Categories: ଜାତୀୟ

୨୦୨୨ରେ ମିଲିଟାରୀ ସ୍କୁଲରେ ନାମ ଲେଖାଇବେ ଝିଅ…

ନୂଆଦିଲ୍ଲୀ,୭।୧୦: ଆସନ୍ତା ୨୦୨୨ ବର୍ଷ ଜୁନ୍‌ରେ ଝିଅମାନେ ମିଲିଟାରୀ ସ୍କୁଲରେ ନାମ ଲେଖାଇ ପାରିବେ। ଏନେଇ ଗୁରୁବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଫଳରେ ୨୦୨୧ ଡିସେମ୍ବର ୧୮ରେ ହେବାକୁ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରୀ କଲେଜ (ଆର୍‌ଆଇଏମ୍‌ସି) ପ୍ରବେଶିକା ପରୀକ୍ଷା ଝିଅ ଦେଇପାରିବେ।

କେନ୍ଦ୍ର ସରକାର ଏହି ପରିପ୍ରେକ୍ଷୀରେ ନୂଆ ବିଜ୍ଞାପନ ଜାରି କରିବାକୁ ଶୀର୍ଷକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ସୋଲିସିଟର ଜେନେରାଲ ଐଶ୍ଚର୍ଯ୍ୟା ଭାଟି ବିଚାରପତି ଏସ.କେ. କୌଲ ଏବଂ ଏମ.ଏମ. ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ଏସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୮ ଡିସେମ୍ବର ୨୦୨୧ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି। ତେଣୁ ଜୁନ୍‌ ୨୦୨୨ ପରିବର୍ତ୍ତେ ୨୦୨୩ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ସାମରିକ ବିଦ୍ୟାଳୟ ନାମ ଲେଖାରେ ଝିଅମାନଙ୍କୁ ସୁଯୋଗ ପ୍ରଦାନ କରାଯିବ।

ତେବେ ଏହାକୁ ଖଣ୍ଡପୀଠଙ୍କ ପକ୍ଷରୁ ଖାରଜ କରାଯାଇଛି। ଫଳରେ ଝିଅମାନେ ଆସନ୍ତା ୨୦୨୨ ବର୍ଷ ଜୁନ୍‌ରେ ମିଲିଟାରୀ ସ୍କୁଲରେ ନାମ ଲେଖାଇ ପାରିବେ।

Share