ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧
ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ ଧାରଣ କରିବୁ ଜାଣିପାରୁନୁ। ତେଣୁ ନିରାଶ ନ କରି ବଞ୍ଚତ୍ବାକୁ କିଛି ସହାୟତା ଦିଅ। ଆପଣଙ୍କ ପାଦ ତଳେ କୋଟି କୋଟି ପ୍ରଣାମ କରୁଛୁ। କୋଟି କୋଟି ଅନୁରୋଧ କରୁଛୁ। ପ୍ରଶାସନ ପାଦତଳେ, ଭଗବାନଙ୍କ ପାଦ ତଳେ ବଞ୍ଚତ୍ବାକୁ ଦିଅ। ସୋମବାର ଅନୁଗୋଳ ଜିଲା ପ୍ରଶାସନକୁ ସହାୟତା ପାଇଁ ଏପରି ଆକୁଳ ନିବେଦନ କରିଛନ୍ତି ସଦର ଥାନା ବାରସିଂହା ଗ୍ରାମର ଦୁଇ ଅନାଥ ଶିଶୁକନ୍ୟା ପ୍ରିୟଦର୍ଶନୀ ସାହୁ (୧୦) ଓ ତାଙ୍କ ୩ ବର୍ଷର ଭଉଣୀ।
ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ପ୍ରିୟଦର୍ଶନୀ ଦର୍ଶାଇଛନ୍ତି, ଗତ ନଭେମ୍ବର ୫ ତାରିଖରେ ଗ୍ୟାସ୍‌ ଦୁର୍ଘଟଣାରେ ସେମାନଙ୍କ ମାତା ପିତା ଆଖି ବୁଜିଦେଲେ। ସେବେଠାରୁ ଦୁଇ ଭଉଣୀ ଅତ୍ୟନ୍ତ ଦୟନୀୟ ଭାବେ ରହି ଆସୁଛନ୍ତି। ପଡ଼ୋଶୀମାନେ ଖାଇବାକୁ ଦେଲେ ସେମାନଙ୍କ ପେଟ ପୂରୁଛି। କାମ କଲା ଭଳି ତାଙ୍କ ବୟସ ହୋଇ ନ ଥିବାବେଳେ ସାନ ଭଉଣୀ ଅତ୍ୟନ୍ତ ଛୋଟ ହୋଇଥିବାରୁ ଦୁହେଁ କିପରି ଜୀବନ ଜିଇଁବେ ତାହା ବୁଝିପାରୁ ନାହାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ସହାୟତାର ହାତ ବଢ଼ାଗଲେ ଦୁଇ ଅନାଥ ଭଉଣୀ ବଞ୍ଚତ୍ ଯାଇପାରିବେ ବୋଲି ପ୍ରିୟଦର୍ଶିନୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri