ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧
ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ ଧାରଣ କରିବୁ ଜାଣିପାରୁନୁ। ତେଣୁ ନିରାଶ ନ କରି ବଞ୍ଚତ୍ବାକୁ କିଛି ସହାୟତା ଦିଅ। ଆପଣଙ୍କ ପାଦ ତଳେ କୋଟି କୋଟି ପ୍ରଣାମ କରୁଛୁ। କୋଟି କୋଟି ଅନୁରୋଧ କରୁଛୁ। ପ୍ରଶାସନ ପାଦତଳେ, ଭଗବାନଙ୍କ ପାଦ ତଳେ ବଞ୍ଚତ୍ବାକୁ ଦିଅ। ସୋମବାର ଅନୁଗୋଳ ଜିଲା ପ୍ରଶାସନକୁ ସହାୟତା ପାଇଁ ଏପରି ଆକୁଳ ନିବେଦନ କରିଛନ୍ତି ସଦର ଥାନା ବାରସିଂହା ଗ୍ରାମର ଦୁଇ ଅନାଥ ଶିଶୁକନ୍ୟା ପ୍ରିୟଦର୍ଶନୀ ସାହୁ (୧୦) ଓ ତାଙ୍କ ୩ ବର୍ଷର ଭଉଣୀ।
ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ପ୍ରିୟଦର୍ଶନୀ ଦର୍ଶାଇଛନ୍ତି, ଗତ ନଭେମ୍ବର ୫ ତାରିଖରେ ଗ୍ୟାସ୍‌ ଦୁର୍ଘଟଣାରେ ସେମାନଙ୍କ ମାତା ପିତା ଆଖି ବୁଜିଦେଲେ। ସେବେଠାରୁ ଦୁଇ ଭଉଣୀ ଅତ୍ୟନ୍ତ ଦୟନୀୟ ଭାବେ ରହି ଆସୁଛନ୍ତି। ପଡ଼ୋଶୀମାନେ ଖାଇବାକୁ ଦେଲେ ସେମାନଙ୍କ ପେଟ ପୂରୁଛି। କାମ କଲା ଭଳି ତାଙ୍କ ବୟସ ହୋଇ ନ ଥିବାବେଳେ ସାନ ଭଉଣୀ ଅତ୍ୟନ୍ତ ଛୋଟ ହୋଇଥିବାରୁ ଦୁହେଁ କିପରି ଜୀବନ ଜିଇଁବେ ତାହା ବୁଝିପାରୁ ନାହାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ସହାୟତାର ହାତ ବଢ଼ାଗଲେ ଦୁଇ ଅନାଥ ଭଉଣୀ ବଞ୍ଚତ୍ ଯାଇପାରିବେ ବୋଲି ପ୍ରିୟଦର୍ଶିନୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି।