ବାଳିକା, ବିବାହ ଓ ବ୍ୟଥା

ହଠାତ୍‌ ଦିନେ ୧୬ ବର୍ଷର ବାଳିକା ଲାଡ୍‌ଲିକୁ ବିଦ୍ୟାଳୟ ଯିବାକୁ ବାରଣ କଲେ ତା’ର ମାଆବାପା। ସେହିଦିନ ତାକୁ ନୂଆ ଶାଢ଼ି ପିନ୍ଧାଇ ସଜବାଜ କରାଇ ନେଇଗଲେ ଡ୍ରଇଂ ରୁମ୍‌କୁ। ଡ୍ରଇଂ ରୁମ୍‌ରେ ପୂର୍ବରୁ ବସିଥିଲେ ଲାଡଲିର ବାପା ଏବଂ କିଛି ଅଚିହ୍ନା ଅତିଥି। ଅତିଥିମାନଙ୍କ ମଧ୍ୟରେ ମହିଳାମାନେ ଅଧିକ ଥିଲେ। ସେହି ମହିଳାମାନେ ସଙ୍ଗେ ସଙ୍ଗେ ଲାଡଲିକୁ ଦେଖି ହସିଦେଲେ। ତା’ ଗାଲରେ ଚୁମ୍ବନ ଦେଇ ନିଜ ମେଳରେ ବସାଇଲେ। ଅଜଣା ଲୋକମାନେ ଲାଡଲିକୁ ଚୁମ୍ବନ ଦେବାବେଳେ ଲାଡଲି ଅସହଜ ଅନୁଭବ କରୁଥିଲା। କିନ୍ତୁ ଲାଡଲି ଅନୁଭବ କରିପାରୁଥିଲା ତା’ ମାଆବାପାଙ୍କର ସହମତି। ସେହି ମହିଳାମାନେ କହୁଥିଲେ ବୋହୂ ଆମର ଭାରି ପସନ୍ଦ। ଲାଡଲି କିଛି ବୁଝିବା ପୂର୍ବରୁ ବୋଧହୁଏ ତା’ର ବୋହୂ ହେବାର ଚିଟଉ ଲେଖା ସରିଥିଲା। ଜଣେ ମହିଳା ଜରିଗୁଡ଼ା ହୋଇଥିବା ଏକ ବିଡ଼ା ଜଣେ ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଲାଡ୍‌ଲିର ବାପାଙ୍କ ହାତକୁ ବଢ଼ାଇଦେଲେ। ବାପା ଭାରି ଖୁସି ଦେଖାଯାଉଥିଲେ। ଲାଡ୍‌ଲି ଏବେ ବୁଝିସାରିଥିଲା ଯେ, ତା’ର ବୟସ ପୂର୍ବରୁ ବିବାହ ନିଷ୍ପତ୍ତି ହୋଇସାରିଛି। ସେ ସେଠାରୁ ଉଠି ଧାଇଁଗଲା ଘର ଭିତରକୁ। ଦୁଆର ଦେଇ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା। ଲାଡ୍‌ଲିର ମନକୁ ବୁଝିବା ପରିବର୍ତ୍ତେ ସେମାନେ କହୁଥିଲେ ଲାଡଲି ଲାଜରେ ଚାଲିଗଲା। ତା’ର ସମ୍ମତି ଅଛି ବୋଲି ଏଠାରେ ଜୋରଜବରଦସ୍ତ ଭାବରେ କୁହାଗଲା। ସେହିଦିନଠାରୁ ସାଙ୍ଗମାନଙ୍କ ସହିତ ମିଳାମିଶା ତା’ର ବନ୍ଦ। ବିଦ୍ୟାଳୟକୁ ଯିବା ବନ୍ଦ। ଘର ସତେଯେମିତି ତା’ପାଇଁ ବନ୍ଦୀ ଗୃହରେ ପରିଣତ ହୋଇଗଲା। ଲାଡ୍‌ଲି ଜଣିପାରୁଥିଲା ତା’ର ଭବିଷ୍ୟତ କଣ ହେବ, କାରଣ ଜଣେ ଶିଶୁ ଅଧିକାର କର୍ମୀ ଆସି କହିଥିଲେ ଏପରି ଦୃଶ୍ୟ ହେଉଛି ବାଲ୍ୟବିବାହର ପୂର୍ବାବସ୍ଥା, ଯାହା ଜୀବନ, ସୁଖ, ସ୍ବାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ସମୟ ଛଡାଇନିଏ। ଏମିତି କାହାରି ହେଉଥିବା ଜାଣିଲେ ଚାଇଲ୍ଡ ହେଲ୍‌ପଲାଇନକୁ ଫୋନ୍‌ କରିବ ।
ଲାଡ୍‌ଲି ସୁଯୋଗ ପାଇ ତା’ ମାଆଙ୍କ ଫୋନ୍‌ରୁ ଚାଇଲ୍ଡ ହେଲ୍‌ପଲାଇନ ନମ୍ବର ୧୦୯୮କୁ ଫୋନ୍‌ କରି ସବୁକଥା କହିଲା। ଏହାପରେ ଉଦ୍ଧାର କାର୍ଯ୍ୟ ଓ ଥଇଥାନ ହେଲା। ଲାଡ୍‌ଲିର ବାଲ୍ୟବିବାହ ବନ୍ଦ ହେଲା ସତ, କିନ୍ତୁ ଏବେ ବି ଲାଡଲି ପରି ଅନେକ ବାଳିକା ଏମିତି ବାଲ୍ୟ ବିବାହର ଜାଲରେ ଛନ୍ଦି ହୋଇ ମାନସିକ ଓ ଶାରୀରିକ କଷ୍ଟ ପାଇବା ସହିତ ମୃତ୍ୟୁମୁଖରେ ପଡୁଛନ୍ତି। ତେବେ ଏ ପରିସ୍ଥିତି ପରେ ଲାଡ୍‌ଲିର ମନ ଭିତରେ ନିଜ ଲୋକମାନଙ୍କ ପ୍ରତି ଡର, ସାମାଜିକ ବ୍ୟବସ୍ଥା ପ୍ରତି ଅବିଶ୍ୱସନୀୟତା, ନିଜ ସମ୍ପର୍କୀୟମାନେ ବିଶ୍ୱାସଘାତକ ବୋଲି ଧାରଣା ସୃଷ୍ଟି ହୋଇଗଲା।
ଅନ୍ୟ ଏକ ଘଟଣାରେ ସନ୍ତୋଷବାବୁଙ୍କର ଦୁଇଟି ଝିଅ। ବଡ଼ଝିଅର ବାହାଘର କରିବେ ଓ ଭଲ ଜ୍ୱାଇଁ ପୁଅଟିଏ ମିଳିବ ବୋଲି ତାଙ୍କର କେତେ ଆଶା। ସେଥିପାଇଁ ଝିଅର ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା, ଷ୍ଟାଟସକୁ ବିଚାରକୁ ନେଇ ଯେଉଁ ଜ୍ୱାଇଁ ଖୋଜୁଥିଲେ ତାହା ସମାଜରେ ବିରଳ। ଏମିତି ଜ୍ୱାଇଁ ଖୋଜୁ ଖୋଜୁ ଝିଅର ବୟସ ଚାଳିଶ ପାର୍‌। ଆଉ କିଏ ବାହାହେବ? ନାନାକଥା ଟାହିଟାପରା ଶୁଣିଲେ ସନ୍ତୋଷବାବୁ। କିଏ କହିଲା ଚାଖି ଚାଖି ଚାଳିଶ ତ ଆଉ କିଏ କହୁଥିଲା ଚୋପା ଛଡ଼ାଇ ଛଡ଼ାଇ ଚୋପାଛଡ଼ା। ସନ୍ତୋଷବାବୁ ମନେମନେ ଭାବୁଥିଲେ ଝିଅ ବାହାଘର ପାଇଁ ପ୍ଲାନିଂ ବଡ଼ କଥା।
କ୍ୟାରିଅର, ଯୋଗ୍ୟତା, ଶିକ୍ଷା, ବୟସ, ବିବାହ, ଚାକିରି ସର୍ବୋପରି ତା’ର ଇଚ୍ଛାକୁ ସମ୍ମାନ ଦେଇ ସମୟୋଚିତ ନିଷ୍ପତ୍ତି ଝିଅଟିକୁ ବୈବାହିକ ତଥା ଉପଯୁକ୍ତ ଜୀବନସାଥୀ ଦେଇପାରିଥାନ୍ତା । ତେବେ ଏକ ମଧ୍ୟସ୍ଥର ସାହାରା ନେଇ ଶେଷରେ ଜଣେ ଦ୍ୱିତୀୟ ବିବାହିତ ପୁରୁଷ ସହିତ ଅନେକ ଡେରିରେ ବିବାହ କରାଇଲେ। ଏଠି କଥା ଉଠୁଛି ଝିଅର ମାନସିକତା କ’ଣ ହେଉଥିବ। ଯେଉଁ ସମୟରେ ଯେଉଁ କଥା ତାହା ହୋଇପାରିଲା ନାହିଁ। ଏହାକୁ ଦେଖି ବିଜୟବାବୁ କହିଲେ ହଉ ଭାଇ ଜାତିରେ ଝିଅ ମିଳୁ ନାହାନ୍ତି ବୋଲି ଜାଣିଜାଣି ଝିଅକୁ ବୁଢ଼ୀ କରିଦେଲ ? ଦେଖ ମୁଁ କ’ଣ କରିଛି ? ଝିଅ ବାହାଘର ପାଇଁ ମଧ୍ୟସ୍ଥକୁ ଟିପ୍ପଣା ଦେଇ କହିଲି ମୁଁ ଦେବିନି ନେବି। ମଧସ୍ଥ ଏକ ବରପାତ୍ର ଯୋଗାଡ କଲା, ଯିଏ ପାଞ୍ଚଲକ୍ଷ ଦେଇ କନିଆ ଘରର ଭୋଜିଭାତ, ଅଳଙ୍କାର, ସାଜସଜ୍ଜା ଖର୍ଚ୍ଚ ବହନ କରି ଝିଅର ହାତ ଧରିଲା। ତେବେ ମିଳିବାର ମୋହରେ ଝିଅର ବିବାହ ବୟସ ଟିକେ ଗଡ଼ିଯାଇଥିଲେ ହେଁ ବିଜୟବାବୁଙ୍କ ଦୁଃଖ ନଥିଲା। କରଣ ସେ କହୁଥିଲେ ଟିକେ ବାର୍‌ଗେନ୍‌ କଲେ ସିନା ବେନିଫିଟ ମିଳିବ। ଏପଟେ ମାଆବାପାଙ୍କ ଏପରି କାର୍ଯ୍ୟକଳାପ ଦେଖି ବିଜୟବାବୁଙ୍କ ସାନଝିଅ ଚମ୍ପା ଯୁକ୍ତ ୨ ପଢିବାବେଳେ କଲେଜର ଏକ ସାଙ୍ଗ ସହିତ ଚମ୍ପଟ। ବିବାହର ଦୁଇ ବର୍ଷ ପରେ ପୁଣି ଝିଅ ଆସି ବିଜୟବାବୁଙ୍କ ପାଖରେ। କରଣ ହେଉଛି ଝିଅପୁଅ ଖାପଖୁଆଇ ଚଳିପାରିଲେ ନାହିଁ। ଫେରିଆସିଲା ଝିଅ ପୁଣି ବିଜୟବାବୁଙ୍କ ପାଖକୁ। ବଡ କଷ୍ଟରେ ଅଙ୍ଗନଓ୍ବାଡି କର୍ମୀଙ୍କ ପରାମର୍ଶରେ ତା’ର ପୁନର୍ବିବାହ କରାଇଲେ। ଏମିତି ଅନେକ ଘଟଣା ଅଜିକାଲି ଖବରକାଗଜରେ ପଢ଼ିବାକୁ ମିଳୁଛି। ଏ ଅସନ୍ତୁଳନ ବାସ୍ତବରେ ବିପଦ। ସମାଜକୁ କୁଆଡେ ନେଉଛି ତାହା ବିଚାରଯୋଗ୍ୟ।
ଏପରି ଘଟଣାରେ ମାତାପିତା, ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମାଜରେ ବାଳିକାମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ହେଲାଣି। ପାଠ ପଢ଼ିବାଠାରୁ ବିବାହ ଖର୍ଚ୍ଚ ପର୍ଯ୍ୟନ୍ତ ବ୍ୟବସ୍ଥା ହେଲାଣି। ତଥାପି ସମାଜ ଓ ପରିବାରରେ ଅସନ୍ତୁଳନ ଦାୟିତ୍ୱ, କର୍ତ୍ତବ୍ୟ, ମାନସିକତାକୁ ନେଇ ବାଳିକାମାନେ ଦ୍ୱନ୍ଦ୍ୱରେ ପଡ଼ି ହଇରାଣ ହରକତ ହୁଅନ୍ତି। ତାଙ୍କୁ ମାର୍ଗଦର୍ଶନ କରିବା ଦୂରର କଥା ସେମାନଙ୍କୁ ବିପଦକୁ ଠେଲିଦେଉଛନ୍ତି ପାଖରେ ରହୁଥିବା, ଲାଳନପାଳନ କରୁଥିବା ବ୍ୟକ୍ତିବିଶେଷ ଓ ସମ୍ପର୍କୀୟ। ମାତାପିତା ବା ସମ୍ପର୍କୀୟ ଲୋଭ, ସ୍ବାର୍ଥରେ ପଡି ବାଳିକାର କିଣାବିକା, ଚାଲାଣ କରିବାକୁ ବି ପଛାଉ ନାହାନ୍ତି। ଯଦିଓ ମାତାପିତାଙ୍କ ଦୁର୍ବଳ ମାନସିକତା, ଅଶିକ୍ଷା, ପାରମ୍ପରିକ ସାମାଜିକ ବ୍ୟବସ୍ଥା ଏଥିପ୍ରତି ଦାୟୀ ତଥାପି ସାମାଜିକ ଉନ୍ନତି ଓ ଅଭିବୃଦ୍ଧିରେ ନିଜ ଝିଅକୁ ନିଜ ଗୋଡରେ ଠିଆ କରାଇ ମନଲାଖି ବରପାତ୍ର ଯୋଗାଡ କରିବା, ପାରିବାରିକ ଭିତ୍ତିିଭୂମିକୁ ଅନୁଧ୍ୟାନ କରିବା, ଆଇନଗତ ଦିଗକୁ ଲକ୍ଷ୍ୟ କରିବା, ସମାନ ମାନସିକତା ଆଧାରିତ ପରିବାର, ଝିଅପୁଅଙ୍କୁ ପରଖିବାରେ ଅଭିଭାବକଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ସମାଜରେ ପାରିବାରିକ ସହାବସ୍ଥାନ ନିମନ୍ତେ ବିବାହର ଆବଶ୍ୟକତା ରହିଛି। କିନ୍ତୁ ବିବାହ ଝିଅ ପାଇଁ ବେଡି ନ ହେଉ। ଏହା ବୁଝିବାରେ ଆବଶ୍ୟକତା ରହିଛି। ତେବେ ଯେଉଁ ବାଳିକାଙ୍କର ଏକକ ଅଭିଭାବକ ଥାଆନ୍ତି ବା ମାତାପିତା ମୃତ୍ୟୁବରଣ କରିଥାନ୍ତି ସେମାନଙ୍କ ଅବସ୍ଥା ଅଧିକ ଜଟିଳ। ଏ ପରିପ୍ରେକ୍ଷୀରେ କିଶୋରୀମାନଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଚିହ୍ନଟ କରି ପରିବାର ସଦସ୍ୟାସଦସ୍ୟଙ୍କ ସହିତ ଆଲୋଚନା କରି ବାଳିକାଙ୍କ ଭବିଷ୍ୟତ ତଥା ଶିକ୍ଷାଗତ ଯୋଗ୍ୟତା ଲକ୍ଷ୍ୟ ପୂରଣ, ବୈବାହିକ ଜୀବନର ସୁଖ ସୁବିଧା ପରିପୂରଣ ନିମନ୍ତେ ସନ୍ତୁଳନ ରକ୍ଷା କରି ବିବାହ ଯୋଜନା କରାଯାଇପାରେ। ଏହା ଯୋଗୁ ଅନ୍ତତଃ ବାଲ୍ୟବିବାହ, ପଳାୟନ ବିବାହ, ପୁନର୍ବିବାହ ଓ ବିଳମ୍ବ ବିବାହ ଭଳି ବ୍ୟଥାକୁ ଏଡାଇ ଦିଆଯାଇପାରିବ। ଫଳରେ ବାଳିକାଟିଏ ବଡ଼ ହୋଇ ସୁସ୍ଥ ଜୀବନଯାପନ, ଉପଯୁକ୍ତ ଜୀବନସାଥୀ ପାଇବାର ସୁଯୋଗ ଲାଭ କରିପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩

Dharitri – The Largest & Most Trusted Odia Daily

ଶୁଭନାରାୟଣ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଫୁଲ ସଂଗ୍ରହ କରୁଥିବାବେଳେ ଯୁବକଙ୍କୁ ଝୁଣି ପକାଇଲା ଭାଲୁ

ପାଇକମାଳ,୧୨ା୩(ବଡ଼ ଶତପଥୀ): ପାଇକମାଳ ବ୍ଲକ ଅନ୍ତର୍ଗତ ବାଦିକଟା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁବାର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଲେ ପ୍ରବୀଣ ପ୍ରଧାନ…

IPL 2026ର ଟିକେଟ ପାଇଁ କେମିତି ଆଉ କେଉଁଠି କରିବେ ଟିକେଟ ବୁକିଂ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ବିକ୍ରି

ନୂଆଦିଲ୍ଲୀ,୧୨।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗତ ବୁଧବାର (ମାର୍ଚ୍ଚ ୧୧) ରେ IPL ୨୦୨୬ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୮ ମାର୍ଚ୍ଚରୁ ଆରମ୍ଭ ହେଉଥିବା…

୨୭ ବର୍ଷ ବୟସରେ ସାଉଥ ଅଭିନେତାଙ୍କ ପରଲୋକ, ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୨ା୩: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ଆସିଛି । ମାଲାୟଲମ ଅଭିନେତା ହରି ମୁରଲୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାତ୍ର ଚାରି…

ସହରରେ ୨୫ ଦିନ ପରେ ହୋଇପାରିବ ସିଲିଣ୍ଡର ବୁକିଂ, ତେବେ ଗାଁ ପାଇଁ କ’ଣ ରହିଛି ନିୟମ? ସଂସଦରେ ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ,୧୨।୩: ସଂସଦରେ ଗ୍ୟାସ ସଙ୍କଟ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଅଛି ଏବଂ ଭୟଭୀତ ହେବାର…

ଯୁଦ୍ଧରୁ ଏହି ଦେଶକୁ ମିଳୁଛି ବମ୍ଫର ଫାଇଦା, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡିତ ଦେଶଗୁଡ଼ିକ ସାମରିକ ଅଭିଯାନ…

ଯୁଦ୍ଧ ଭିତରେ ଇରାନକୁ କେତେଥର ଫୋନ କରିଛି ଭାରତ, ବଡ଼ କଥା କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର କୂଟନୈତିକ ଏବଂ ମାନବୀୟ ସ୍ତରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

ଆକ୍ସନରେ ଭାରତ ସରକାର, ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି, ଜାଣନ୍ତୁ କ’ଣ କରାଯିବ

ନୂଆଦିଲ୍ଲୀ,୧୨।୩: ଇରାନରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ସମ୍ଭାବ୍ୟ ପ୍ରଭାବର ମୁକାବିଲା କରିବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri