ଝାଡ଼ାବାନ୍ତିରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ଦିଅ: ତାରା

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭାରେ ହୋହଲ୍ଲା ହୋଇଥିବା ବେଳେ ଭାଜପା ସରକାରଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛି। ଏହା ସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଘଟଣାକୁ ମନୁଷ୍ୟକୃତ କହିଛନ୍ତି। ଘଟଣାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଝାଡ଼ାବାନ୍ତି ଦ୍ୱାରା ଅବିଭକ୍ତ କୋରାପୁଟରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। କାଶୀପୁରରେ ୧୪ ଏବଂ ସୋମବାର ଦଶମନ୍ତପୁରରେ ୩ ଜଣ ପ୍ରାଣ ହରାଇଛନ୍ତି । ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି। ଯେଉଁ ଏଗ୍ରିମେଣ୍ଟ ହୋଇଥିଲା କମ୍ପାନୀ ତାହା ପାଳନ କରୁନାହିଁ । ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ କମିଟି ଗଠନ ପାଇଁ ସେ ଦାବି କରିଛନ୍ତି । ଏଥିସହ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ବାହିନୀପତି ଦାବି କରିଛନ୍ତି।