ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…

ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି ସେମାନଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଧରାପଡ଼ିଲେ ଏଭଳି ବ୍ୟକ୍ତିଙ୍କୁ ଏକ ବର୍ଷ ଜେଲ ସହିତ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।

ଦେଶର ଟେଲିକମ ମନ୍ତ୍ରଣାଳୟ ତରଫରୁ ଟେଲିକମ ବିଭାଗ ନୂତନ ଟେଲିକମ ବିଲ ଡ୍ରାଫ୍ଟରେ ଏହି ବ୍ୟବସ୍ଥା ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବଗୁଡିକ ଅଣାଯାଇଛି ଯାହା ଦ୍ୱାରା ଅନଲାଇନ ଆର୍ଥିକ ଠକେଇ କିମ୍ବା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବନ୍ଦ ହୋଇପାରିବ। ବିଲରେ ଉଲ୍ଲେଖ କରାଯାଇଛି ଯେ. ପ୍ରତ୍ୟେକ ଟେଲିକମ ବ୍ୟବହାରକାରୀ ଜାଣିବା ଉଚିତ ଯେ କାହା ମାଧ୍ୟମରେ କଲ ସେମାନଙ୍କ ପାଖକୁ ଆସୁଛି ।

ସାଇବର ଅପରାଧୀଙ୍କ ଦ୍ୱାରା ଆର୍ଥିକ ଠକେଇ ମାମଲା ଦେଶରେ ବଢ଼ିବାରେ ଲାଗିଛି। ଅପରାଧୀମାନେ ନକଲି ପରିଚୟ ଆଧାରରେ ସିମ କାର୍ଡ ପାଇଥାନ୍ତି । ଏହି ନିୟମ ଆସିବା ସହିତ ଟେଲିକମ ସେବା ମାଧ୍ୟମରେ ସାଇବର ଠକେଇ ବନ୍ଦ ହୋଇଯିବ। ତେଣୁ ଉପଯୁକ୍ତ ସ୍ଥାନରେ ଲୋକଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା ବିଲରେ ଅନ୍ତର୍ଭୁକ୍ତ କରାଯାଇଛି। ଟେଲିକମ ବ୍ୟବହାରକାରୀମାନେ ଡ୍ରାଫ୍ଟ ଟେଲିକମ ବିଲର ଧାରା ୪ର ଉପ-ଧାରା ୭ ଅନୁସାରେ ସେମାନଙ୍କର ପରିଚୟ ପ୍ରକାଶ କରିବା ଆବଶ୍ୟକ।

ଏହାକୁ ଏକ ଜଣାଶୁଣା ଅପରାଧ ଭାବରେ ବ୍ୟାଖ୍ୟା କରାଯାଇଛି। ଏଭଳି ଅପରାଧୀଙ୍କୁ ପୋଲିସ ଅଧିକାରୀ ବିନା ୱାରେଣ୍ଟରେ ଗିରଫ କରିପାରିବେ ଏବଂ କୋର୍ଟର ଅନୁମତି ବିନା ତଦନ୍ତ ଆରମ୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri