ଧାନ ସଂଗ୍ରହ ଅଗ୍ରିମ ସବ୍‌ସିଡି ୬୦୩୯ କୋଟି ଦିଅ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ଜୋରସୋରରେ ଚାଲିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ ପ୍ରତିଶତ ଅଧିକ ଧାନ ଉତ୍ପାଦନ ହୋଇଛି। ରାଜ୍ୟ ସରକାର ନିଜର ଏଜେନ୍ସି ଜରିଆରେ ଧାନ ସଂଗ୍ରହ ଜାରି ରଖିଛନ୍ତି। ତେବେ କେନ୍ଦ୍ର ସରକାର ଧାନ ସବ୍‌ସିଡି ବାବଦ ଆଗୁଆ ଦେୟ ୬୦୩୯ କୋଟି ଟଙ୍କା ପ୍ରଦାନ କରିନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ଚାପ ବଢିବାରେ ଲାଗିଛି। ତୁରନ୍ତ ଏହି ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର କେନ୍ଦ୍ର ଖାଉଟି ସୁରକ୍ଷା, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଥିସହିତ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଜରିଆରେ ବଳକା ଚାଉଳ ସଂଗ୍ରହ କରିବାକୁ ସେ ଦାବି କରିଛନ୍ତି।
ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ୍‌-୧୯ ମହାମାରୀ ପରେ ଦେଶରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କ୍ଷେତ୍ରକୁ ଆର୍ଥିକ ଦୁର୍ଗତିରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ । ଓଡ଼ିଶାରେ ଧାନ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଲକ୍ଷ ଲକ୍ଷ ଚାଷୀ ସେମାନଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି) ଆଧାରରେ ସରକାରଙ୍କୁ ବିକ୍ରି କରି ଥାଆନ୍ତି। ରାଜ୍ୟରେ ଧାନ ସଂଗ୍ରହ ଦ୍ରୁତ ଗତିରେ ଚାଲିଛି। ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳର ଚାଷୀଙ୍କୁ ଏମ୍‌ଏସପି ଦେଇ ଧାନ ସଂଗ୍ରହ କରୁଛନ୍ତି। ଏହା କୃଷି କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି। ଅନ୍ୟ କ୍ଷେତ୍ର ଅପେକ୍ଷା କୃଷିରେ ଅଧିକ ସଂଖ୍ୟକ ଲୋକ ନିୟୋଜିତ ଅଛନ୍ତି। ଚଳିତ ବର୍ଷ ଧାନ ସଂଗ୍ରହ କରିବାକୁ ଓଡ଼ିଶା ରାଜ୍ୟ ସିଭିଲ ସପ୍ଲାଏ କର୍ପୋରେଶନ(ଓଏସସିଏସସି) ୧୫ ହଜାର କୋଟି ଋଣ କରିଛି। ଧାନ ସଂଗ୍ରହ ପାଇଁ ଆଗୁଆ ସବ୍‌ସିଡି ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୬୦୩୯ କୋଟି ଟଙ୍କା ବକେୟା ରହିଛି। ଏହି ଅର୍ଥ ନ ମିଳିଲେ ଧାନ ସଂଗ୍ରହ ଗୁରୁତର ବାଧାପ୍ରାପ୍ତ ହେବ। ତୁରନ୍ତ ସବ୍‌ସିଡି ଅର୍ଥ ଯୋଗାଇ ଦେବାକୁ ରଣେନ୍ଦ୍ର ଦାବି କରିଛନ୍ତି। ଏହାଛଡା ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଚଳିତ ବର୍ଷ ୫୦%ରୁ ଅଧିକ ଉଷୁନା ଚାଉଳ ନ ଉଠାଇବାକୁ ମନା କରି ଦେଇଛି। ଓଡ଼ିଶା ୪ର୍ଥ ରାଜ୍ୟ ଭାବେ ସେଣ୍ଟ୍ରାଲ ପୁଲ୍‌କୁ ଖାଦ୍ୟ ଶସ୍ୟ ଯୋଗାଇ ଆସୁଛି। ଓଡ଼ିଶାର ଆବଶ୍ୟକତା ୨୪ ଲକ୍ଷ ମେଟ୍ରିକ ଟନ୍‌ ହୋଇଥିବା ବେଳେ ଆହୁରି ୩୦ ଲକ୍ଷ ମେଟ୍ରିକ ଟନ୍‌ ବଳକା ରହିବ। ଏହାକୁ ଏଫ୍‌ସିଆଇ ନେବାକୁ ସେ ଦାବି କରିଛନ୍ତି। ଉଭୟ ସମସ୍ୟାର ତୁରନ୍ତ ପ୍ରତିକାର ପାଇଁ ରଣେନ୍ଦ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri