ପୁଅକୁ ଭଲ ଶିକ୍ଷା, ଶତ୍ରୁକୁ ଦୁଃଖ ଦିଅନ୍ତୁ ; ଚାଣକ୍ୟ କହିଥିବା ଏହି ୪ କଥା ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍‌ର ବିଚାର କରିବାର ଉପାୟ ମଧ୍ୟ ରହିଛି। ଏସବୁ ନୀତିକୁ ମାନି କିଏ ବି ସଫଳତାର ଶୀର୍ଷରେ ପହଞ୍ଚିପାରିବ। ଆସନ୍ତୁ ସେମିତି କିଛି ନୀତିକୁ ଜାଣିବା:

-ପୁଅକୁ ଭଲ ଶିକ୍ଷା ଦିଅନ୍ତୁ: ଚାଣକ୍ୟ କୁହନ୍ତି ଯେଉଁ ମା’ବାପା ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ନ ଥାନ୍ତି ସେମାନେ ଶତ୍ରୁ ସମାନ ହୋଇଥାନ୍ତି। ସେମାନେ ନିଜ ହାତରେ ପିଲାର ଜୀବନ ବରବାଦ କରିଦିଅନ୍ତି। କାହିଁକିନା ଶିକ୍ଷା ବିହୀନ ମନୁଷ୍ୟ ବିନା ଲାଙ୍ଗୁଡ଼ ବିଶିଷ୍ଟ ପଶୁ ହୋଇଥାନ୍ତି। ଏଥିଲାଗି ପିଲାଙ୍କୁ ସର୍ବଦା ଭଲ ଶିକ୍ଷା ଦିଅନ୍ତୁ।

-ଶତ୍ରୁକୁ ଦୁଃଖ ଏବଂ କଷ୍ଟରେ ରଖନ୍ତୁ: ଚାଣକ୍ୟ କୁହନ୍ତି ବିଜେତା ହେବା ଲାଗି ଶତ୍ରୁକୁ ସବୁବେଳେ ଦୁଃଖ ଏବଂ କଷ୍ଟରେ ରଖନ୍ତୁ। କାହିଁକି ନା ସେ ଯଦି ଖୁସିରେ ରହିବ ତୁମକୁ ଆଘାତ ଦେବ, ଯଦି ସେ ନିଜର ଦୁଃଖରେ ଚିନ୍ତିତ ରହିବ ତେବେ ଆକ୍ରମଣ କରିପାରିବ ନାହିଁ। ଏଥିସହ ବେଶ ସାବଧାନତାର ସହ ତାଙ୍କ ଗତିବିଧି ଉପରେ ଧ୍ୟାନ ରଖିବା ଉଚିତ।

-ବନ୍ଧୁମାନଙ୍କୁ ଦାନଧର୍ମ କାର୍ଯ୍ୟରେ ଲଗାନ୍ତୁ: ଚାଣକ୍ୟ କୁହନ୍ତି ଭଲ ବନ୍ଧୁମାନଙ୍କୁ ନିଜ ସହ ଧର୍ମକର୍ମ କାର୍ଯ୍ୟରେ ଲଗାଇବା ଉଚିତ। ଏଭଳି କରିବାଦ୍ୱାରା ଆପଣଙ୍କ ସହ ଆପଣଙ୍କ ବନ୍ଧୁ ଏବଂ ସମାଜର ଭଲ ହେବ। ଚାଣକ୍ୟ କୁହନ୍ତି ବନ୍ଧୁମାନଙ୍କୁ ସବୁଠାରୁ ଅଧିକ ରହସ୍ୟ ଜଣାଥାଏ, ଏମିତିରେ ଖରାପଗୁଣ ଥିବା ବନ୍ଧୁ କ୍ଷତି ପହଞ୍ଚାଇପାରେ।

-ଝିଅର ବିବାହ ସର୍ବଦା ସଂସ୍କାରୀ ଏବଂ ନିଜ ସମାସ୍କନ୍ଦ ପରିବାରରେ କରିବା ଉଚିତ। କାହିଁକିନା ଯଦି ଆପଣ ନିଜଠାରୁ ଧନୀ ଘରେ ଝିଅର ବିବାହ କରନ୍ତି ତେବେ ଝିଅର ଗୃହସ୍ଥିରେ ଅନେକ ପ୍ରକାର ଅସୁବିଧା ଆସିପାରେ। ଅନେକ ଥର ପରିବାରରେ ସମାନତା ନ ଥିବା କାରଣରୁ ବିବାହ ଭାଙ୍ଗି ମଧ୍ୟ ଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri