୫୦ ହଜାର ଦିଅ, ଗୁଣ୍ଠେ ଜମି ନିଅ

କଳିଙ୍ଗନଗର,୨୯।୧: ଯାଜପୁର ଜିଲାର ଦାନଗଦି ତହସିଲ ତଥା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜନସଂଖ୍ୟା ବଢିବା ସାଙ୍ଗକୁ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢିଛି। ସରକାରୀ ଜମି ଓ ଜଳାଶୟଗୁଡିକୁ ପୋତି ବେଆଇନ କବ୍‌ଜା ମଧ୍ୟ କରିଗଲେଣି। ଏହିକ୍ରମରେ ଦାନଗଦି ତହସିିଲ ଅଞ୍ଚଳରେ ସରକାରୀ ଜମି ମଧ୍ୟ ବିକ୍ରୀ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। କେତେଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ୫୦ହଜାର ଟଙ୍କା ଦେଲେ ଗୁଣ୍ଠେ ଜଙ୍ଗଲ କିସମ ଜମି ମିଳି ଯାଉଛି ବୋଲି ଆଲୋଚନା ହେଉଛି।
ଅନାବାଦୀ, ଗୋଚର କିମ୍ବା ସର୍ବସାଧାରଣ ରାସ୍ତା ଜମି ଜବରଦଖଲକାରୀମାନେ ଯିଏ ଯେଉଁଠି ପାରିଲା ମାଡିବସି କୋଠାବାଡ଼ି ନିର୍ମାଣ କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଜମି ବିକ୍ରୀ କରୁଥିବା ଦଲାଲମାନେ ଜମିର ସୁରକ୍ଷା ବାବଦରେ ମଧ୍ୟ ଦାୟୀ ରହୁଥିବାରୁ ଏହି ଜମି ହତେଇବା ପାଇଁ ପ୍ରତିଯୋଗିତା ଚାଲିଛି। ଦାନଗଦି ତହସିଲ କାର୍ଯ୍ୟାଳୟର ଜଣେ କିରାଣୀ ଓ ଅନ୍ୟଜଣେ କର୍ମଚାରୀ ଏହି ବେଆଇନ କାରବାରର ସୁରକ୍ଷା ଦେଉଥିବା କୁହାଯାଉଛି। ଦଲାଲମାନେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଠିକାଦାରୀ କରୁଥିବା ଜିଲା ତଥା ଜିଲା ବାହାରର ଲୋକମାନଙ୍କୁ ଏହି ଜମି ସବୁ ବିକ୍ରୀ କରୁଛନ୍ତି। ଫଳସ୍ବରୂପ ଦାନଗଦି ତହସିଲର ତ୍ରିଜଙ୍ଗା ମୈାଜା ଓ ଧୂଳିଗଡ଼ ମୌଜାରେ ଥିବା ସରକାରୀ ଜମି ଦଖଲ କରି ଶତାଧିକ କୋଠାବାଡ଼ି ନିର୍ମାଣ ଚାଲିଛି। ତହସିଲ କାର୍ଯ୍ୟାଳୟକୁ ଲାଗି ଏହି ଅଞ୍ଚଳରେ ପ୍ରାୟ ଶହେ ଏକର ଜଙ୍ଗଲ, ଅନାବାଦି, ଗୋଚର ଏବଂ ସର୍ବସାଧାରଣ ରାସ୍ତା ଥିବା ଜମିକୁ ଦଲାଲମାନେ ନିଜ ନିଜର କବ୍‌ଜାରେ ରଖି ନିଜ ସମ୍ପତ୍ତି ପରି ବିକ୍ରୀ କରୁଥିବା ଦେଖିବାକୁ ମିଳିଛି। ଦାନଗଦି ଆର୍‌ଆଇ ଓ ତହସିଲ କାର୍ଯ୍ୟାଳୟ ତ୍ରିଜଙ୍ଗା ମୌଜାରେ ରହିଛି। କିନ୍ତୁ ଏହି ମୌଜାରେ ହିଁ ସବୁଠାରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହେଉଛି। ତହସିଲ କାର୍ଯ୍ୟାଳୟର ପଛ ପାର୍ଶ୍ୱରେ ଥିବା ତ୍ରିଜଙ୍ଗା ମୌଜାର ଖାତା ନମ୍ବର-୫୦୧, ପ୍ଲଟ ନମ୍ବର-୨୪୦ ଜମିର କିସମ ରକ୍ଷିତ ଜଙ୍ଗଲ । ଏହି ଜମିରୁ ପ୍ରାୟ ୮୦ ଡିସିମିଲ ଜମିକୁ ବେଆଇନ ଭାବରେ ମାଡିବସି ଭୁବନ ଅଞ୍ଚଳର ଜଣେ ବ୍ୟକ୍ତି ଏକ ବିଶାଳ କୋଠା ଘର ନିର୍ମାଣ ଚଳାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ଖୋଦ ତହସିଲଦାର ସଂପୃକ୍ତ ବ୍ୟକ୍ତିଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଇ ଫର୍ମ (ଖ)ରେ ଗୋଟିଏ ନୋଟିସ ଧରାଇ ଦେଇ ନିଜ କର୍ତ୍ତବ୍ୟ ଶେଷ କରିଛନ୍ତି । ମାତ୍ର ସଂପୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ପାଇଁ କାଳେ ଅଢେଇ ଲକ୍ଷ ଟଙ୍କା କାରବାର ହୋଇଥିବା ଚର୍ଚ୍ଚା ହେଉଛି।
ତଥ୍ୟ ମୁତାବକ ଗତ ୨୦୧୮ରେ କେବଳ ତ୍ରିଜଙ୍ଗା ମୌଜାରେ ମୋଟ ୫୦୭ ଏକର ସରକାରୀ ଜମିରେ ବେଆଇନ କୋଠାବାଡି ନିର୍ମାଣ ହୋଇସାରିଥିଲା। ବର୍ତ୍ତମାନ ଏହା ପ୍ରାୟ ୭୦୦ ଏକର ପାର ହୋଇ ସାରିଥିବା ବେଳେ ଦାନଗଦି ଆରଆଇ ସର୍କଲ ଧୂଳିଗଡ଼ ମୌଜାରେ ୫୦୦ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ଦଲାଲମାନେ ବିକ୍ରୀ କରି ସାରିଲେଣି ବୋଲି ଅଭିଯୋଗ ହେଉଛି। ସିଙ୍ଗାଡିଆ ବଜାର ପଛପାର୍ଶ୍ୱରେ ଥିବା ଧୂଳିିଗଡ଼ ମୌଜାରେ ଥିବା ବହୁ ପୁରାତନ ଝାଟି ଜଙ୍ଗଲକୁ ସଫାକରି ସେଠାରେ ବଡ଼ ବଡ଼ କୋଠାଘର ନିର୍ମାଣ ଚାଲିଛି। ତହସିଲ ପ୍ରଶାସନ କେବଳ ନୀରବଦ୍ରଷ୍ଟାର ଭୂମିକା ତୁଲାଉଛନ୍ତିି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଦାନଗଦି ତହସିଲଦାର ସ୍ମୃତିରେଖା ଦାସଙ୍କ ମତାମତ ନେବାକୁ ଗୁରୁବାର ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri