Categories: ଜାତୀୟ

ଋଷିକେଷରେ ଭାସିଗଲେ ୨ ଯୁବତୀ: ଦେବଦୂତ ସାଜିଲେ ଯବାନ

ଋଷିକେଷ,୩୦।୪: ଧାର୍ମିକ ଓ ପର୍ଯ୍ୟଟନ ନଗରୀ ଉତ୍ତରାଖଣ୍ଡର ଋଷିକେଷରେ ନଦୀରେ ଏକ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ନଦୀରେ ରାଫ୍ଟିଂ କରୁଥିବା ସମୟରେ ୨ଜଣ ଯୁବତୀ ହଠାତ୍‌ ଭାସିଯାଇଥିଲେ। ତେବେ ଠିକ୍‌ ସମୟରେ ଭାରତୀୟ ସେନାର ଯବାନ ପହଞ୍ଚି ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ରେସକ୍ୟୁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଋଷିକେଷର ଫୁଲ ଚଟି ନିକଟରେ ୨ଜଣ ଯୁବତୀ ରାଫ୍ଟିଂ କରୁଥିବା ବେଳେ ହଠାତ୍‌ ଡଙ୍ଗାରୁ ନଦୀରେ ପଡ଼ିଯାଇଥିଲେ। ପାଣିର ପ୍ରଖର ସ୍ରୋତ ଯୋଗୁ ସେମାନେ ବହୁ ଦୂରକୁ ଭାସିଯାଇଥିଲେ। ଏହି ସମୟରେ ନଦୀକୂଳରେ ଉପସ୍ଥିତ ଥିବା ଭାରତୀୟ ସେନାର ଯବାନ ତତ୍ପରତା ଦେଖାଇବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ଜଣେ ଯବାନ ୨ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୋଲି ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି।

Share