Posted inଫୁରସତ

ଜନ୍ମଦାତ୍ରୀମା’ଙ୍କୁ ଖୋଜୁଛନ୍ତି ଝିଅ

ମୁମ୍ବାଇ: ସୁଇଜରଲାଣ୍ଡରେ ରହୁଥିବା ବୀଣା ମଖିଜାନି ମୁମ୍ବାଇ ଆସି ତାଙ୍କ ଜନଦାତ୍ରୀ ମା’ଙ୍କୁ ଖୋଜୁଛନ୍ତି। ମା’ଙ୍କୁ ଖୋଜିବାରେ ବିତିଗଲାଣି ୧୦ ବର୍ଷ, କିନ୍ତୁ ଏ ପର୍ଯ୍ୟନ୍ତ ସେ ଏଥିରେ ସଫଳ ହୋଇ ନାହାନ୍ତି। ବୀଣାଙ୍କ ପାଖରେ ତାଙ୍କ ଜନ୍ମକଲା ମା’ଙ୍କ ନାମ ଛଡ଼ା ଆଉ କୌଣସି ଫଟୋ କିମ୍ବା ପରିଚୟପତ୍ର ନାହିଁ। ୧୯୭୮ରେ ମୁମ୍ବାଇର ଆଶା ସଦନରୁ ବୀଣାଙ୍କୁ ଏକ ଦମ୍ପତି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ। ସେହି ସମୟରେ ଆଡପ୍ଟିଭ୍‌ ପ୍ୟାରେଣ୍ଟଙ୍କ ସ୍ଥାନରେ ରୋବେଲ୍ଲୋଙ୍କ ନାମ ଲେଖାଯାଇଥିଲା। ବୀଣାଙ୍କ କହିବା ମୁତାବକ, ରୋବେଲ୍ଲୋ ହେଉଛନ୍ତି ବୀଣାଙ୍କ ବାୟୋଲୋଜିକାଲ ମଦର। ସେ ଗୋଆର ବାସିନ୍ଦା ହୋଇଥିବାବେଳେ ମୁମ୍ବାଇରେ ଆସି ରହୁଥିଲେ। ୧୯୭୮ରେ ସେ ବୀଣାଙ୍କୁ ଜନ୍ମ ଦେଇଥିଲେ। ବୀଣାଙ୍କ ଜନ୍ମ ପରେ ରୋବେଲ୍ଲୋ ଝିଅକୁ ସାଉଥ୍‌ ମୁମ୍ବାଇର ଆଡପ୍‌ଶନ୍‌ ସେଣ୍ଟର ଆଶା ସଦନରେ ଛାଡ଼ିଯାଇଥିଲେ। ସେଠାରୁ ଏକ ଭାରତୀୟ ଦମ୍ପତି ତାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ସହ ସୁଇଜରଲାଣ୍ଡ ନେଇଯାଇଥିଲେ। ଏହାପରେ ୨୦୧୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବୀଣା ତାଙ୍କ ମା’ ରୋବେଲ୍ଲୋଙ୍କୁ ଖୋଜୁଛନ୍ତି। ୪୪ ବର୍ଷୀୟା ବୀଣାଙ୍କର ଦୁଇଟି ପୁଅ ଅଛନ୍ତି। ପୁଣେର ପୋଷ୍ୟ ଅଧିକାର କାଉନ୍‌ସିଲ୍‌ ନିର୍ଦ୍ଦେଶକ ଆଇନ୍‌ଜୀବୀ ଅଞ୍ଜଳି ପାଓ୍ବାର ବୀଣାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି। ପ୍ରାରମ୍ଭିକ ସମୟରେ ଆଶା ସଦନ କର୍ମକର୍ତ୍ତା ଏଥିରେ ସହଯୋଗ ନ କରିବାରୁ ଅଞ୍ଜଳି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?