Categories: ଜାତୀୟ

ଜଣେ ପ୍ରେମିକଙ୍କୁ ନେଇ ଦୁଇ ପ୍ରେମିକା ହାତାହାତି

ମୁମ୍ବାଇ,୨୮ା୮: ଜଣେ ପ୍ରେମିକଙ୍କୁ ନେଇ ଦୁଇ ପ୍ରେମିକାଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି। ତାହା ପୁଣି ଜନଗହଳି ପୂର୍ଣ୍ଣ ସ୍ଥାନରେ। ଏହା ପରେ ପ୍ରେମିକ ଜଣକ ଚତୁରତାର କାମ କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ମହାରାଷ୍ଟ୍ରର ପୈଠାନ ଜିଲାରେ ଜଣେ ପ୍ରେମିକଙ୍କୁ ନେଇ ୧୭ ବର୍ଷୀୟା ଦୁଇ ନାବାଳିକା ପ୍ରେମିକାଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ନେଇ ପୋଲିସ ସୂଚନା ଦେଇଛି।
ଜଣେ ଅଧିକାରୀ କହିଛନ୍ତି, ବୁଧବାର ସକାଳେ ପୈଠାନ ବସ୍‌ଷ୍ଟାଣ୍ଡରେ ଏହି ଘଟଣା ଘଟିଛି।

ସେ କହିଛନ୍ତି, ଝିଅଦୁହିଁଙ୍କ ମଧ୍ୟରୁ ଜଣେ ପୁଅ ସହିତ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ଯେତେବେଳେ ଅନ୍ୟ ଝିଅ ଏ ବିଷୟରେ ଜାଣିବାକୁ ପାଇଲେ ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରେ ଝିଅ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ହାତାହାତି ହୋଇଥିଲେ। ଏହା ପରେ ପ୍ରେମିକ ଜଣକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତି ବୋଲି ଅଧିକାରୀ କହିଛନ୍ତି।

ଶେଷରେ ଏହି ଦୁଇ ଝିଅଙ୍କୁ ଥାନାକୁ ନିଆଯାଇ ପଚରାଉଚରା ପରେ ଛାଡ଼ି ଦିଆଯାଇଥିବା ଥାନାଧିକାରୀ କହିଛନ୍ତି।

Share