Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଜୀବନର ନୂଆ ଇନିଂସ ଆରମ୍ଭ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୯।୩: ଅଷ୍ଟ୍ରେଲିୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ମୂଳ ପ୍ରେମିକା ଭିନି ରମଣଙ୍କୁ ବିବାହ କରିଛନ୍ତି। ଶୁକ୍ରବାର ଏହି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ମାକ୍ସେଓବଲ ତାଙ୍କ ଇନଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ଶେୟାର କରିଛନ୍ତି। ଫଟୋ କ୍ୟାପଶନରେ ସେ ଲେଖିଛନ୍ତି, ‘ମିଷ୍ଟର ଆଣ୍ଡ ମିସେସ୍‌ ମାକ୍ସଓ୍ବେଲ। ୧୮.୦୩.୨୦୨୨’।’

୩୩ ବର୍ଷୀୟ ଏହି କ୍ରିକେଟର ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ୨୦୨୦ରେ ଉଭୟ ନିର୍ବନ୍ଧ କରିଥିଲେ। କରୋନାକୁ ନେଇ ଲକ୍‌ଡାଉନ୍‌ ଯୋଗୁ ତାଙ୍କର ବିବାହ ଟାଳିବାକୁ ପଡ଼ିଥିଲା। ଏବେ ପରିସ୍ଥିତି ସାମାନ୍ୟ ଥିବାରୁ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

କହିରଖୁଛୁ, ଭାରତୀୟ ମୂଳର ଭିନି ତାମିଲ ପରିବାରର। ସେ ଜଣେ ଫାର୍ମାସିଷ୍ଟ। ମେଲବୋର୍ନରେ ରୁହନ୍ତି। ୨୦୧୭ରେ ମାକ୍ସଓ୍ବେଲଙ୍କ ସହ ତାଙ୍କର ଫଟୋ ସାମ୍ନାକୁ ଆସିଥିଲା। ଏହାପରେ ୨୦୧୯ରେ ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ଏହାପରଠାରୁ ଉଭୟ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ସ୍ବିକାର କରିଥିଲେ।

Share