାଇବା କାରଣରୁ ବୈଶ୍ୱିକ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏବେ ଚାଉଳ ଦାମ୍‌ ବହୁତ ବଢ଼ିଯାଇଛି। ଭିଏଟ୍‌ନାମରେ ଚାଉଳର ରପ୍ତାନି ମୂଲ୍ୟ ୧୫ ବର୍ଷରେ ସର୍ବାଧିକ ହୋଇଛି। ତେଣୁ ଗରିବ ଦେଶଗୁଡ଼ିକର ଜନସାଧାରଣଙ୍କ ପାଇଁ ବଞ୍ଚତ୍ବା କଷ୍ଟକର ହୋଇପଡ଼ିଛି। ସାରା ବିଶ୍ୱ ଏବେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଥିବା ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନର ପ୍ରାକୃତିକ ସମ୍ପଦ ଅଫିସର ବିଉ ଡାମେନ୍‌ କହିଛନ୍ତି। ଏପରିକି ଭାରତ ବାସମତୀ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଏହାର ଅଭାବ ଦେଖାଦେଇଥିଲା। ପରେ ଏଲ୍‌ ନିନୋ ପ୍ରଭାବରୁ ଯୋଗାଣ ଶୃଙ୍ଖଳରେ ସଙ୍କଟ ଦେଖା ଦେବା ସହ ମୂଲ୍ୟ ଆକାଶଛୁଆଁ ହୋଇଛି। ଯଦି ଭାରତ ଅଣବାସମତୀ ଚାଉଳ ରପ୍ତାନି ବନ୍ଦ କରିଦିଏ, ତେବେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅନୁରୂପ ପଦକ୍ଷେପ ନେବେ। ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଚାଉଳ ରପ୍ତାନି ବନ୍ଦ କରିସାରିଛି। ଅନ୍ୟ ଦେଶଗୁଡ଼ିକରେ ଯଦି ଭୀଷଣ ପାଗ ପ୍ରଭାବରେ ଧାନ ଉତ୍ପାଦନ କ୍ଷତିଗ୍ରସ୍ତ ହୁଏ, ତେବେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଉଛି।
ଏଲ୍‌ ନିନୋ ହେଉଛି ଏକ ପ୍ରାକୃତିକ, କ୍ଷଣସ୍ଥାୟୀ ଏବଂ ଆକସ୍ମିକ ପ୍ରକ୍ରିୟା, ଯାହାଦ୍ୱାରା ପ୍ରଶାନ୍ତ ମହାସାଗରର କିଛି ଅଞ୍ଚଳ ଉତ୍ତପ୍ତ ହୋଇଥାଏ। ଏହା ବୈଶ୍ୱିକ ପାଣିପାଗ ଢାଞ୍ଚାକୁ ପ୍ରଭାବିତ କରିବା ସହ ଜଳବାୟୁ ପରିବର୍ତ୍ତନ ଏହାକୁ ଅଧିକ ବଳ ଦେଇଥାଏ। ଅତୀତରେ ଏହାର ପ୍ରଭାବରେ ଅନାବୃଷ୍ଟିଠାରୁ ଆରମ୍ଭ କରି ବନ୍ୟା ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି, ଯାହାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହୋଇଥାଏ। ଆଫ୍ରିକା ମହାଦେଶରେ ଚାଉଳ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଅଧିକାଂଶ ଦେଶ ଆମଦାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଜନସଂଖ୍ୟା ବଢ଼ୁଥିବା ସେନେଗାଲ ଭଳି କେତେକ ଦେଶ ନିଜସ୍ବ ଚାଉଳ ଉତ୍ପାଦନ ବଢ଼ାଇବାକୁ ଉଦ୍ୟମ ଚଳାଇଥିବାବେଳେ ଅନ୍ୟ କେତେକ ଦେଶ ଏଥିପାଇଁ ସଂଘର୍ଷ କରୁଛନ୍ତି। ଭାରତରୁ ସେନେଗାଲ ୭୦ ପ୍ରତିଶତ ଚାଉଳ ରପ୍ତାନି କରୁଥିଲା। ଭାରତ ରପ୍ତାନିରେ କଟକଣା ଲଗାଇବା ପରେ ସେଠାରେ ଚାଉଳ ଦର ଦୁଇ-ତୃତୀୟାଂଶ ବୃଦ୍ଧି ପାଇଛି। ଆଫ୍ରିକାର ଅଧିକାଂଶ ଗ୍ରାହକ ଚାଉଳ କିଣିପାରିବେ କି ନାହିଁ, ଏହାକୁ ନେଇ ଫ୍ରାନ୍ସିସ୍‌ ନେଗେ ସନ୍ଦିହାନ ହୋଇପଡ଼ିଛନ୍ତି। ସାର ଦାମ ବୃଦ୍ଧି ସାଙ୍ଗକୁ ବର୍ଷେ ହେଲା ମରୁଡ଼ି ଯୋଗୁ କେନିଆରେ ଚାଉଳ ଦାମ୍‌ ଯଥେଷ୍ଟ ବଢ଼ିଛି। ଭାରତରୁ ଆମଦାନୀ ହେଉଥିବା ଶସ୍ତା ଚାଉଳ ଏହି ଅଭାବ ପୂରଣ କରୁଥିଲା। ନାଇରୋବିର କିବେରା ଅଞ୍ଚଳର ହଜାର ହଜାର ଲୋକ ଦିନକୁ ୨ ଡଲାରରୁ କମ୍‌ ଆୟରେ ଚଳିଯାଉଥିଲେ। ଏବେ ସ୍ଥିତି ବଦଳିଯାଇଛି। ଜୁନ୍‌ରୁ ୨୫ କିଲୋଗ୍ରାମ ଚାଉଳ ପ୍ୟାକେଟ ଦାମ୍‌ ୨୦ ପ୍ରତିଶତ ବଢ଼ିଛି। ବିଶ୍ୱର ସର୍ବାଧିକ ଚାଉଳ ରପ୍ତାନିକାରୀ ଭାରତଠାରୁ ସେଠାର ପାଇକାରୀ ବ୍ୟବସାୟୀମାନେ ଏପର୍ଯ୍ୟନ୍ତ ନୂଆ ଚାଉଳ ପାଇ ନାହାନ୍ତି। ନିର୍ବାଚନ ବର୍ଷ ଥିବାରୁ ଭାରତ ଘରୋଇ ବଜାର ଦର ନିୟନ୍ତ୍ରଣରେ ରଖିବା ପାଇଁ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛି। ଆଗାମୀ ଦିନରେ ବିଶ୍ୱ ଖାଦ୍ୟ ସଙ୍କଟ ଗମ୍ଭୀର ହେବାକୁ ଯାଉଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri