ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ରସିଦ ଦିଅ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ଆସୁଥିବା ହିତାଧିକାରୀମାନେ ମାଗଣା ଚାଉଳ ନେବାବେଳେ ସେମାନଙ୍କୁ ସ୍ବତନ୍ତ୍ର ରସିଦ ମିଳିବ। ଏସମ୍ପର୍କରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି ଜଣାଇ ଦିଆଯାଇଛି। ଯଦି ରାଜ୍ୟ ସରକାର ନିଜସ୍ବ ଯୋଜନାରେ ହିତାଧିକାରୀଙ୍କୁ କୌଣସି ଅତିରିକ୍ତ ଚାଉଳ ଦେଉଛନ୍ତି ତେବେ ଏହାର ଏକ ଅଲଗା ରସିଦ ପ୍ରସ୍ତୁତ କରିବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।
ସେହିପରି ଯଦି କେନ୍ଦ୍ର ପକ୍ଷରୁ ଚାଉଳ ଦିଆଯାଉଛି, ତାହାହେଲେ ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ରସିଦ୍‌ରେ ଏହା କେନ୍ଦ୍ର ସରକାରଙ୍କ ମାଗଣା ଯୋଜନା ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ଏଥିସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ରିହାତି(ସବ୍‌ସିଡି) ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଲେଖିବା ପାଇଁ କୁହାଯାଇଛି। ଖୁବ୍‌ଶୀଘ୍ର ରସିଦ୍‌ ବଣ୍ଟନର ଗୋଟିଏ ଫର୍ମାଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବ। ଏହାଛଡ଼ା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ ପାଇଁ ସ୍ବତନ୍ତ୍ର ବାୟୋମେଟ୍ରିକ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହାଦ୍ୱାରା ଚାଉଳ ବଣ୍ଟନ ନେଇ ପ୍ରମାଣ ରହିପାରିବ। ତୁରନ୍ତ ଆଇଟି ବ୍ୟବସ୍ଥା ଓ ଇ-ପିଓଏସ୍‌ ଆପ୍ଲିକେଶନରେ ପରିବର୍ତ୍ତନ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଚାଉଳ ଦିଆଯାଉଥିବା କଥା ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ଡିଲର ଓ କ୍ଷେତ୍ରସ୍ତରୀୟ ଅଫିସରମାନଙ୍କୁ କୁହାଯାଇଛି। ଏହାଦ୍ୱାରା ହିତାଧିକାରୀମାନେ ସରକାରଙ୍କ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ ବିଷୟରେ ଅଧିକ ସଚେତନ ହୋଇପାରିବେ ଓ ଏହାର ଲାଭ ଉଠାଇ ପାରିବେ ବୋଲି ପରାମର୍ଶ ଦିଆଯାଇଛି।
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚାଉଳକୁ ନେଇ ରାଜନୀତି ଜୋର ଧରିଛି। ଭୋଟରଙ୍କୁ ନିଜ ସପକ୍ଷରେ ଯୋଡ଼ିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ବଣ୍ଟନକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ଏହି ମାଗଣା ଚାଉଳ ଓ ରସିଦକୁ ନେଇ ଭାଜପା ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଦୁଃଖର କଥା କେନ୍ଦ୍ର ସରକାର ଚାଉଳ କେଜି ପିଛା ୨୯ ଟଙ୍କା ୧୫ ପଇସା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ୭୬ ପଇସା ଓ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ସବୁବେଳେ କହୁଥିଲେ ଆମେ ସବୁ ଦେଉଛୁ। ଲୋକମାନଙ୍କୁ ଭୁଆଁ ବୁଲାଯାଉଥିଲା। ଏହାକୁ ଏକ ଷଡ଼ଯନ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୨୬ ଲକ୍ଷ ଲୋକଙ୍କୁ ରସିଦ୍‌ ଦିଆଯିବ। ରାଜ୍ୟ ସରକାର ତାଙ୍କ ଯୋଜନାରେ ୯ ଲକ୍ଷ ଲୋକଙ୍କୁ ରସିଦ୍‌ ଦେବେ। ଲୋକମାନେ ଜାଣିପାରିବେ କିଏ ଚାଉଳ ଦେଉଛନ୍ତି ବୋଲି ଷଡ଼ଙ୍ଗୀ କହିଛନ୍ତି।
ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଚାଉଳ ହେଉଛି ଗରିବ ଲୋକଙ୍କ ପ୍ରସଙ୍ଗ। ଅନ୍ତ୍ୟୋଦୟକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନଁା ଦିଆଯାଉଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଅନ୍ତ୍ୟୋଦୟ ଯୋଜନା ହୋଇଥିଲା। ପଲିଟିକାଲ ମାଇଲେଜ ପାଇଁ ଏହା କରାଯାଉଛି। ରସିଦ କାହାକୁ ଦେବେ? କ’ଣ ଧାର ନେଇଥିଲେ ଯେ ରସିଦ ଦେବେ। କେନ୍ଦ୍ର ସରକାର ଯେକୌଣସି ନିଷ୍ପତ୍ତି ନେଉଛନ୍ତି ସେଥିରେ ରାଜ୍ୟର ଭୂମିକା ରହିବା ଦରକାର। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ। ମାଗଣା ଚାଉଳ ବଣ୍ଟନ କ୍ଷେତ୍ରରେ ଅସୁବିଧା ହେବ। ଅତି ହୀନ ଉଦ୍ଦେଶ୍ୟ ରଖି ଏପରି କରାଯାଉଛିି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ କାର୍ଡଧାରୀଙ୍କୁ କିଲୋ ପିଛା ୧ ଟଙ୍କାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାର ୨୦୨୩ ଜାନୁୟାରୀରୁ ବର୍ଷକ ପାଇଁ ମାଗଣା ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri