‘ଆମ ଜମି ଆମକୁ ଫେରାଅ’

ଯାଜପୁର ଅଫିସ,୧୭।୫ : ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ, କଳ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ, ସହାନୁଭୂତିଶୀଳ ଏକଥା ମେସ୍କୋ ଷ୍ଟିଲ କାରଖାନା କ୍ଷେତ୍ରରେ ଦେଖିବାକୁ ମିଳୁଛି । ଦୀର୍ଘ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମକରି ପାଦ ରଖିଥିବା ଏହି କମ୍ପାନୀ ନିଜର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଜମିହରା, ଶ୍ରମିକ ଓ କର୍ମଚାରୀଙ୍କ ସମସ୍ୟାକୁ ଝୁଲାଇ ରଖିବା ଚିରାଚରିତ ଅଭ୍ୟାସରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଛି। ନବେ ଦଶକରୁ କମ୍ପାନୀ ମାଲିକ ଯେତେ ଲାଭ ଉଠାଇଛନ୍ତି ତା’ ପଛରେ ପରିଚାଳନା କର୍ତ୍ତୃପକ୍ଷ ଓ ଅଧିକାରୀ-କର୍ମଚାରୀଙ୍କ ଯେତିକି ଶ୍ରେୟ ରହିଛି ତା’ଠାରୁ ଢେର ଅଧିକ ବିସ୍ଥାପିତ ପରିବାରଙ୍କ ରହିଛି । କିନ୍ତୁ ବିସ୍ଥାପିତଙ୍କ ଥଇଥାନ ସମସ୍ୟା ଉପରେ କମ୍ପାନୀ ବେଖାତିର କରି ଚାଲିଛନ୍ତି। ଯାଜପୁର ଜିଲା ସୁକିନ୍ଦା ତହସିଲ ଅନ୍ତର୍ଗତ ଖୁରୁଣ୍ଟି ମୌଜାର ସିଆରିଆ ଗ୍ରାମର ୧୯.୬ ଏକର ଜମି ଅଧିଗ୍ରହଣ କରି କମ୍ପାନୀ କର୍ତ୍ତୃପକ୍ଷ କୌଣସି କାମରେ ନ ଲଗାଇବାରୁ କ୍ଷତିଗ୍ରସ୍ତ ପ୍ରଜା ସବୁକ୍ଷେତ୍ରରେ ଅବହେଳାର ଶିକାର ହୋଇଛନ୍ତି। ତେଣୁ କ୍ଷତିଗ୍ରସ୍ତ ପ୍ରଜା ତାଙ୍କର ଜମି ଫେରାଇ ଦେବାକୁ ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଚାଲିଛି ଶିଳ୍ପସଂସ୍ଥା ରାଜ । ଏଥିରେ ଓଡ଼ିଶା ସରକାରଙ୍କ ଇଡ୍‌କୋ ସଂସ୍ଥା ମଧ୍ୟସ୍ଥି ସାଜିଥିବା ପରିଲକ୍ଷିତ ହେଉଛି । କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ କରୁଛନ୍ତି, ଭୂଅର୍ଜନ ଆଇନରେ ବିଜ୍ଞପ୍ତି ଜାରି କରାଇ ସଂପୃକ୍ତ ଜମିର ବିକ୍ରିବଟା, ବନ୍ଧକରୁ ରୟତଙ୍କୁ ବର୍ଷ ବର୍ଷ ଧରି ବଞ୍ଚିତ କରାଉଛନ୍ତି । ସେଥିପାଇଁ ଘରେ କିଏ ବେମାର ପଡିଲେ ଭୂସମ୍ପତ୍ତି ଥାଇ ସୁଦ୍ଧା ରୟତ ଟଙ୍କା ଯୋଗାଡ଼ରେ ବାରଦୁଆର ହେଉଛନ୍ତି । ପିଲାଙ୍କ ପାଠପଢା, ବିବାହ ଅଟକି ଯାଉଛି । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଉପରୁ ପଡୁଥିବା ଚାପ ଯୋଗୁ ରାଜସ୍ବ ପ୍ରଶାସନ ଦିନରାତି ଏକ କରି ଦେଉଛନ୍ତି । ଜମିର ମୂଲ୍ୟାୟନ ଶାଗମାଛ ଦର ଭଳି ହେଲେ ଭୂଅର୍ଜନ ପ୍ରକ୍ରିୟା ସୁରୁଖୁରୁରେ ହୋଇଯାଉଛି । ଯଦି ଜମିର ମୂଲ୍ୟାୟନରେ ରୟତଙ୍କୁ ନ୍ୟାୟ କରାଗଲା କଥା ସରିଲା । ବର୍ଷ ବର୍ଷ ଧରି ରୟତଙ୍କୁ ଆର୍ଥିକ ଅନଟନରେ ପକାଇ ପ୍ରଶାସନକୁ ଖଟାଇ ହଠାତ୍‌ ଶିଳ୍ପପତି ଭୂଅର୍ଜନ ଦରଖାସ୍ତ ପ୍ରତ୍ୟାହାର କରି ନେଉଛନ୍ତି । ଜିଲାରେ ପ୍ରତିଷ୍ଠିତ ମେସ୍କୋ ଶିଳ୍ପ ସଂସ୍ଥା ନିକଟରେ ଏଭଳି କରିଛନ୍ତି । ଅଭିଯୋଗ ଅନୁସାରେ ୧୯୯୨ରେ ରାଜ୍ୟ ସରକାର ମେସ୍କୋ ଷ୍ଟିଲ ନାମରେ ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ପ୍ରଜାଙ୍କଠାରୁ ନାମକୁ ମାତ୍ର ଦରରେ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ହରାଇଥିବା ସମସ୍ତ ପ୍ରଜାଙ୍କୁ ସେତେବେଳେ ନିଯୁକ୍ତି ସହ ଅନ୍ୟାନ୍ୟ ଥଇଥାନ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମେସ୍କୋ ଷ୍ଟିଲ କାରଖାନା ପ୍ରତିଷ୍ଠା ପରେ ୯୫ ବାସଚ୍ୟୁତ ପରିବାରଙ୍କ ମଧ୍ୟରୁ ୭୬ ଜଣଙ୍କୁ ନିଯୁକ୍ତି ମିଳିଥିଲା। ବାକି ୧୯ ଜଣ ବାସଚ୍ୟୁତ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ଏହାବାଦ୍‌ ବିଭିନ୍ନ ସମୟରେ ମେସ୍କୋ ଷ୍ଟିଲ ବନ୍ଦ ହେବା ସହ ନିୟମିତ ଭାବେ କର୍ମଚାରୀମାନେ ଦରମା ପାଉ ନ ଥିଲେ। ଗତ ୪ ବର୍ଷ ହେବ ମେସ୍କୋ ଷ୍ଟିଲ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହେବା ଫଳରେ କର୍ମଚାରୀମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବାସଚ୍ୟୁତ ପରିବାରଙ୍କ ମୂଲ୍ୟବାନ ଜମି ସହ ସମ୍ପତ୍ତି, ଘର, ଗଛ ଆଦି ଚାଲିଯାଇଥିବାବେଳେ ଏବେ ନିଯୁକ୍ତି ନ ପାଇ ଭୋକ ଉପାସରେ କାଳତିପାତ କରୁଛନ୍ତି। ଏବେ ପୁଣି ଖାଲି ପଡିଥିବା ଉକ୍ତ ଜମିକୁ ମୂଳ ଜମି ମାଲିକଙ୍କ ଅଜାଣତରେ ଅନ୍ୟ କେତେକ ସଂସ୍ଥାକୁ ବିକ୍ରୀ କରାଯାଉଛି। ତେଣୁ ଅସଲି ମାଲିକଙ୍କୁ ଉକ୍ତ ଜମି ଫେରାଇ ଦେବାକୁ ଜମିହରା ପରିବାର ନିବେଦନ କରିଛନ୍ତି। ଜମିହରା ପରିବାରଙ୍କ ମଧ୍ୟରୁ ଅନେକ ପରିବାର ପ୍ରତିପୋଷଣ ପାଇଁ ବାହାରକୁ କାମଧନ୍ଦା ଅନ୍ବେଷଣରେ ଯିବାକୁ ବାଧ୍ୟ ହୋଇଛନ୍ତି ା ବିକାଶର ଏକମାତ୍ର ଆଧାର ଭାବେ ଗ୍ରହଣ କରି ସରକାର ଶିଳ୍ପାୟନକୁ ଯେଭଳି ପ୍ରେତ୍ସାହିତ କରୁଛନ୍ତି ତା’ଦ୍ୱାରା କୃଷି ଓ କୃଷକଙ୍କ କିପରି ବିନାଶ ସାଧିତ ହୋଇଛି ତାହାର ଜ୍ୱଳନ୍ତ ଉଦାହରଣ ସାଇରିଆ ଗ୍ରାମରେ ଦେଖିବାକୁ ମିଳିଛି ା ସିଆରିଆ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଶେଖ ଅବୁସୁଫିଆନ, ଶେଖ ମକସୁଦ, ଶେଖ୍‌ ମୁରସଲିମ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ମଧ୍ୟ ଲୋକଙ୍କ ହାରିଗୁହାରି ନ ଶୁଣି କେବଳ କମ୍ପାନୀବାଲାଙ୍କ ସହାୟକ ହୋଇଛି। ତାହା ବିଡମ୍ବନା ଛଡା ଆଉ କିଛି ନୁହଁ । ଅସଲି ଜମି ମାଲିକମାନେ ତାଙ୍କ ଜମି ଫେରି ପାଇଲେ ପୁଣି ଚାଷବାସ କରି ପରିବାର ପ୍ରତିପୋଷଣ କରି ପାରିବେ। ତେଣୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ନୂତନ କମ୍ପାନୀଗୁଡିକୁ ଉକ୍ତ ଜମି ବଣ୍ଟନ କରାଯାଉଛି ସେମାନଙ୍କ ଜରିଆରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri