Posted inଖେଳ

୧୪.୨୫ କୋଟି: ନିଜ ମୂଲ୍ୟକୁ ଏଭଳି ପରିଶୋଧ କରୁଛନ୍ତି ଆର୍‌ସିବିର ଏହି ବ୍ୟାଟ୍ସମ୍ୟାନ୍‌; ପଞ୍ଚମ ଥର ପାଇଁ…

ଦୁବାଇ,୯।୧୦: ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଶ୍ରୀକର ଭରତ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏଣୁ ଏହି ମ୍ୟାଚ୍‌ର ହିରୋ ବୋଲି ତାଙ୍କୁ କୁହାଯାଉଥିବା ବେଳେ ଗ୍ଲେନ୍‌ ମାକ୍ସଓ୍ବେଲଙ୍କ ଅବଦାନକୁ ଭୁଲି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆର୍‌ସିବି ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡରଙ୍କୁ ନିଲାମରେ ୧୪.୨୫ କୋଟି ଟଙ୍କାରେ କିଣିଥିଲା। ଏବେ ସେ ତାଙ୍କ ମୂଲ୍ୟକୁ ପରିଶୋଧ କରୁଛନ୍ତି।

ଆର୍‌ସିବିକୁ ଆସିବା ପରେ ମାକ୍ସଓ୍ବେଲ୍‌ଙ୍କ ଖେଳରେ ବହୁତ ଉନ୍ନତି ପରିଲକ୍ଷିତ ହେଉଛି। ସେ ଫ୍ରାଞ୍ଚାଇଜ୍‌ ପାଇଁ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଚଳିତ ଆଇପିଏଲ୍‌ରେ ସେ ନିଜର ୬ଷ୍ଠ ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଆଇପିଏଲ୍‌ ୨୦୨୧ର ପ୍ରଥମାର୍ଦ୍ଧ ଭାରତରେ ଖେଳାଯାଇଥିଲା। ଏଥିରେ ମାକ୍ସଓ୍ବେଲ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ୟୁଏଇରେ ମଧ୍ୟ ସେ ନିଜ ସେଭଳି ପ୍ରଦର୍ଶନ ଜାରି ରଖିଛନ୍ତି। ଶୁକ୍ରବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ସେ ୩୩ ବଲ୍‌ରୁ ୫୧ରନ୍‌ କରି ଅପରାଜିତ ଥିଲେ। ଆଇପିଏଲ୍‌ ଇତିହାସକୁ ଦେଖିଲେ ମାକ୍ସଓ୍ବେଲ୍‌ ଦ୍ୱିତୀୟ ଥର ପାଇଁ ୪୦୦ରୁ ଅଧିକ ରନ୍‌ ସ୍କୋର କରିଛନ୍ତି।

ଚଳିତ ଆଇପିଏଲ୍‌ରେ ଆର୍‌ସିବିର ସଫଳତାର ମନ୍ତ୍ର ମାକ୍ସଓ୍ବେଲ୍‌ ବୋଲି କହିଲେ ଭୁଲ ହେବ ନାହିଁ। ସେ ୧୪ ମ୍ୟାଚ୍‌ ଖେଳି ହାରାହାରି ୪୫.୨୭ ଏବଂ ୧୪୭.୩୩ ଷ୍ଟ୍ରାଇକ୍‌ ରେଟ୍‌ରେ ୪୯୮ ରନ୍‌ କରିଛନ୍ତି। ସେଥିରେ ୬ ଅର୍ଦ୍ଧଶତକ ରହିଛି। ଅପରପକ୍ଷେ ଆଜି ପର୍ଯ୍ୟନ୍ତ ଆଇପିଏଲ୍‌ରେ ସେ ୧୨ ଅର୍ଦ୍ଧଶତକ ରହିଛି। ସେଥିରୁ ଅଧା ଆର୍‌ସିବି ପକ୍ଷରୁ ଚଳିତ ସିଜିନ୍‌ରେ ସେ ସ୍କୋର କରିଛନ୍ତି। ଏହା ମାକ୍ସଓ୍ବେଲ୍‌ ଆର୍‌ସିବି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଉଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri