ଗ୍ଲକୋମା ଚକ୍ଷୁ ପାଇଁ ଘାତକ

ଚକ୍ଷୁ ମନୁଷ୍ୟ ଶରୀରର ଏକ ମୂଲ୍ୟବାନ୍‌ ଅଙ୍ଗ ା ଆକାରରେ କ୍ଷୁଦ୍ର ସତ, ହେଲେ ଏହା ମାଧ୍ୟମରେ ହିଁ ଆମେ ପୃଥିବୀର ସବୁ ସୌନ୍ଦର୍ଯ୍ୟକୁ ଦେଖିପାରୁ, ମନଭରି ଉପଭୋଗ କରିପାରୁ ଏବଂ ସାରା ଜୀବନ ସେ ସ୍ମୃତିକୁ ଆଖିର ପରଦା ଦେଇ ହୃଦୟରେ ସାଇତି ରଖିପାରୁ ା ତେଣୁ ଏହାର ଯତ୍ନନେବା ଓ ଏହାକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

ମଣିଷ ଶରୀରର ଅତ୍ୟନ୍ତ ମୂଲ୍ୟବାନ୍‌ ଅଙ୍ଗ ହେଉଛି ଆଖି। ଏହା ବିନା ପୃଥିବୀ ଅନ୍ଧାର। କାରଣ ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିପାରୁ ଏବଂ ଜୀବନର ସବୁ କାମ ସହଜରେ କରିପାରୁ। ବିଜ୍ଞାନଠାରୁ ଆରମ୍ଭକରି କଳା ଯାଏଁ ତଥା ସବୁ ଅତ୍ୟାଧୁନିକ କାମରେ ଆଖିର ଆବଶ୍ୟକତା ପଡ଼ିଥାଏ। ତେଣୁ ଆମର ଉପାଦେୟ ଅଙ୍ଗ ଆଖି ଦୁଇଟିକୁ ଅବହେଳା ନ କରି ସମସ୍ତ ପ୍ରକାର ଯନତ୍ ନେବା ସହ ସାମାନ୍ୟ ସମସ୍ୟା ଦେଖାଦେଲେ ନିୟମିତ ବ୍ୟବଧାନରେ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିସତ୍ା କରିବା ଆବଶ୍ୟକ।
ପ୍ରାୟ ଚକ୍ଷୁ ଆଉଟ୍‌ଡୋରକୁ ଯେତେ ରୋଗୀ ଆସିଥାନ୍ତି ତନ୍ମଧ୍ୟରୁ ଅଧିକାଂଶ ରୋଗୀଙ୍କର ଦୃଷ୍ଟିଦୋଷ(ରିଫ୍ରାକ୍ଟିଭ ଏରର) କିମ୍ବା ଧଳା ମୋତିଆ(କାଟାରାକ୍ଟ)ର ସମସ୍ୟା ଥାଏ। ତେବେ କଳା ମୋତିଆ ବା ଗ୍ଲକୋମା ଆଖିର ଏମିତି ଏକ ରୋଗ ଯାହାଦ୍ୱାରା ଆଖି ଭିତରେ ଚାପ ବଢ଼ିଯାଏ ଏବଂ ଆସ୍ତେ ଆସ୍ତେ ଏହା ଚକ୍ଷୁ ଭିତରର ସ୍ନାୟୁ (ଅପ୍‌ଟିକ ନର୍ଭ)କୁ ଶୁଖାଇ ଦେଇଥାଏ। ମୂଳରୁ ଏହାର ଲକ୍ଷଣ ସହଜରେ ଜଣା ପଡ଼େନାହିଁ। ଏଥିରେ ତେରଛା (ସାଇଡ୍‌ ଭିଜନ)ରେ ପ୍ରଭାବିତ ହେଉଥିବା ବେଳେ ସିଧା ଦେଖିବାରେ (ସେଣ୍ଟ୍ରାଲ ଭିଜନ) ଅସୁବିଧା ହୁଏ ନାହିଁ।
ଦୃଷ୍ଟିଦୋଷ ଓ କାଟାରାକ୍ଟ ପରେ କଳା ମୋତିଆ ରୋଗୀଙ୍କ ସଂଖ୍ୟା ଅଧିକ। ଏବେ ବିଶ୍ୱରେ ୮ ମିଲିୟନ(୮୦୦ ଲକ୍ଷ) ଲୋକ ଗ୍ଲକୋମା ଭୋଗୁଛନ୍ତି। ୨୦୪୦ ମସିହାରେ ୧୧୧ ମିଲିୟନ ଲୋକଙ୍କୁ ଗ୍ଲକୋମା ହେବା ତଥା ସମ୍ପୂର୍ଣ୍ଣ ଆଖିର ଦୃଷ୍ଟିଶକ୍ତି ନଷ୍ଟହେବା ଆଶଙ୍କା ରହିଛି।
ବୟସ: ଏହା ପ୍ରାୟ ୪୦ ବର୍ଷ ବା ତଦୂର୍ଦ୍ଧ୍ୱ ଉଭୟ ମହିଳା ଓ ପୁରୁଷଙ୍କ ଠାରେ ଦେଖାଦେଇଥାଏ। କିନ୍ତୁ ଏହା ବଂଶଗତ ହେବା ଯୋଗୁ ଅଳ୍ପ ବୟସରୁ ମଧ୍ୟ ହେବା ଆଶଙ୍କା ରହିଛି।
କାରଣ: ଏହା ମୁଖ୍ୟତଃ ବଂଶଗତ ହୋଇଥାଏ। ତେଣୁ ପରିବାରରେ ଆଗରୁ କାହାର କଳା ମୋତିଆ ଥିଲେ ଏହା ହୋଇପାରେ। ତା’ଛଡ଼ା ମଧୁମେହ, ଉଚ୍ଚ ରକ୍ତଚାପ ରୋଗ ତଥା ବେଶି ମାତ୍ରାରେ ଷ୍ଟିରଏଡ୍‌ ଔଷଧ ସେବନ, ଆଖିର ମାତ୍ରାଧିକ ଚାପ, ଆଗରୁ ଆଖିରେ ମାଡ଼ ବା ଆଘାତ ହୋଇଥିଲେ କଳା ମୋତିଆ ହେବା ଆଶଙ୍କା ଥାଏ।
ଲକ୍ଷଣ: ଅସହ୍ୟ ମୁଣ୍ଡ ବ୍ୟଥା, ଆଖିରେ ଯନ୍ତ୍ରଣା, ଚଷମା କାଚର ବାରମ୍ବାର ପାୱାର ବଦଳିବା, ଆଲୋକ ଚାରିପଟେ ରଙ୍ଗିନ ବୃତ୍ତ ଦେଖାଯିବା, ହଠାତ୍‌ ଆଖି ଲାଲ୍‌ ପଡ଼ିଯାଇ ଆଖିକୁ ଭଲ ଭାବେ ଦେଖା ନ ଯିବା, ଦୃଷ୍ଟିର ପରିସୀମା ସୀମିତ ହୋଇଯିବା ଇତ୍ୟାଦି ଏହାର ମୁଖ୍ୟ ଲକ୍ଷଣ। ଏମିତିକି ଏଥିରେ କାହା କାହାର ସବୁଦିନ ପାଇଁ ଦୃଷ୍ଟିଶକ୍ତି ନଷ୍ଟ ମଧ୍ୟ ହୋଇଯାଏ।
ଉପରୋକ୍ତ ଲକ୍ଷଣ ସବୁ ପ୍ରକାଶ ପାଇଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଇନେବା ଦରକାର। ତେଣୁ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ରୋଗୀମାନଙ୍କର ଚକ୍ଷୁର ପ୍ରେସର ମାପିବା ବି ଜରୁରୀ।
ଚିକିସତ୍ା: ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଆଖିରେ ଡ୍ରପ୍‌ ପକାଇବା, ଲେଜର ସର୍ଜରି ବା ସର୍ଜରି କରାଯାଇ ଦୃଷ୍ଟିଶକ୍ତି ନଷ୍ଟହେବାରୁ ରକ୍ଷା କରାଯାଇଥାଏ।
କଳା ମୋତିଆ ଏକ ମାରାମତ୍କ ରୋଗ ଓ ନୀରବ ଘାତକ। ଏହାର ଗୁରୁତ୍ୱ ଓ ଜଟିଳତାକୁ ଉପଲବ୍ଧି କରିବା ପାଇଁ ତଥା ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ‘ବିଶ୍ୱ ଗ୍ଲକୋମା’ ସପ୍ତାହ ପାଳିତ ହେଉଛି। ଆସନ୍ତୁ, ସମସ୍ତେ ସଚେତନ ହେବା ଏବଂ ଆମ ଶରୀରର ଏକ ଜରୁରୀ ଓ ମୂଲ୍ୟବାନ୍‌ ଅଙ୍ଗକୁ ରକ୍ଷାକରିବା ପାଇଁ ବଦ୍ଧ ପରିକର ହେବା।

ଡା. ସୋନାଲି ଷଡ଼ଙ୍ଗୀ
– ଚକ୍ଷୁ ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ-୧୨


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri