Posted inଫୁରସତ

ଜନ୍ମଦାତ୍ରୀମା’ଙ୍କୁ ଖୋଜୁଛନ୍ତି ଝିଅ

ମୁମ୍ବାଇ: ସୁଇଜରଲାଣ୍ଡରେ ରହୁଥିବା ବୀଣା ମଖିଜାନି ମୁମ୍ବାଇ ଆସି ତାଙ୍କ ଜନଦାତ୍ରୀ ମା’ଙ୍କୁ ଖୋଜୁଛନ୍ତି। ମା’ଙ୍କୁ ଖୋଜିବାରେ ବିତିଗଲାଣି ୧୦ ବର୍ଷ, କିନ୍ତୁ ଏ ପର୍ଯ୍ୟନ୍ତ ସେ ଏଥିରେ ସଫଳ ହୋଇ ନାହାନ୍ତି। ବୀଣାଙ୍କ ପାଖରେ ତାଙ୍କ ଜନ୍ମକଲା ମା’ଙ୍କ ନାମ ଛଡ଼ା ଆଉ କୌଣସି ଫଟୋ କିମ୍ବା ପରିଚୟପତ୍ର ନାହିଁ। ୧୯୭୮ରେ ମୁମ୍ବାଇର ଆଶା ସଦନରୁ ବୀଣାଙ୍କୁ ଏକ ଦମ୍ପତି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ। ସେହି ସମୟରେ ଆଡପ୍ଟିଭ୍‌ ପ୍ୟାରେଣ୍ଟଙ୍କ ସ୍ଥାନରେ ରୋବେଲ୍ଲୋଙ୍କ ନାମ ଲେଖାଯାଇଥିଲା। ବୀଣାଙ୍କ କହିବା ମୁତାବକ, ରୋବେଲ୍ଲୋ ହେଉଛନ୍ତି ବୀଣାଙ୍କ ବାୟୋଲୋଜିକାଲ ମଦର। ସେ ଗୋଆର ବାସିନ୍ଦା ହୋଇଥିବାବେଳେ ମୁମ୍ବାଇରେ ଆସି ରହୁଥିଲେ। ୧୯୭୮ରେ ସେ ବୀଣାଙ୍କୁ ଜନ୍ମ ଦେଇଥିଲେ। ବୀଣାଙ୍କ ଜନ୍ମ ପରେ ରୋବେଲ୍ଲୋ ଝିଅକୁ ସାଉଥ୍‌ ମୁମ୍ବାଇର ଆଡପ୍‌ଶନ୍‌ ସେଣ୍ଟର ଆଶା ସଦନରେ ଛାଡ଼ିଯାଇଥିଲେ। ସେଠାରୁ ଏକ ଭାରତୀୟ ଦମ୍ପତି ତାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ସହ ସୁଇଜରଲାଣ୍ଡ ନେଇଯାଇଥିଲେ। ଏହାପରେ ୨୦୧୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବୀଣା ତାଙ୍କ ମା’ ରୋବେଲ୍ଲୋଙ୍କୁ ଖୋଜୁଛନ୍ତି। ୪୪ ବର୍ଷୀୟା ବୀଣାଙ୍କର ଦୁଇଟି ପୁଅ ଅଛନ୍ତି। ପୁଣେର ପୋଷ୍ୟ ଅଧିକାର କାଉନ୍‌ସିଲ୍‌ ନିର୍ଦ୍ଦେଶକ ଆଇନ୍‌ଜୀବୀ ଅଞ୍ଜଳି ପାଓ୍ବାର ବୀଣାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି। ପ୍ରାରମ୍ଭିକ ସମୟରେ ଆଶା ସଦନ କର୍ମକର୍ତ୍ତା ଏଥିରେ ସହଯୋଗ ନ କରିବାରୁ ଅଞ୍ଜଳି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୩୦ ବର୍ଷରେ ଅଣ୍ଡା ଦିଏ ଏକ ପଥର, କାରଣ ଜାଣିଲେ…

ଦୁନିଆରେ ଅନେକ ଅନନ୍ୟ ତଥା ଅଜବ ଜିନିଷ ରହିଛି, ଯାହାର ଉତ୍ତର କାହା ପାଖରେ ନାହିଁ। ପ୍ରକୃତି ହିଁ ଏସବୁ ଘଟାଇଥାଏ ବୋଲି ଆମକୁ ଧରି...

ପିତାଙ୍କ ମୃତଦେହ ନିକଟରେ ନଗ୍ନ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଏହି ଯୁବତୀ

ପିତାଙ୍କ ମୃତଦେହ ନିକଟରେ ଜଣେ ଯୁବତୀ ନେକେଡ୍‌ ବା ନଗ୍ନ ଫଟୋ ଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଏହା ସତ୍ତ୍ୱେ ଯୁବତୀ ଜଣକ କହିଛନ୍ତି, ମୁଁ...

ଭଲପାଇବା ଦର୍ଶାଇବାକୁ ମଥାରେ ସ୍ବାମୀଙ୍କ ନାମର ଟାଟୁ

ବେଙ୍ଗାଲୁରୁ: ଲୋକେ ସେମାନଙ୍କ ପ୍ରେମକୁ ଜାହିର କରିବାକୁ ଯାଇ ବିଭିନ୍ନ ଉପାୟ ଆପଣେଇଥାନ୍ତି। ନିକଟରେ ଜଣେ ମହିଳା ଏପରି କିଛି କରିଛନ୍ତି। ତାହାର ଏକ ଭିଡିଓ...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କଲେ ମହିଳା

ଚିଲିରେ ଏକ ଅଜବ ଘଟଣା ଘଟିଛି। କରୋନାରେ କାଳରେ ଜଣେ ମହିଳା ମୃତ୍ୟୁ ଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ, ୭୫ ହଜାର ଟଙ୍କା ଖର୍ଚ୍ଚ...

ସତର୍କତାକୁ ପ୍ରାଥମିକତା

ତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ଭାବରେ ଏହାକୁ ବିବେଚନା କରାଯାଏ। ତେଣୁ...

ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର...

ପାଣି ଭିତରେ ଫୁଲରେ ତିଆରି ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ଛବି, ଭିଡିଓ ଦେଖିଲେ…

ସମଗ୍ର ବିଶ୍ୱରେ କୁଶଳୀ ପ୍ରତିଭାଙ୍କର ଅଭାବ ନାହିଁ। ଅନେକ ଥର ଏହିପରି ପ୍ରତିଭା ଆଖି ସାମ୍ନାକୁ ଆସିଥାଏ, ଯାହା ବିଶ୍ୱାସ କରିବା ଆମ ପକ୍ଷେ କଷ୍ଟକର...

Advertisement
Archives

Model This Week