ଦ୍ୱିତୀୟ ଡୋଜ୍‌ ଗ୍ରହୀତାଙ୍କୁ ଅଗ୍ରାଧିକାର ଦିଅ

ନୂଆଦିଲ୍ଲୀ,୮ା୫: ଦେଶରେ କରୋନା ଭାକ୍ସିନ ନିଅଣ୍ଟ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଥିବା ଗ୍ରହୀତାଙ୍କୁ ଅଗ୍ରାଧିକାର ଦେବା ପାଇଁ ଶୁକ୍ରବାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ରୀୟ କୋଟାରୁ ମିଳୁଥିବା ଟିକାକୁ ୭୦:୩୦ ଅନୁପାତରେ ଦ୍ୱିତୀୟ ଓ ପ୍ରଥମ ଡୋଜ୍‌ ଟିକା ଦେବା ପାଇଁ କହିଛନ୍ତି।
ଦେଶରେ ଏବେ ଟିକା ନିଅଣ୍ଟ ଦେଖାଦେଇଛି। ଟିକା ଯୋଗାଣ ହୋଇପାରୁ ନ ଥିବାରୁ ଅନେକ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ହିତାଧିକାରୀଙ୍କୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ସୁପାରିସ ଅନୁସାରେ ଟିକାକରଣ ନିର୍ଘଣ୍ଟ ବଜାୟ ରଖିବାକୁ କୁହାଯାଇଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କୋଭାକ୍ସିନ ପ୍ରଥମ ଡୋଜ୍‌ ଟିକା ନେବାର ୪-୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନିଆଯିବ। ସେହିପରି କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ୪ରୁ ୮ ସପ୍ତାହ ବ୍ୟବଧାନ ରହିବ। ମେ’ ୧ରେ ଆରମ୍ଭ ହୋଇଥିବା ନୂଆ ଭାକ୍ସିନ ନୀତି ଅନୁଯାୟୀ ରାଜ୍ୟଗୁଡ଼ିକୁ ପଠାଯାଇଥିବା ଭାକ୍ସିନକୁ କେବଳ ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ। ୧୮ରୁ ୪୪ ବର୍ଷୀୟ ନାଗରିକ ରାଜ୍ୟର ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକରୁ ପୃଥକ୍‌ ଭାବେ ଟିକା ନେବେ। ଅନେକ ସ୍ଥାନରେ ପ୍ରଥମ ଡୋଜ୍‌ ନେଇଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଦ୍ୱିତୀୟ ଡୋଜ୍‌ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ରିପୋର୍ଟ ଆସୁଛି। ତେଣୁ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଟିକାକରଣର ନିୟମିତ ସମୀକ୍ଷା କରିବାକୁ ମଧ୍ୟ ଏଥିରେ କୁହାଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟାନୁସାରେ ଦେଶରେ ମୋଟ ୧୬.୫୦ କୋଟି ଡୋଜ୍‌ ଟିକା ଦିଆଯାଇଛି। ଏଥିରୁ ୧୩.୨୧ କୋଟି ପ୍ରଥମ ଓ ୩.୨୯ କୋଟି ଦ୍ୱିତୀୟ ଡୋଜ୍‌। ଶୁକ୍ରବାର ସକାଳ ସୁଦ୍ଧା ୧୮ରୁ ୪୪ ବର୍ଷୀୟ ୧୧.୮୧ ଲକ୍ଷ ନାଗରିକ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ତେବେ ଏହା କର୍ପୋରେଟ ହସ୍ପିଟାଲ ଜରିଆରେ କିମ୍ବା ରାଜ୍ୟ କୋଟାରୁ ଦିଆଯାଇଛି। କେନ୍ଦ୍ର ସରକାର ୧୭.୩୫ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ମାଗଣାରେ ରାଜ୍ୟଗୁଡ଼ିକୁ ପ୍ରଦାନ କରିଛନ୍ତି। ରାଜ୍ୟଗୁଡ଼ିକ ପାଖରେ ଏବେ ୯୦ ଲକ୍ଷରୁ ଅଧିକ ଡୋଜ୍‌ ଗଚ୍ଛିତ ରହିଛି। ଏହାବାଦ୍‌ ୩ ଦିନ ମଧ୍ୟରେ ରାଜ୍ୟଗୁଡ଼ିକୁ ଆଉ ୧୦ ଲକ୍ଷ ଡୋଜ୍‌ ଟିକା ପହଞ୍ଚତ୍ବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri