ଗୀତ ପାଇଁ ଗୀତା

ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରେଡ଼ିଓ, ଟିଭି ଓ ଚଳଚ୍ଚିତ୍ରରେ ଭଜନ, ଜଣାଣ, ଗୀତ ଓ ସୁଗମ ସଙ୍ଗୀତରେ ତାଙ୍କ କଣ୍ଠସ୍ବର ସବୁବର୍ଗର ଶ୍ରୋତାଙ୍କ ମନ ଓ ହୃଦୟକୁ ଛୁଇଁପାରିଛି। ଏଥିପାଇଁ କେବଳ ରାଜ୍ୟ କି ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ତାଙ୍କର ଭିନ୍ନ ପରିଚୟ ରହିଛି। ବିଭିନ୍ନ ସଂସ୍ଥାରୁ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ସେ ହେଲେ ଓଡ଼ିଶାର ଜଣାଶୁଣା ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଗୀତା ଦାସ। । ପିତା ହରିହର ମିଶ୍ର ଜଣେ ସରକାରୀ ଉଚ୍ଚପଦାଧିକାରୀ, ମା’ ରତ୍ନମଣୀ ମିଶ୍ର । ସେ କୁହନ୍ତି – ମୋର ଜନ୍ମ କଟକରେ, ମାତ୍ର ଆମ ଗାଁ ନୟାଗଡ଼ ଜିଲାର ଶରଣକୂଳ ଅନ୍ତର୍ଗତ ବରଡ଼ିହ ଶାସନରେ। ବାପା ମା’ଙ୍କର ଆମେ ୩ ଭଉଣୀ ଓ ୪ଭାଇ। ମୋର ଯେତେଦୂର ମନେପଡ଼ୁଛି ପ୍ରାୟ ୩/୪ବର୍ଷ ବେଳରୁ ଘରେ ଗୀତ ଶୁଣିବା ଓ ଗାଇବା ଆରମ୍ଭ କରିଥିଲି। କିନ୍ତୁ ବିଧିବଦ୍ଧ ଭାବେ ସଙ୍ଗୀତ ଶିକ୍ଷା କରି ନ ଥିଲି। ସେତେବେଳେ ‘ଆହେ ନୀଳ ଶୈଳ’ ଜଣାଣ ଗାଉଥିଲି। ଗୀତ ପ୍ରତି ମା’ ଓ ବଡ଼ଭାଇଙ୍କ ଆଗ୍ରହ ଥିଲା। ସାଲେପୁରରେ ୩ୟ ପଢ଼ିଲି, ପରେ ବଲାଙ୍ଗୀର ଆଦି ଅନ୍ୟସବୁ ଜାଗାରେ ପ୍ରାୟ ବର୍ଷେ ଲେଖାଏଁ ପଢ଼ା ହୋଇଛି । କିନ୍ତୁ ୧୯୭୧ମସିହାର କଥା। ପିଲାଦିନେ ରେଡ଼ିଓରୁ ଗୀତ ଶୁଣିଲାବେଳେ ମନରେ ଗୋଟିଏ କଥା ଘାଣ୍ଟି ହେଉଥିଲା-ରେଡ଼ିଓ ଭିତରେ କେତେଜଣ ଲୋକ ଅଛନ୍ତି, କ’ଣ କରୁଛନ୍ତି ଇତ୍ୟାଦି। ଏସବୁ ଜାଣିବା ପାଇଁ ଦିନେ ଏକ ରେଡ଼ିଓକୁ ଭାଙ୍ଗି ଦେଇଥିଲି। ତା’ ପରେ ବାପା (ନନା) ମତେ ଆକାଶବାଣୀ କଟକ କେନ୍ଦ୍ରକୁ ନେଇଯାଇଥିଲେ। ଏଠାରେ ଶିଶୁସଂସାର କାର୍ଯ୍ୟକ୍ରମରେ ଯୋଗଦେଲି। ଏହି କାର୍ଯ୍ୟକ୍ରମରେ ମୋର ପ୍ରଥମ ଗୀତଟି ଥିଲା- ‘ଆଈ ବାଛୁ ଥିଲା ଖଇ, ଅଇଲା ପବନ ସାଇଁ ସାଇଁ ହୋଇ ଖଇନେଲା ଉଡ଼େଇ।’ ଥରେ ଏକ ସଙ୍ଗୀତ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ହୋଇଥିଲି। ସେବେଠାରୁ ଜଣେ କଣ୍ଠଶିଳ୍ପୀ ହେବାକୁ ମୋର ଇଚ୍ଛାଥିଲା। ୧୯୭୭ରେ ହବି ମେଲୋଡ଼ିରେ ଯୋଗଦେଲି। ୧୯୭୮ରେ ଆକାଶବାଣୀର ଜେନେରାଲ ଅଡ଼ିଶନରେ ପାସ୍‌ କଲି। ୧୯୮୬ରେ ଅପ ଗ୍ରେଡ଼ ହେଲି। ତା’ପରେ ୧୯୯୯ରେ ଏ ଗ୍ରେଡ଼ ହେଲି। ବଡ଼ମ୍ବା-ନରସିଂହପୁରରେ ବାପା ତହସିଲଦାର ଥାଆନ୍ତି। ଏଠାରେ ଯୁକ୍ତ୨ ସାରିଲି । କିନ୍ତୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ସଙ୍ଗୀତ କାଯର୍‌ୟକ୍ରମରେ ଯୋଗ ଦେଉଥିଲି । ଥରେ ଏକ ମେଲୋଡ଼ି ଷ୍ଟେଜରେ ମୋର ଗୀତ ଶୁଣି ପ୍ରଦୀପ କୁମାର ଦାଶ ମତେ ପସନ୍ଦ କରିଥିଲେ। ତା’ପରେ ୧୯ ବର୍ଷରେ ତାଙ୍କ ସହିତ ମୋର ବିବାହ ହେଲା। ସେତେବେଳେ ସେ ରେଭେନ୍‌ଶାରେ ଅଧ୍ୟାପକ ଥିଲେ। ତାଙ୍କ ଘର ଆଠଗଡ଼ ତିଗିରିଆରେ । ଏକ ଯୌଥ ପରିବାର, ୭ଭାଇ ଓ ୫ଭଉଣୀ। ମାତ୍ର ବିବାହ ପରେ ସଙ୍ଗୀତ କ୍ଷେତ୍ରକୁ ବାରଣ କରିଥିଲେ। ଏମିତିରେ ପ୍ରାୟ ୨ବର୍ଷ ବିତିଗଲା। ମାତ୍ର ଭିକାରୀ ବଳ, ଅକ୍ଷୟ ମହାନ୍ତି ମୋ ଶାଶୁଘର ଲୋକଙ୍କୁ ବୁଝାଇଥିଲେ। ଶାଶୁଘର ଲୋକଙ୍କ ସହଯୋଗରେ ସଙ୍ଗୀତରେ କ୍ଲାସିକ ଶିଖିଲି। ଗୁରୁ ଜେ.ଭି.ଏସ. ରାଓଙ୍କ ନିର୍ଦ୍ଦେଶରେ ସଙ୍ଗୀତ ଶିକ୍ଷା କରିଥିଲି ଓ ଘରୋଇଭାବେ ବିଏ ପଢ଼ା ସାରିଥିଲି । ସମୟକ୍ରମେ ମୋର ଦୁଇ ଯାଆଁଳା ଝିଅ ଦୁର୍ଗେଶନନ୍ଦିନୀ ଦାଶ, ଦିନେଶନନ୍ଦିନୀ ଦାଶ, ପୁଣି ଆଉ ଏକ ଝିଅ ଲୋପାମୁଦ୍ରା ଦାଶ ଜନ୍ମ ହେଲେ। ମୋ ପୁତୁରା ଭକ୍ତବଲ୍ଲଭ ଦାଶଙ୍କୁ ପୁଅ ଭାବେ ଗ୍ରହଣ କରିଛି। ଶ୍ୱଶୁର ହରେକୃଷ୍ଣ ଦାଶ, ଶାଶୁ ସାବିତ୍ରୀ। ସମସ୍ତଙ୍କ ସହଯୋଗ ରହିଛି। ଝିଅ ବିଦେଶରେ, ପୁଅ ବାହାର ରାଜ୍ୟରେ ନିଯୁକ୍ତି ପାଇଛି। ସ୍ବାମୀ ଅଧ୍ୟାପକ ପରେ ୟୁକୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଭାବ କାଯର୍‌ୟରୁ ଅବସର ନେଇଥିବାରୁ ଏବେ ଭୁବନେଶ୍ୱରରେ ରହୁଛୁ। କିନ୍ତୁ ଯିଏ ଦିନେ ଗୀତ ପାଇଁ ମନା କରୁଥିଲେ ସିଏ ଏବେ ମୋଠାରୁ ଗୀତଟିଏ ଶୁଣିବାକୁ ସବୁଦିନ ବାଧ୍ୟ କରନ୍ତି । ୧୯୮୧ରେ ଜ୍ୱାଇଁପୁଅ ଚଳଚ୍ଚିତ୍ରରେ-‘ ଠିକ୍‌ କରିଛି, ବେଶ୍‌ କରିଛି , ପ୍ରେମ କରିଛି…’ଗୀତର କଣ୍ଠଦାନ କରି ଲୋକଲୋଚନକୁ ଆସିଛି। ‘ଛ ମାଣ ଆଠ ଗୁଣ୍ଠ’ରେ ବି କଣ୍ଠଦାନ କରିଛି। ୧୯୮୫ରେ ଗୃହଲକ୍ଷ୍ମୀ ଚଳଚ୍ଚିତ୍ରରେ ‘କାନ୍ଦନା କାନ୍ଦନା ଲୋ ମୋ ସୁନା କଣ୍ଢେଇ’,୧୯୮୯ରେ ‘ଦଇବଦଉଡ଼ି’ରେ ଲୋରୀ- ‘ଆ..ମୋ ପାଖକୁ ଆ, ଧନମଣି ଆ…। ୧୯୯୨ରେ ‘ମୁଁ ତୁମେ ଓ ସେ’ରେ ‘ଫୁଲକୁ ଗୁନ୍ଥି କରିଛି ହାର’, ୧୯୯୫ରେ ସୁଚିତ୍ରା ଓ ସଙ୍ଗୀତାଙ୍କ ସହିତ ମିଶିକି ‘ବୋଲେ.. ହୁଁ ଟି’ଗାଇଛି। ୨୦୦୦ରେ ‘ସତମିଛରେ ଆରେ ସପନ ପକ୍ଷୀ’, କିଏ କାହାର-‘ଚକା ଜହ୍ନ କେଡେ ଝିଲିମିଲି ଆକାଶରେ ହସେ ଖିଲିଖିଲି।’ ସୁହାଗ ସିନ୍ଦୁରରେ-‘ଧର..ଧର ..ଧର ମତେ କିଏ ଧରୁଛି ଧର।’ ତେବେ ୧୯୮୧ରୁ ୨୦୦୬ ମଧ୍ୟରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ସଙ୍ଗୀତରେ କଣ୍ଠଦାନ କରିସାରିଛି। ଏମିତିରେ -ଏ ପାନ ବାଲା ବାବୁରେ.., ମାଛବାଲି.. , ପିଲାଟା ବିଗିଡ଼ି ଗଲା…କିରିକେଟର କି ମନ୍ତର କଲା…ଆଦି ଲଘୁ ସଙ୍ଗୀତରେ କଣ୍ଠଦାନକରି ଖୁବ୍‌ ଲୋକପ୍ରିୟତା ମିଳିଥିଲା। ସେହିପରି – ନାହାନ୍ତି ଲୋ ସଖୀ ନାହାନ୍ତି.., ଆହେ ପ୍ରଭୁ ମହାବାହୁ, ଆଦି ଅନେକ ଭଜନରେ କଣ୍ଠଦାନ କରିଛି। କାଳିଜାଈ ଗାହାଣରେ- ‘ବାପଘର ଖେଳ’ ଆଦି ଶତାଧିକ ସିଡୀ ଓ କ୍ୟାସେଟରେ ଗୀତ ଗାଇଛି। କିନ୍ତୁ ମତେ ସବୁଠୁ ଅଧିକ ଘରେଘରେ ପରିଚିତି କରାଇଛି ଲକ୍ଷ୍ମୀପୁରାଣ। ଗୋଟିଏ କଥା ମନେ ପଡ଼ୁଛି, ଅନୁଗୋଳ ଅଞ୍ଚଳକୁ ଏକ କାଯର୍‌ୟକ୍ରମକୁ ଯାଇଥିଲି ।
ସେଠାରେ ମତେ ଭଲପାଉଥିବା ଲୋକମାନେ ଖୁସିରେ ଲକ୍ଷ୍ମୀ ବୋଲି କହି ଫୁଲରେ ଚଲାଇ ନେବାକୁ କହିଲେ, ସେମାନଙ୍କୁ ମନା କଲି। ଏବେ ଯୁଆଡ଼େ ଗଲେ ଶ୍ରଦ୍ଧାରେ ଲକ୍ଷ୍ମୀ ବୋଲି କହୁଛନ୍ତି। ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ବାହାର ରାଜ୍ୟ ଏବଂ ଦୁବାଇ, ୟୁରୋପ ଆଦି ବିିଦେଶକୁ ଯାଇ ଗୀତ ଗାଇଛି। ପୁରସ୍କାର ଭାବେ -ଚଳଚ୍ଚିତ୍ର ଜଗତ, ଫିଲ୍ମ ଫେୟାର, ସିନେକ୍ରିଟିକ, ସପ୍ତସ୍ବର, ଜର୍ନାଲିଷ୍ଟ ସଂଘ ଆଓ୍ବାର୍ଡ, ଶ୍ରୀକ୍ଷେତ୍ର କଳାପରିଷଦ ଆଦି ଶତାଧିକ ସଂସ୍ଥା ସମେତ, ଓଡ଼ିଶା ସଙ୍ଗୀତନାଟକ ଏକାଡ଼େମୀ ତରଫରୁ ୨୦୧୮ରେ ପୁରସ୍କାର ଓ ସମ୍ମାନ ମିଳିଛି। ସବୁ ସୁନାମଧନ୍ୟ ମ୍ୟୁଜିକ ଡାଇରେକ୍ଟରଙ୍କ ସହିତ ଗୀତ ଗାଇବା ପାଇଁ ମୋର ଗୋଟିଏ ଇଚ୍ଛାଥିଲା । ମହାପ୍ରଭୁ ତାହା ପୂରଣ କରିପାରିଛନ୍ତି। ସବୁବେଳେ ଗୀତର ଅଭ୍ୟାସ ଦରକାର। ସକାଳୁସକାଳୁ ସଙ୍ଗୀତକୁ ଅଭ୍ୟାସ କରିଥାଏ। ଠାକୁରଘରେ ୫ଟା ଗୀତ ଗାଏ । ବାଥ୍‌ରୁମରେ ନିଜସ୍ବରକୁ ଶୁଣେ, କେମିତି ଶୁଭେ ଜାଣିପାରେ ।
ଏମିତିରେ ଗାଧୋଇବାରେ ବିଳମ୍ବ ହୁଏ, ଘରେ ବିରକ୍ତ ହୁଅନ୍ତି। ଏକଥା ସତ ଯେ ଗୀତ ଶୁଣିବାକୁ ସମସ୍ତଙ୍କୁ ଭଲଲାଗେ, କିଏ ଗୁଣୁଗୁଣୁ ହୋଇ ଗାଏ ତ କିଏ ସ୍ବର ଦେଇ। ମାତ୍ର ଗୀତ ଗାଇବାରେ ପେସା କି ବୃତ୍ତି ପାଇଁ ଅଧିକାଂଶ ଅମଙ୍ଗ ହୁଅନ୍ତି। ଦିନଥିଲା ସେତେବେଳେ ଗୋଟିଏ ଗୀତ ରେକର୍ଡ଼ିଂ ପାଇଁ ମାସମାସ ଧରି ଗୀତ ଅଭ୍ୟାସ କରିବାକୁ ପଡ଼ୁଥିଲା। ଏବେ ନୂଆପିଢ଼ିଙ୍କ ପାଇଁ ଡିଜିଟାଲ ଯୁଗରେ ମ୍ୟୁଜିକର ବିଭିନ୍ନ ସୁବିଧା ମିଳିପାରୁଛି। ମଞ୍ଚକୁ ଯିବା ପୂର୍ବରୁ କଣ୍ଠ ଏକପ୍ରକାର ରହିଥାଏ କିନ୍ତୁ ଗୀତ ଗାଇଲାବେଳେ ଆପେଆପେ ସବୁ ଠିକ୍‌ଠାକ୍‌ ହୋଇଯାଏ। ସେତେବେଳେ ମୋ ଭିତରେ ମୁଁ ନ ଥାଏ। ସବୁ ଠାକୁରଙ୍କ ଇଚ୍ଛା । କଣ୍ଠ ଈଶ୍ୱର ଦେଇଛନ୍ତି- ଘଷିବା, ମାଜିବା, ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର। ସଙ୍ଗୀତ ତ ଜୀବନ, ସଙ୍ଗୀତରେ ବଞ୍ଚିବା ଏକ ମାଧ୍ୟମ। ଏବେ କେଉଁ ରୋଗ ପାଇଁ କେଉଁ ରାଗର ଗୀତ ଗାଇଲେ ରୋଗ ଭଲ ହୋଇପାରିବ ସଙ୍ଗୀତ ଥେରାପି କରାଯାଉଛି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri