ବାଳିକା, ବିବାହ ଓ ବ୍ୟଥା

ହଠାତ୍‌ ଦିନେ ୧୬ ବର୍ଷର ବାଳିକା ଲାଡ୍‌ଲିକୁ ବିଦ୍ୟାଳୟ ଯିବାକୁ ବାରଣ କଲେ ତା’ର ମାଆବାପା। ସେହିଦିନ ତାକୁ ନୂଆ ଶାଢ଼ି ପିନ୍ଧାଇ ସଜବାଜ କରାଇ ନେଇଗଲେ ଡ୍ରଇଂ ରୁମ୍‌କୁ। ଡ୍ରଇଂ ରୁମ୍‌ରେ ପୂର୍ବରୁ ବସିଥିଲେ ଲାଡଲିର ବାପା ଏବଂ କିଛି ଅଚିହ୍ନା ଅତିଥି। ଅତିଥିମାନଙ୍କ ମଧ୍ୟରେ ମହିଳାମାନେ ଅଧିକ ଥିଲେ। ସେହି ମହିଳାମାନେ ସଙ୍ଗେ ସଙ୍ଗେ ଲାଡଲିକୁ ଦେଖି ହସିଦେଲେ। ତା’ ଗାଲରେ ଚୁମ୍ବନ ଦେଇ ନିଜ ମେଳରେ ବସାଇଲେ। ଅଜଣା ଲୋକମାନେ ଲାଡଲିକୁ ଚୁମ୍ବନ ଦେବାବେଳେ ଲାଡଲି ଅସହଜ ଅନୁଭବ କରୁଥିଲା। କିନ୍ତୁ ଲାଡଲି ଅନୁଭବ କରିପାରୁଥିଲା ତା’ ମାଆବାପାଙ୍କର ସହମତି। ସେହି ମହିଳାମାନେ କହୁଥିଲେ ବୋହୂ ଆମର ଭାରି ପସନ୍ଦ। ଲାଡଲି କିଛି ବୁଝିବା ପୂର୍ବରୁ ବୋଧହୁଏ ତା’ର ବୋହୂ ହେବାର ଚିଟଉ ଲେଖା ସରିଥିଲା। ଜଣେ ମହିଳା ଜରିଗୁଡ଼ା ହୋଇଥିବା ଏକ ବିଡ଼ା ଜଣେ ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଲାଡ୍‌ଲିର ବାପାଙ୍କ ହାତକୁ ବଢ଼ାଇଦେଲେ। ବାପା ଭାରି ଖୁସି ଦେଖାଯାଉଥିଲେ। ଲାଡ୍‌ଲି ଏବେ ବୁଝିସାରିଥିଲା ଯେ, ତା’ର ବୟସ ପୂର୍ବରୁ ବିବାହ ନିଷ୍ପତ୍ତି ହୋଇସାରିଛି। ସେ ସେଠାରୁ ଉଠି ଧାଇଁଗଲା ଘର ଭିତରକୁ। ଦୁଆର ଦେଇ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା। ଲାଡ୍‌ଲିର ମନକୁ ବୁଝିବା ପରିବର୍ତ୍ତେ ସେମାନେ କହୁଥିଲେ ଲାଡଲି ଲାଜରେ ଚାଲିଗଲା। ତା’ର ସମ୍ମତି ଅଛି ବୋଲି ଏଠାରେ ଜୋରଜବରଦସ୍ତ ଭାବରେ କୁହାଗଲା। ସେହିଦିନଠାରୁ ସାଙ୍ଗମାନଙ୍କ ସହିତ ମିଳାମିଶା ତା’ର ବନ୍ଦ। ବିଦ୍ୟାଳୟକୁ ଯିବା ବନ୍ଦ। ଘର ସତେଯେମିତି ତା’ପାଇଁ ବନ୍ଦୀ ଗୃହରେ ପରିଣତ ହୋଇଗଲା। ଲାଡ୍‌ଲି ଜଣିପାରୁଥିଲା ତା’ର ଭବିଷ୍ୟତ କଣ ହେବ, କାରଣ ଜଣେ ଶିଶୁ ଅଧିକାର କର୍ମୀ ଆସି କହିଥିଲେ ଏପରି ଦୃଶ୍ୟ ହେଉଛି ବାଲ୍ୟବିବାହର ପୂର୍ବାବସ୍ଥା, ଯାହା ଜୀବନ, ସୁଖ, ସ୍ବାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ସମୟ ଛଡାଇନିଏ। ଏମିତି କାହାରି ହେଉଥିବା ଜାଣିଲେ ଚାଇଲ୍ଡ ହେଲ୍‌ପଲାଇନକୁ ଫୋନ୍‌ କରିବ ।
ଲାଡ୍‌ଲି ସୁଯୋଗ ପାଇ ତା’ ମାଆଙ୍କ ଫୋନ୍‌ରୁ ଚାଇଲ୍ଡ ହେଲ୍‌ପଲାଇନ ନମ୍ବର ୧୦୯୮କୁ ଫୋନ୍‌ କରି ସବୁକଥା କହିଲା। ଏହାପରେ ଉଦ୍ଧାର କାର୍ଯ୍ୟ ଓ ଥଇଥାନ ହେଲା। ଲାଡ୍‌ଲିର ବାଲ୍ୟବିବାହ ବନ୍ଦ ହେଲା ସତ, କିନ୍ତୁ ଏବେ ବି ଲାଡଲି ପରି ଅନେକ ବାଳିକା ଏମିତି ବାଲ୍ୟ ବିବାହର ଜାଲରେ ଛନ୍ଦି ହୋଇ ମାନସିକ ଓ ଶାରୀରିକ କଷ୍ଟ ପାଇବା ସହିତ ମୃତ୍ୟୁମୁଖରେ ପଡୁଛନ୍ତି। ତେବେ ଏ ପରିସ୍ଥିତି ପରେ ଲାଡ୍‌ଲିର ମନ ଭିତରେ ନିଜ ଲୋକମାନଙ୍କ ପ୍ରତି ଡର, ସାମାଜିକ ବ୍ୟବସ୍ଥା ପ୍ରତି ଅବିଶ୍ୱସନୀୟତା, ନିଜ ସମ୍ପର୍କୀୟମାନେ ବିଶ୍ୱାସଘାତକ ବୋଲି ଧାରଣା ସୃଷ୍ଟି ହୋଇଗଲା।
ଅନ୍ୟ ଏକ ଘଟଣାରେ ସନ୍ତୋଷବାବୁଙ୍କର ଦୁଇଟି ଝିଅ। ବଡ଼ଝିଅର ବାହାଘର କରିବେ ଓ ଭଲ ଜ୍ୱାଇଁ ପୁଅଟିଏ ମିଳିବ ବୋଲି ତାଙ୍କର କେତେ ଆଶା। ସେଥିପାଇଁ ଝିଅର ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା, ଷ୍ଟାଟସକୁ ବିଚାରକୁ ନେଇ ଯେଉଁ ଜ୍ୱାଇଁ ଖୋଜୁଥିଲେ ତାହା ସମାଜରେ ବିରଳ। ଏମିତି ଜ୍ୱାଇଁ ଖୋଜୁ ଖୋଜୁ ଝିଅର ବୟସ ଚାଳିଶ ପାର୍‌। ଆଉ କିଏ ବାହାହେବ? ନାନାକଥା ଟାହିଟାପରା ଶୁଣିଲେ ସନ୍ତୋଷବାବୁ। କିଏ କହିଲା ଚାଖି ଚାଖି ଚାଳିଶ ତ ଆଉ କିଏ କହୁଥିଲା ଚୋପା ଛଡ଼ାଇ ଛଡ଼ାଇ ଚୋପାଛଡ଼ା। ସନ୍ତୋଷବାବୁ ମନେମନେ ଭାବୁଥିଲେ ଝିଅ ବାହାଘର ପାଇଁ ପ୍ଲାନିଂ ବଡ଼ କଥା।
କ୍ୟାରିଅର, ଯୋଗ୍ୟତା, ଶିକ୍ଷା, ବୟସ, ବିବାହ, ଚାକିରି ସର୍ବୋପରି ତା’ର ଇଚ୍ଛାକୁ ସମ୍ମାନ ଦେଇ ସମୟୋଚିତ ନିଷ୍ପତ୍ତି ଝିଅଟିକୁ ବୈବାହିକ ତଥା ଉପଯୁକ୍ତ ଜୀବନସାଥୀ ଦେଇପାରିଥାନ୍ତା । ତେବେ ଏକ ମଧ୍ୟସ୍ଥର ସାହାରା ନେଇ ଶେଷରେ ଜଣେ ଦ୍ୱିତୀୟ ବିବାହିତ ପୁରୁଷ ସହିତ ଅନେକ ଡେରିରେ ବିବାହ କରାଇଲେ। ଏଠି କଥା ଉଠୁଛି ଝିଅର ମାନସିକତା କ’ଣ ହେଉଥିବ। ଯେଉଁ ସମୟରେ ଯେଉଁ କଥା ତାହା ହୋଇପାରିଲା ନାହିଁ। ଏହାକୁ ଦେଖି ବିଜୟବାବୁ କହିଲେ ହଉ ଭାଇ ଜାତିରେ ଝିଅ ମିଳୁ ନାହାନ୍ତି ବୋଲି ଜାଣିଜାଣି ଝିଅକୁ ବୁଢ଼ୀ କରିଦେଲ ? ଦେଖ ମୁଁ କ’ଣ କରିଛି ? ଝିଅ ବାହାଘର ପାଇଁ ମଧ୍ୟସ୍ଥକୁ ଟିପ୍ପଣା ଦେଇ କହିଲି ମୁଁ ଦେବିନି ନେବି। ମଧସ୍ଥ ଏକ ବରପାତ୍ର ଯୋଗାଡ କଲା, ଯିଏ ପାଞ୍ଚଲକ୍ଷ ଦେଇ କନିଆ ଘରର ଭୋଜିଭାତ, ଅଳଙ୍କାର, ସାଜସଜ୍ଜା ଖର୍ଚ୍ଚ ବହନ କରି ଝିଅର ହାତ ଧରିଲା। ତେବେ ମିଳିବାର ମୋହରେ ଝିଅର ବିବାହ ବୟସ ଟିକେ ଗଡ଼ିଯାଇଥିଲେ ହେଁ ବିଜୟବାବୁଙ୍କ ଦୁଃଖ ନଥିଲା। କରଣ ସେ କହୁଥିଲେ ଟିକେ ବାର୍‌ଗେନ୍‌ କଲେ ସିନା ବେନିଫିଟ ମିଳିବ। ଏପଟେ ମାଆବାପାଙ୍କ ଏପରି କାର୍ଯ୍ୟକଳାପ ଦେଖି ବିଜୟବାବୁଙ୍କ ସାନଝିଅ ଚମ୍ପା ଯୁକ୍ତ ୨ ପଢିବାବେଳେ କଲେଜର ଏକ ସାଙ୍ଗ ସହିତ ଚମ୍ପଟ। ବିବାହର ଦୁଇ ବର୍ଷ ପରେ ପୁଣି ଝିଅ ଆସି ବିଜୟବାବୁଙ୍କ ପାଖରେ। କରଣ ହେଉଛି ଝିଅପୁଅ ଖାପଖୁଆଇ ଚଳିପାରିଲେ ନାହିଁ। ଫେରିଆସିଲା ଝିଅ ପୁଣି ବିଜୟବାବୁଙ୍କ ପାଖକୁ। ବଡ କଷ୍ଟରେ ଅଙ୍ଗନଓ୍ବାଡି କର୍ମୀଙ୍କ ପରାମର୍ଶରେ ତା’ର ପୁନର୍ବିବାହ କରାଇଲେ। ଏମିତି ଅନେକ ଘଟଣା ଅଜିକାଲି ଖବରକାଗଜରେ ପଢ଼ିବାକୁ ମିଳୁଛି। ଏ ଅସନ୍ତୁଳନ ବାସ୍ତବରେ ବିପଦ। ସମାଜକୁ କୁଆଡେ ନେଉଛି ତାହା ବିଚାରଯୋଗ୍ୟ।
ଏପରି ଘଟଣାରେ ମାତାପିତା, ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମାଜରେ ବାଳିକାମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ହେଲାଣି। ପାଠ ପଢ଼ିବାଠାରୁ ବିବାହ ଖର୍ଚ୍ଚ ପର୍ଯ୍ୟନ୍ତ ବ୍ୟବସ୍ଥା ହେଲାଣି। ତଥାପି ସମାଜ ଓ ପରିବାରରେ ଅସନ୍ତୁଳନ ଦାୟିତ୍ୱ, କର୍ତ୍ତବ୍ୟ, ମାନସିକତାକୁ ନେଇ ବାଳିକାମାନେ ଦ୍ୱନ୍ଦ୍ୱରେ ପଡ଼ି ହଇରାଣ ହରକତ ହୁଅନ୍ତି। ତାଙ୍କୁ ମାର୍ଗଦର୍ଶନ କରିବା ଦୂରର କଥା ସେମାନଙ୍କୁ ବିପଦକୁ ଠେଲିଦେଉଛନ୍ତି ପାଖରେ ରହୁଥିବା, ଲାଳନପାଳନ କରୁଥିବା ବ୍ୟକ୍ତିବିଶେଷ ଓ ସମ୍ପର୍କୀୟ। ମାତାପିତା ବା ସମ୍ପର୍କୀୟ ଲୋଭ, ସ୍ବାର୍ଥରେ ପଡି ବାଳିକାର କିଣାବିକା, ଚାଲାଣ କରିବାକୁ ବି ପଛାଉ ନାହାନ୍ତି। ଯଦିଓ ମାତାପିତାଙ୍କ ଦୁର୍ବଳ ମାନସିକତା, ଅଶିକ୍ଷା, ପାରମ୍ପରିକ ସାମାଜିକ ବ୍ୟବସ୍ଥା ଏଥିପ୍ରତି ଦାୟୀ ତଥାପି ସାମାଜିକ ଉନ୍ନତି ଓ ଅଭିବୃଦ୍ଧିରେ ନିଜ ଝିଅକୁ ନିଜ ଗୋଡରେ ଠିଆ କରାଇ ମନଲାଖି ବରପାତ୍ର ଯୋଗାଡ କରିବା, ପାରିବାରିକ ଭିତ୍ତିିଭୂମିକୁ ଅନୁଧ୍ୟାନ କରିବା, ଆଇନଗତ ଦିଗକୁ ଲକ୍ଷ୍ୟ କରିବା, ସମାନ ମାନସିକତା ଆଧାରିତ ପରିବାର, ଝିଅପୁଅଙ୍କୁ ପରଖିବାରେ ଅଭିଭାବକଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ସମାଜରେ ପାରିବାରିକ ସହାବସ୍ଥାନ ନିମନ୍ତେ ବିବାହର ଆବଶ୍ୟକତା ରହିଛି। କିନ୍ତୁ ବିବାହ ଝିଅ ପାଇଁ ବେଡି ନ ହେଉ। ଏହା ବୁଝିବାରେ ଆବଶ୍ୟକତା ରହିଛି। ତେବେ ଯେଉଁ ବାଳିକାଙ୍କର ଏକକ ଅଭିଭାବକ ଥାଆନ୍ତି ବା ମାତାପିତା ମୃତ୍ୟୁବରଣ କରିଥାନ୍ତି ସେମାନଙ୍କ ଅବସ୍ଥା ଅଧିକ ଜଟିଳ। ଏ ପରିପ୍ରେକ୍ଷୀରେ କିଶୋରୀମାନଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଚିହ୍ନଟ କରି ପରିବାର ସଦସ୍ୟାସଦସ୍ୟଙ୍କ ସହିତ ଆଲୋଚନା କରି ବାଳିକାଙ୍କ ଭବିଷ୍ୟତ ତଥା ଶିକ୍ଷାଗତ ଯୋଗ୍ୟତା ଲକ୍ଷ୍ୟ ପୂରଣ, ବୈବାହିକ ଜୀବନର ସୁଖ ସୁବିଧା ପରିପୂରଣ ନିମନ୍ତେ ସନ୍ତୁଳନ ରକ୍ଷା କରି ବିବାହ ଯୋଜନା କରାଯାଇପାରେ। ଏହା ଯୋଗୁ ଅନ୍ତତଃ ବାଲ୍ୟବିବାହ, ପଳାୟନ ବିବାହ, ପୁନର୍ବିବାହ ଓ ବିଳମ୍ବ ବିବାହ ଭଳି ବ୍ୟଥାକୁ ଏଡାଇ ଦିଆଯାଇପାରିବ। ଫଳରେ ବାଳିକାଟିଏ ବଡ଼ ହୋଇ ସୁସ୍ଥ ଜୀବନଯାପନ, ଉପଯୁକ୍ତ ଜୀବନସାଥୀ ପାଇବାର ସୁଯୋଗ ଲାଭ କରିପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩

Dharitri – The Largest & Most Trusted Odia Daily

ଶୁଭନାରାୟଣ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ

ନୂଆଦିଲ୍ଲୀ,୨୬ା୧:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ…

ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ଟେକ୍‌ଅଫ୍‌ବେଳେ ଘଟିଲା ଅଘଟଣ, ବିମାନରେ ଥିଲେ…

ଓ୍ବାଶିଂଟନ୍‌,୨୬।୧: ଆମେରିକାର ମେନ ରାଜ୍ୟର ବାଙ୍ଗୋର୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବମ୍ବାର୍ଡିୟର୍‌…

YouTube କଣ୍ଟେଣ୍ଟ କ୍ରିଏଟର୍ସ ହେବେ ମାଲାମାଲ: ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧: YouTube କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସିଖବର। ଚଳିତବର୍ଷ କଣ୍ଟେଣ୍ଟ କ୍ରିଏଟର୍‌ଙ୍କ ଉପରେ ହେବ ଟଙ୍କା ବର୍ଷା। ସେମାନଙ୍କୁ ଅଧିକ ରୋଜଗାର କରିବାରେ ସାହାଯ୍ୟ କରିବା ପାଇଁ…

ନିୟମିତ ଖାଆନ୍ତୁ ଅମୃତଭଣ୍ଡା: ଫାଇଦା ଜାଣିଲେ ଉଡ଼ିଯିବ ହୋଶ୍‌

ଅମୃତଭଣ୍ଡାରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏଥିରେ ଭିଟାମିନ୍‌-ସି ଭରି ରହିଛି।…

ସାଧାରଣତନ୍ତ୍ର ଦିବସରେ ମୋଦିଙ୍କୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ

କଟକ,୨୬।୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା…

ଏଣିକି ଶସ୍ତା ହୋଇଯିବ କାର୍‌: EU-ଭାରତ ମଧ୍ୟରେ ବଡ଼ ଡିଲ୍‌

ନୂଆଦିଲ୍ଲୀ,୨୬।୧: EU ଏବଂ ଭାରତ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ସୂତ୍ର ଅନୁଯାୟୀ, ଭାରତ ୟୁରୋପୀୟ ସଂଘରୁ…

ଗାନ୍ଧି ମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ରାଜ୍ୟପାଳ

ଭୁବନେଶ୍ବର,୨୬।୧: ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ଭବ୍ୟ…

କେବେ ଘୁଞ୍ଚିବ କୋଟିଆ ଦୁଃଖ: ୭୮ ବର୍ଷ ପରେ ବି ଚିହ୍ନଟ ହୋଇନି ୩ ଭାଗ ରାଜସ୍ବ ଅଞ୍ଚଳ

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଥିଲେ ହେଁ ଏବେ ବି କୋରାପୁଟ ଜିଲା କୋଟିଆ ଅଞ୍ଚଳର ୩ ଭାଗ ସୀମା ଚିହ୍ନଟ ହୋଇପାରିନାହିଁ। କୋଟିଆର…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri