ଅଢ଼େଇ କୋଟିରେ ନିଲାମ ହେଲା ଚଷମା…

ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର ଜଣେ କଲେକ୍ଟର କିଣିଛନ୍ତି। ଏନେଇ ଇଷ୍ଟ ବିଷ୍ଟଲ ନିଲାମ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ମହାତ୍ମାଙ୍କ ଏହି ଗୋଲାକାର ଚଷମା କିଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଥିଲା। ୧୯୦୦ ମସିହାର ପ୍ରଥମ ଦଶକରେ ମହାତ୍ମାଙ୍କୁ ଉପହାରରେ ମିଳିଥିଲା। ଏହି ଚଷମା ବିିକ୍ରେତା ଏଣ୍ଡି ଷ୍ଟୋଓ୍ବଙ୍କ ଅନୁସାରେ ତାଙ୍କ ଦାଦା ୧୯୧୦ରୁ ୧୯୩୦ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ୍‌ ପେଟ୍ରୋଲିୟମ୍‌ରେ କାମ କରୁଥିଲେ। ଏହି ସମୟରେ ସେ ମହାତ୍ମାଙ୍କୁ ଚଷମା ଉପହାରରେ ଦେଇଥିଲେ।

Share