‘ଆମ ଜମି ଆମକୁ ଫେରାଅ’

ଯାଜପୁର ଅଫିସ,୧୭।୫ : ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ, କଳ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ, ସହାନୁଭୂତିଶୀଳ ଏକଥା ମେସ୍କୋ ଷ୍ଟିଲ କାରଖାନା କ୍ଷେତ୍ରରେ ଦେଖିବାକୁ ମିଳୁଛି । ଦୀର୍ଘ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମକରି ପାଦ ରଖିଥିବା ଏହି କମ୍ପାନୀ ନିଜର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଜମିହରା, ଶ୍ରମିକ ଓ କର୍ମଚାରୀଙ୍କ ସମସ୍ୟାକୁ ଝୁଲାଇ ରଖିବା ଚିରାଚରିତ ଅଭ୍ୟାସରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଛି। ନବେ ଦଶକରୁ କମ୍ପାନୀ ମାଲିକ ଯେତେ ଲାଭ ଉଠାଇଛନ୍ତି ତା’ ପଛରେ ପରିଚାଳନା କର୍ତ୍ତୃପକ୍ଷ ଓ ଅଧିକାରୀ-କର୍ମଚାରୀଙ୍କ ଯେତିକି ଶ୍ରେୟ ରହିଛି ତା’ଠାରୁ ଢେର ଅଧିକ ବିସ୍ଥାପିତ ପରିବାରଙ୍କ ରହିଛି । କିନ୍ତୁ ବିସ୍ଥାପିତଙ୍କ ଥଇଥାନ ସମସ୍ୟା ଉପରେ କମ୍ପାନୀ ବେଖାତିର କରି ଚାଲିଛନ୍ତି। ଯାଜପୁର ଜିଲା ସୁକିନ୍ଦା ତହସିଲ ଅନ୍ତର୍ଗତ ଖୁରୁଣ୍ଟି ମୌଜାର ସିଆରିଆ ଗ୍ରାମର ୧୯.୬ ଏକର ଜମି ଅଧିଗ୍ରହଣ କରି କମ୍ପାନୀ କର୍ତ୍ତୃପକ୍ଷ କୌଣସି କାମରେ ନ ଲଗାଇବାରୁ କ୍ଷତିଗ୍ରସ୍ତ ପ୍ରଜା ସବୁକ୍ଷେତ୍ରରେ ଅବହେଳାର ଶିକାର ହୋଇଛନ୍ତି। ତେଣୁ କ୍ଷତିଗ୍ରସ୍ତ ପ୍ରଜା ତାଙ୍କର ଜମି ଫେରାଇ ଦେବାକୁ ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଚାଲିଛି ଶିଳ୍ପସଂସ୍ଥା ରାଜ । ଏଥିରେ ଓଡ଼ିଶା ସରକାରଙ୍କ ଇଡ୍‌କୋ ସଂସ୍ଥା ମଧ୍ୟସ୍ଥି ସାଜିଥିବା ପରିଲକ୍ଷିତ ହେଉଛି । କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ କରୁଛନ୍ତି, ଭୂଅର୍ଜନ ଆଇନରେ ବିଜ୍ଞପ୍ତି ଜାରି କରାଇ ସଂପୃକ୍ତ ଜମିର ବିକ୍ରିବଟା, ବନ୍ଧକରୁ ରୟତଙ୍କୁ ବର୍ଷ ବର୍ଷ ଧରି ବଞ୍ଚିତ କରାଉଛନ୍ତି । ସେଥିପାଇଁ ଘରେ କିଏ ବେମାର ପଡିଲେ ଭୂସମ୍ପତ୍ତି ଥାଇ ସୁଦ୍ଧା ରୟତ ଟଙ୍କା ଯୋଗାଡ଼ରେ ବାରଦୁଆର ହେଉଛନ୍ତି । ପିଲାଙ୍କ ପାଠପଢା, ବିବାହ ଅଟକି ଯାଉଛି । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଉପରୁ ପଡୁଥିବା ଚାପ ଯୋଗୁ ରାଜସ୍ବ ପ୍ରଶାସନ ଦିନରାତି ଏକ କରି ଦେଉଛନ୍ତି । ଜମିର ମୂଲ୍ୟାୟନ ଶାଗମାଛ ଦର ଭଳି ହେଲେ ଭୂଅର୍ଜନ ପ୍ରକ୍ରିୟା ସୁରୁଖୁରୁରେ ହୋଇଯାଉଛି । ଯଦି ଜମିର ମୂଲ୍ୟାୟନରେ ରୟତଙ୍କୁ ନ୍ୟାୟ କରାଗଲା କଥା ସରିଲା । ବର୍ଷ ବର୍ଷ ଧରି ରୟତଙ୍କୁ ଆର୍ଥିକ ଅନଟନରେ ପକାଇ ପ୍ରଶାସନକୁ ଖଟାଇ ହଠାତ୍‌ ଶିଳ୍ପପତି ଭୂଅର୍ଜନ ଦରଖାସ୍ତ ପ୍ରତ୍ୟାହାର କରି ନେଉଛନ୍ତି । ଜିଲାରେ ପ୍ରତିଷ୍ଠିତ ମେସ୍କୋ ଶିଳ୍ପ ସଂସ୍ଥା ନିକଟରେ ଏଭଳି କରିଛନ୍ତି । ଅଭିଯୋଗ ଅନୁସାରେ ୧୯୯୨ରେ ରାଜ୍ୟ ସରକାର ମେସ୍କୋ ଷ୍ଟିଲ ନାମରେ ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ପ୍ରଜାଙ୍କଠାରୁ ନାମକୁ ମାତ୍ର ଦରରେ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ହରାଇଥିବା ସମସ୍ତ ପ୍ରଜାଙ୍କୁ ସେତେବେଳେ ନିଯୁକ୍ତି ସହ ଅନ୍ୟାନ୍ୟ ଥଇଥାନ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମେସ୍କୋ ଷ୍ଟିଲ କାରଖାନା ପ୍ରତିଷ୍ଠା ପରେ ୯୫ ବାସଚ୍ୟୁତ ପରିବାରଙ୍କ ମଧ୍ୟରୁ ୭୬ ଜଣଙ୍କୁ ନିଯୁକ୍ତି ମିଳିଥିଲା। ବାକି ୧୯ ଜଣ ବାସଚ୍ୟୁତ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ଏହାବାଦ୍‌ ବିଭିନ୍ନ ସମୟରେ ମେସ୍କୋ ଷ୍ଟିଲ ବନ୍ଦ ହେବା ସହ ନିୟମିତ ଭାବେ କର୍ମଚାରୀମାନେ ଦରମା ପାଉ ନ ଥିଲେ। ଗତ ୪ ବର୍ଷ ହେବ ମେସ୍କୋ ଷ୍ଟିଲ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହେବା ଫଳରେ କର୍ମଚାରୀମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବାସଚ୍ୟୁତ ପରିବାରଙ୍କ ମୂଲ୍ୟବାନ ଜମି ସହ ସମ୍ପତ୍ତି, ଘର, ଗଛ ଆଦି ଚାଲିଯାଇଥିବାବେଳେ ଏବେ ନିଯୁକ୍ତି ନ ପାଇ ଭୋକ ଉପାସରେ କାଳତିପାତ କରୁଛନ୍ତି। ଏବେ ପୁଣି ଖାଲି ପଡିଥିବା ଉକ୍ତ ଜମିକୁ ମୂଳ ଜମି ମାଲିକଙ୍କ ଅଜାଣତରେ ଅନ୍ୟ କେତେକ ସଂସ୍ଥାକୁ ବିକ୍ରୀ କରାଯାଉଛି। ତେଣୁ ଅସଲି ମାଲିକଙ୍କୁ ଉକ୍ତ ଜମି ଫେରାଇ ଦେବାକୁ ଜମିହରା ପରିବାର ନିବେଦନ କରିଛନ୍ତି। ଜମିହରା ପରିବାରଙ୍କ ମଧ୍ୟରୁ ଅନେକ ପରିବାର ପ୍ରତିପୋଷଣ ପାଇଁ ବାହାରକୁ କାମଧନ୍ଦା ଅନ୍ବେଷଣରେ ଯିବାକୁ ବାଧ୍ୟ ହୋଇଛନ୍ତି ା ବିକାଶର ଏକମାତ୍ର ଆଧାର ଭାବେ ଗ୍ରହଣ କରି ସରକାର ଶିଳ୍ପାୟନକୁ ଯେଭଳି ପ୍ରେତ୍ସାହିତ କରୁଛନ୍ତି ତା’ଦ୍ୱାରା କୃଷି ଓ କୃଷକଙ୍କ କିପରି ବିନାଶ ସାଧିତ ହୋଇଛି ତାହାର ଜ୍ୱଳନ୍ତ ଉଦାହରଣ ସାଇରିଆ ଗ୍ରାମରେ ଦେଖିବାକୁ ମିଳିଛି ା ସିଆରିଆ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଶେଖ ଅବୁସୁଫିଆନ, ଶେଖ ମକସୁଦ, ଶେଖ୍‌ ମୁରସଲିମ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ମଧ୍ୟ ଲୋକଙ୍କ ହାରିଗୁହାରି ନ ଶୁଣି କେବଳ କମ୍ପାନୀବାଲାଙ୍କ ସହାୟକ ହୋଇଛି। ତାହା ବିଡମ୍ବନା ଛଡା ଆଉ କିଛି ନୁହଁ । ଅସଲି ଜମି ମାଲିକମାନେ ତାଙ୍କ ଜମି ଫେରି ପାଇଲେ ପୁଣି ଚାଷବାସ କରି ପରିବାର ପ୍ରତିପୋଷଣ କରି ପାରିବେ। ତେଣୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ନୂତନ କମ୍ପାନୀଗୁଡିକୁ ଉକ୍ତ ଜମି ବଣ୍ଟନ କରାଯାଉଛି ସେମାନଙ୍କ ଜରିଆରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri