‘ଦେଶର ଝିଅମାନେ ଉର୍ଫିଙ୍କଠାରୁ କିଛି ଶିଖିବା ଉଚିତ୍‌’

ମଡେଲ ଉର୍ଫି ଜାଭେଦ ତାଙ୍କ ଫ୍ୟାଶନ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କର ଅନନ୍ୟ ଡ୍ରେସିଂ ସେନ୍ସ ପାଇଁ ଜଣାଶୁଣା। କିଛି ଲୋକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବାବେଳେ ଅନେକ ତାଙ୍କୁ ମଧ୍ୟ ଟ୍ରୋଲ କରନ୍ତି। ନିକଟରେ ଗାୟକ ତଥା ରାପର ହନି ସିଂ ଉର୍ଫି ଜାଭେଦଙ୍କୁ ପ୍ରଶଂସା କରିଛନ୍ତି।
ଆଜିକାଲି ହନି ତାଙ୍କର ନୂତନ ଆଲବମ ହନି ୩.୦ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ଉର୍ଫି ଜାଭେଦଙ୍କ ସହ କେବେ କାମ କରିବେ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ମୁଁ ନିଶ୍ଚିତ ତାଙ୍କ ସହିତ କାମ କରିବି। ମୁଁ ସେହି ଝିଅକୁ (ଉର୍ଫି ଜାଭେଦ) ବହୁତ ପସନ୍ଦ କରେ। ସେ ବହୁତ ନିର୍ଭିକ ଏବଂ ସାହସୀ। ସେ ନିଜ ଜୀବନକୁ ନିଜ ପଦ୍ଧତିରେ ବଞ୍ଚିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ଦେଶର ଝିଅମାନେ ତାଙ୍କଠାରୁ ଶିଖିବା ଉଚିତ୍‌। ଆପଣ କେଉଁ ଧର୍ମ, ଜାତି କିମ୍ବା ପରିବାରରୁ ଆସନ୍ତୁ, ଆପଣଙ୍କ ମନକୁ ଯାହା ଆସୁଛି ତାହା ବିନା ଦ୍ୱିଧାରେ ବା ବିନା ଭୟରେ କରନ୍ତୁ ।
ହନି ସିଂ ଦୀର୍ଘ ଦିନ ପରେ ନୂତନ ଆଲବମ ହନି ୩.୦ ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସେ ୨୦୨୨ରେ ‘ଭୁଲ ଭୁଲେୟା ୨’ ପାଇଁ ‘ଦେ ତାଲି’ ଗୀତ ରଚନା କରିଥିଲେ। ବର୍ତ୍ତମାନ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ସେଲଫି ଏବଂ ସଲମାନ ଖାନଙ୍କ ‘କିସି କା ଭାଇ କିସି କି ଜାନ’ରେ ହନି ସିଂଙ୍କ ଗୀତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri