Categories: ଫୁରସତ

ଜନ୍ମଦାତ୍ରୀମା’ଙ୍କୁ ଖୋଜୁଛନ୍ତି ଝିଅ

ମୁମ୍ବାଇ: ସୁଇଜରଲାଣ୍ଡରେ ରହୁଥିବା ବୀଣା ମଖିଜାନି ମୁମ୍ବାଇ ଆସି ତାଙ୍କ ଜନଦାତ୍ରୀ ମା’ଙ୍କୁ ଖୋଜୁଛନ୍ତି। ମା’ଙ୍କୁ ଖୋଜିବାରେ ବିତିଗଲାଣି ୧୦ ବର୍ଷ, କିନ୍ତୁ ଏ ପର୍ଯ୍ୟନ୍ତ ସେ ଏଥିରେ ସଫଳ ହୋଇ ନାହାନ୍ତି। ବୀଣାଙ୍କ ପାଖରେ ତାଙ୍କ ଜନ୍ମକଲା ମା’ଙ୍କ ନାମ ଛଡ଼ା ଆଉ କୌଣସି ଫଟୋ କିମ୍ବା ପରିଚୟପତ୍ର ନାହିଁ। ୧୯୭୮ରେ ମୁମ୍ବାଇର ଆଶା ସଦନରୁ ବୀଣାଙ୍କୁ ଏକ ଦମ୍ପତି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ। ସେହି ସମୟରେ ଆଡପ୍ଟିଭ୍‌ ପ୍ୟାରେଣ୍ଟଙ୍କ ସ୍ଥାନରେ ରୋବେଲ୍ଲୋଙ୍କ ନାମ ଲେଖାଯାଇଥିଲା। ବୀଣାଙ୍କ କହିବା ମୁତାବକ, ରୋବେଲ୍ଲୋ ହେଉଛନ୍ତି ବୀଣାଙ୍କ ବାୟୋଲୋଜିକାଲ ମଦର। ସେ ଗୋଆର ବାସିନ୍ଦା ହୋଇଥିବାବେଳେ ମୁମ୍ବାଇରେ ଆସି ରହୁଥିଲେ। ୧୯୭୮ରେ ସେ ବୀଣାଙ୍କୁ ଜନ୍ମ ଦେଇଥିଲେ। ବୀଣାଙ୍କ ଜନ୍ମ ପରେ ରୋବେଲ୍ଲୋ ଝିଅକୁ ସାଉଥ୍‌ ମୁମ୍ବାଇର ଆଡପ୍‌ଶନ୍‌ ସେଣ୍ଟର ଆଶା ସଦନରେ ଛାଡ଼ିଯାଇଥିଲେ। ସେଠାରୁ ଏକ ଭାରତୀୟ ଦମ୍ପତି ତାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ସହ ସୁଇଜରଲାଣ୍ଡ ନେଇଯାଇଥିଲେ। ଏହାପରେ ୨୦୧୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବୀଣା ତାଙ୍କ ମା’ ରୋବେଲ୍ଲୋଙ୍କୁ ଖୋଜୁଛନ୍ତି। ୪୪ ବର୍ଷୀୟା ବୀଣାଙ୍କର ଦୁଇଟି ପୁଅ ଅଛନ୍ତି। ପୁଣେର ପୋଷ୍ୟ ଅଧିକାର କାଉନ୍‌ସିଲ୍‌ ନିର୍ଦ୍ଦେଶକ ଆଇନ୍‌ଜୀବୀ ଅଞ୍ଜଳି ପାଓ୍ବାର ବୀଣାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି। ପ୍ରାରମ୍ଭିକ ସମୟରେ ଆଶା ସଦନ କର୍ମକର୍ତ୍ତା ଏଥିରେ ସହଯୋଗ ନ କରିବାରୁ ଅଞ୍ଜଳି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।

Share