ଗୀତ ପାଇଁ ଗୀତା

ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରେଡ଼ିଓ, ଟିଭି ଓ ଚଳଚ୍ଚିତ୍ରରେ ଭଜନ, ଜଣାଣ, ଗୀତ ଓ ସୁଗମ ସଙ୍ଗୀତରେ ତାଙ୍କ କଣ୍ଠସ୍ବର ସବୁବର୍ଗର ଶ୍ରୋତାଙ୍କ ମନ ଓ ହୃଦୟକୁ ଛୁଇଁପାରିଛି। ଏଥିପାଇଁ କେବଳ ରାଜ୍ୟ କି ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ତାଙ୍କର ଭିନ୍ନ ପରିଚୟ ରହିଛି। ବିଭିନ୍ନ ସଂସ୍ଥାରୁ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ସେ ହେଲେ ଓଡ଼ିଶାର ଜଣାଶୁଣା ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଗୀତା ଦାସ। । ପିତା ହରିହର ମିଶ୍ର ଜଣେ ସରକାରୀ ଉଚ୍ଚପଦାଧିକାରୀ, ମା’ ରତ୍ନମଣୀ ମିଶ୍ର । ସେ କୁହନ୍ତି – ମୋର ଜନ୍ମ କଟକରେ, ମାତ୍ର ଆମ ଗାଁ ନୟାଗଡ଼ ଜିଲାର ଶରଣକୂଳ ଅନ୍ତର୍ଗତ ବରଡ଼ିହ ଶାସନରେ। ବାପା ମା’ଙ୍କର ଆମେ ୩ ଭଉଣୀ ଓ ୪ଭାଇ। ମୋର ଯେତେଦୂର ମନେପଡ଼ୁଛି ପ୍ରାୟ ୩/୪ବର୍ଷ ବେଳରୁ ଘରେ ଗୀତ ଶୁଣିବା ଓ ଗାଇବା ଆରମ୍ଭ କରିଥିଲି। କିନ୍ତୁ ବିଧିବଦ୍ଧ ଭାବେ ସଙ୍ଗୀତ ଶିକ୍ଷା କରି ନ ଥିଲି। ସେତେବେଳେ ‘ଆହେ ନୀଳ ଶୈଳ’ ଜଣାଣ ଗାଉଥିଲି। ଗୀତ ପ୍ରତି ମା’ ଓ ବଡ଼ଭାଇଙ୍କ ଆଗ୍ରହ ଥିଲା। ସାଲେପୁରରେ ୩ୟ ପଢ଼ିଲି, ପରେ ବଲାଙ୍ଗୀର ଆଦି ଅନ୍ୟସବୁ ଜାଗାରେ ପ୍ରାୟ ବର୍ଷେ ଲେଖାଏଁ ପଢ଼ା ହୋଇଛି । କିନ୍ତୁ ୧୯୭୧ମସିହାର କଥା। ପିଲାଦିନେ ରେଡ଼ିଓରୁ ଗୀତ ଶୁଣିଲାବେଳେ ମନରେ ଗୋଟିଏ କଥା ଘାଣ୍ଟି ହେଉଥିଲା-ରେଡ଼ିଓ ଭିତରେ କେତେଜଣ ଲୋକ ଅଛନ୍ତି, କ’ଣ କରୁଛନ୍ତି ଇତ୍ୟାଦି। ଏସବୁ ଜାଣିବା ପାଇଁ ଦିନେ ଏକ ରେଡ଼ିଓକୁ ଭାଙ୍ଗି ଦେଇଥିଲି। ତା’ ପରେ ବାପା (ନନା) ମତେ ଆକାଶବାଣୀ କଟକ କେନ୍ଦ୍ରକୁ ନେଇଯାଇଥିଲେ। ଏଠାରେ ଶିଶୁସଂସାର କାର୍ଯ୍ୟକ୍ରମରେ ଯୋଗଦେଲି। ଏହି କାର୍ଯ୍ୟକ୍ରମରେ ମୋର ପ୍ରଥମ ଗୀତଟି ଥିଲା- ‘ଆଈ ବାଛୁ ଥିଲା ଖଇ, ଅଇଲା ପବନ ସାଇଁ ସାଇଁ ହୋଇ ଖଇନେଲା ଉଡ଼େଇ।’ ଥରେ ଏକ ସଙ୍ଗୀତ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ହୋଇଥିଲି। ସେବେଠାରୁ ଜଣେ କଣ୍ଠଶିଳ୍ପୀ ହେବାକୁ ମୋର ଇଚ୍ଛାଥିଲା। ୧୯୭୭ରେ ହବି ମେଲୋଡ଼ିରେ ଯୋଗଦେଲି। ୧୯୭୮ରେ ଆକାଶବାଣୀର ଜେନେରାଲ ଅଡ଼ିଶନରେ ପାସ୍‌ କଲି। ୧୯୮୬ରେ ଅପ ଗ୍ରେଡ଼ ହେଲି। ତା’ପରେ ୧୯୯୯ରେ ଏ ଗ୍ରେଡ଼ ହେଲି। ବଡ଼ମ୍ବା-ନରସିଂହପୁରରେ ବାପା ତହସିଲଦାର ଥାଆନ୍ତି। ଏଠାରେ ଯୁକ୍ତ୨ ସାରିଲି । କିନ୍ତୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ସଙ୍ଗୀତ କାଯର୍‌ୟକ୍ରମରେ ଯୋଗ ଦେଉଥିଲି । ଥରେ ଏକ ମେଲୋଡ଼ି ଷ୍ଟେଜରେ ମୋର ଗୀତ ଶୁଣି ପ୍ରଦୀପ କୁମାର ଦାଶ ମତେ ପସନ୍ଦ କରିଥିଲେ। ତା’ପରେ ୧୯ ବର୍ଷରେ ତାଙ୍କ ସହିତ ମୋର ବିବାହ ହେଲା। ସେତେବେଳେ ସେ ରେଭେନ୍‌ଶାରେ ଅଧ୍ୟାପକ ଥିଲେ। ତାଙ୍କ ଘର ଆଠଗଡ଼ ତିଗିରିଆରେ । ଏକ ଯୌଥ ପରିବାର, ୭ଭାଇ ଓ ୫ଭଉଣୀ। ମାତ୍ର ବିବାହ ପରେ ସଙ୍ଗୀତ କ୍ଷେତ୍ରକୁ ବାରଣ କରିଥିଲେ। ଏମିତିରେ ପ୍ରାୟ ୨ବର୍ଷ ବିତିଗଲା। ମାତ୍ର ଭିକାରୀ ବଳ, ଅକ୍ଷୟ ମହାନ୍ତି ମୋ ଶାଶୁଘର ଲୋକଙ୍କୁ ବୁଝାଇଥିଲେ। ଶାଶୁଘର ଲୋକଙ୍କ ସହଯୋଗରେ ସଙ୍ଗୀତରେ କ୍ଲାସିକ ଶିଖିଲି। ଗୁରୁ ଜେ.ଭି.ଏସ. ରାଓଙ୍କ ନିର୍ଦ୍ଦେଶରେ ସଙ୍ଗୀତ ଶିକ୍ଷା କରିଥିଲି ଓ ଘରୋଇଭାବେ ବିଏ ପଢ଼ା ସାରିଥିଲି । ସମୟକ୍ରମେ ମୋର ଦୁଇ ଯାଆଁଳା ଝିଅ ଦୁର୍ଗେଶନନ୍ଦିନୀ ଦାଶ, ଦିନେଶନନ୍ଦିନୀ ଦାଶ, ପୁଣି ଆଉ ଏକ ଝିଅ ଲୋପାମୁଦ୍ରା ଦାଶ ଜନ୍ମ ହେଲେ। ମୋ ପୁତୁରା ଭକ୍ତବଲ୍ଲଭ ଦାଶଙ୍କୁ ପୁଅ ଭାବେ ଗ୍ରହଣ କରିଛି। ଶ୍ୱଶୁର ହରେକୃଷ୍ଣ ଦାଶ, ଶାଶୁ ସାବିତ୍ରୀ। ସମସ୍ତଙ୍କ ସହଯୋଗ ରହିଛି। ଝିଅ ବିଦେଶରେ, ପୁଅ ବାହାର ରାଜ୍ୟରେ ନିଯୁକ୍ତି ପାଇଛି। ସ୍ବାମୀ ଅଧ୍ୟାପକ ପରେ ୟୁକୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଭାବ କାଯର୍‌ୟରୁ ଅବସର ନେଇଥିବାରୁ ଏବେ ଭୁବନେଶ୍ୱରରେ ରହୁଛୁ। କିନ୍ତୁ ଯିଏ ଦିନେ ଗୀତ ପାଇଁ ମନା କରୁଥିଲେ ସିଏ ଏବେ ମୋଠାରୁ ଗୀତଟିଏ ଶୁଣିବାକୁ ସବୁଦିନ ବାଧ୍ୟ କରନ୍ତି । ୧୯୮୧ରେ ଜ୍ୱାଇଁପୁଅ ଚଳଚ୍ଚିତ୍ରରେ-‘ ଠିକ୍‌ କରିଛି, ବେଶ୍‌ କରିଛି , ପ୍ରେମ କରିଛି…’ଗୀତର କଣ୍ଠଦାନ କରି ଲୋକଲୋଚନକୁ ଆସିଛି। ‘ଛ ମାଣ ଆଠ ଗୁଣ୍ଠ’ରେ ବି କଣ୍ଠଦାନ କରିଛି। ୧୯୮୫ରେ ଗୃହଲକ୍ଷ୍ମୀ ଚଳଚ୍ଚିତ୍ରରେ ‘କାନ୍ଦନା କାନ୍ଦନା ଲୋ ମୋ ସୁନା କଣ୍ଢେଇ’,୧୯୮୯ରେ ‘ଦଇବଦଉଡ଼ି’ରେ ଲୋରୀ- ‘ଆ..ମୋ ପାଖକୁ ଆ, ଧନମଣି ଆ…। ୧୯୯୨ରେ ‘ମୁଁ ତୁମେ ଓ ସେ’ରେ ‘ଫୁଲକୁ ଗୁନ୍ଥି କରିଛି ହାର’, ୧୯୯୫ରେ ସୁଚିତ୍ରା ଓ ସଙ୍ଗୀତାଙ୍କ ସହିତ ମିଶିକି ‘ବୋଲେ.. ହୁଁ ଟି’ଗାଇଛି। ୨୦୦୦ରେ ‘ସତମିଛରେ ଆରେ ସପନ ପକ୍ଷୀ’, କିଏ କାହାର-‘ଚକା ଜହ୍ନ କେଡେ ଝିଲିମିଲି ଆକାଶରେ ହସେ ଖିଲିଖିଲି।’ ସୁହାଗ ସିନ୍ଦୁରରେ-‘ଧର..ଧର ..ଧର ମତେ କିଏ ଧରୁଛି ଧର।’ ତେବେ ୧୯୮୧ରୁ ୨୦୦୬ ମଧ୍ୟରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ସଙ୍ଗୀତରେ କଣ୍ଠଦାନ କରିସାରିଛି। ଏମିତିରେ -ଏ ପାନ ବାଲା ବାବୁରେ.., ମାଛବାଲି.. , ପିଲାଟା ବିଗିଡ଼ି ଗଲା…କିରିକେଟର କି ମନ୍ତର କଲା…ଆଦି ଲଘୁ ସଙ୍ଗୀତରେ କଣ୍ଠଦାନକରି ଖୁବ୍‌ ଲୋକପ୍ରିୟତା ମିଳିଥିଲା। ସେହିପରି – ନାହାନ୍ତି ଲୋ ସଖୀ ନାହାନ୍ତି.., ଆହେ ପ୍ରଭୁ ମହାବାହୁ, ଆଦି ଅନେକ ଭଜନରେ କଣ୍ଠଦାନ କରିଛି। କାଳିଜାଈ ଗାହାଣରେ- ‘ବାପଘର ଖେଳ’ ଆଦି ଶତାଧିକ ସିଡୀ ଓ କ୍ୟାସେଟରେ ଗୀତ ଗାଇଛି। କିନ୍ତୁ ମତେ ସବୁଠୁ ଅଧିକ ଘରେଘରେ ପରିଚିତି କରାଇଛି ଲକ୍ଷ୍ମୀପୁରାଣ। ଗୋଟିଏ କଥା ମନେ ପଡ଼ୁଛି, ଅନୁଗୋଳ ଅଞ୍ଚଳକୁ ଏକ କାଯର୍‌ୟକ୍ରମକୁ ଯାଇଥିଲି ।
ସେଠାରେ ମତେ ଭଲପାଉଥିବା ଲୋକମାନେ ଖୁସିରେ ଲକ୍ଷ୍ମୀ ବୋଲି କହି ଫୁଲରେ ଚଲାଇ ନେବାକୁ କହିଲେ, ସେମାନଙ୍କୁ ମନା କଲି। ଏବେ ଯୁଆଡ଼େ ଗଲେ ଶ୍ରଦ୍ଧାରେ ଲକ୍ଷ୍ମୀ ବୋଲି କହୁଛନ୍ତି। ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ବାହାର ରାଜ୍ୟ ଏବଂ ଦୁବାଇ, ୟୁରୋପ ଆଦି ବିିଦେଶକୁ ଯାଇ ଗୀତ ଗାଇଛି। ପୁରସ୍କାର ଭାବେ -ଚଳଚ୍ଚିତ୍ର ଜଗତ, ଫିଲ୍ମ ଫେୟାର, ସିନେକ୍ରିଟିକ, ସପ୍ତସ୍ବର, ଜର୍ନାଲିଷ୍ଟ ସଂଘ ଆଓ୍ବାର୍ଡ, ଶ୍ରୀକ୍ଷେତ୍ର କଳାପରିଷଦ ଆଦି ଶତାଧିକ ସଂସ୍ଥା ସମେତ, ଓଡ଼ିଶା ସଙ୍ଗୀତନାଟକ ଏକାଡ଼େମୀ ତରଫରୁ ୨୦୧୮ରେ ପୁରସ୍କାର ଓ ସମ୍ମାନ ମିଳିଛି। ସବୁ ସୁନାମଧନ୍ୟ ମ୍ୟୁଜିକ ଡାଇରେକ୍ଟରଙ୍କ ସହିତ ଗୀତ ଗାଇବା ପାଇଁ ମୋର ଗୋଟିଏ ଇଚ୍ଛାଥିଲା । ମହାପ୍ରଭୁ ତାହା ପୂରଣ କରିପାରିଛନ୍ତି। ସବୁବେଳେ ଗୀତର ଅଭ୍ୟାସ ଦରକାର। ସକାଳୁସକାଳୁ ସଙ୍ଗୀତକୁ ଅଭ୍ୟାସ କରିଥାଏ। ଠାକୁରଘରେ ୫ଟା ଗୀତ ଗାଏ । ବାଥ୍‌ରୁମରେ ନିଜସ୍ବରକୁ ଶୁଣେ, କେମିତି ଶୁଭେ ଜାଣିପାରେ ।
ଏମିତିରେ ଗାଧୋଇବାରେ ବିଳମ୍ବ ହୁଏ, ଘରେ ବିରକ୍ତ ହୁଅନ୍ତି। ଏକଥା ସତ ଯେ ଗୀତ ଶୁଣିବାକୁ ସମସ୍ତଙ୍କୁ ଭଲଲାଗେ, କିଏ ଗୁଣୁଗୁଣୁ ହୋଇ ଗାଏ ତ କିଏ ସ୍ବର ଦେଇ। ମାତ୍ର ଗୀତ ଗାଇବାରେ ପେସା କି ବୃତ୍ତି ପାଇଁ ଅଧିକାଂଶ ଅମଙ୍ଗ ହୁଅନ୍ତି। ଦିନଥିଲା ସେତେବେଳେ ଗୋଟିଏ ଗୀତ ରେକର୍ଡ଼ିଂ ପାଇଁ ମାସମାସ ଧରି ଗୀତ ଅଭ୍ୟାସ କରିବାକୁ ପଡ଼ୁଥିଲା। ଏବେ ନୂଆପିଢ଼ିଙ୍କ ପାଇଁ ଡିଜିଟାଲ ଯୁଗରେ ମ୍ୟୁଜିକର ବିଭିନ୍ନ ସୁବିଧା ମିଳିପାରୁଛି। ମଞ୍ଚକୁ ଯିବା ପୂର୍ବରୁ କଣ୍ଠ ଏକପ୍ରକାର ରହିଥାଏ କିନ୍ତୁ ଗୀତ ଗାଇଲାବେଳେ ଆପେଆପେ ସବୁ ଠିକ୍‌ଠାକ୍‌ ହୋଇଯାଏ। ସେତେବେଳେ ମୋ ଭିତରେ ମୁଁ ନ ଥାଏ। ସବୁ ଠାକୁରଙ୍କ ଇଚ୍ଛା । କଣ୍ଠ ଈଶ୍ୱର ଦେଇଛନ୍ତି- ଘଷିବା, ମାଜିବା, ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର। ସଙ୍ଗୀତ ତ ଜୀବନ, ସଙ୍ଗୀତରେ ବଞ୍ଚିବା ଏକ ମାଧ୍ୟମ। ଏବେ କେଉଁ ରୋଗ ପାଇଁ କେଉଁ ରାଗର ଗୀତ ଗାଇଲେ ରୋଗ ଭଲ ହୋଇପାରିବ ସଙ୍ଗୀତ ଥେରାପି କରାଯାଉଛି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri