Categories: ଫୁରସତ

ଉଚ୍ଚଶିକ୍ଷା ପାଇଁ ବାଳିକା କରନ୍ତି ଏପରି…

ଯୁବବର୍ଗଙ୍କୁ ଗୁଣବତ୍ତାଯୁକ୍ତ ଶିକ୍ଷା ଯୋଗାଇ ଦେବା ପାଇଁ ପୃଥିବୀର ବିଭିନ୍ନ ଦେଶର ସରକାର ନାନା ଶିକ୍ଷାନୀତିର ପ୍ରଣୟନ କରିଥାନ୍ତି। ତେବେ କେତେକ ଗରିବ ଦେଶରେ ଅଭିଭାବକ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ବହନ କରିପାରି ନ ଥାନ୍ତି। ଫଳରେ ପରିବାରରେ ପିଲାମାନେ ପାଠପଢ଼ିବାକୁ ଚାହୁଁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥାଏ। ପଶ୍ଚିମ ଆଫ୍ରିକାର ସିଏରା ଲିୟୋନରେ ପାଠପଢ଼ା ବଜାୟ ରଖିବା ପାଇଁ ବାଳିକାମାନେ ରାତିରେ ବୈଶ୍ୟାବୃତ୍ତି କରିଥାନ୍ତି। ଏଥିରୁ ପାଉଥିବା ଅର୍ଥରେ ସ୍କୁଲ ଫି ଦେବା ସହିତ ଅନ୍ୟ ପାଠପଢ଼ା ଖର୍ଚ୍ଚ ତୁଲାଇଥାନ୍ତି ଏବଂ ସେମାନଙ୍କର ପରିବାରର ଖର୍ଚ୍ଚ ମଧ୍ୟ ବହନ କରଥାନ୍ତିି। ଏଠାରେ ସ୍କୁଲ ପାଠପଢ଼ା ପାଇଁ ବର୍ଷକୁ ୪୦ ପାଉଣ୍ଡ ଆବଶ୍ୟକ ହୋଇଥାଏ। ମାତ୍ର ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ୧୪ ବର୍ଷ ଅବା ଏହାଠାରୁ ଅଧିକ ବର୍ଷ ବୟସ୍କ ବାଳିକାମାନେ ରାତିରେ ବୈଶ୍ୟାବୃତ୍ତି କରି ନିୟମିତ ଅଜଣା ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି। ସେମାନେ ଦିନରେ ସ୍କୁଲ ଅବା କଲେଜରେ ପାଠ ପଢ଼ିଥାନ୍ତି। ଜଣେ ଗ୍ରାହକଙ୍କ ପିଛା ବାଳିକାମାନେ ୩ ପାଉଣ୍ଡରୁ ୧୦ ପାଉଣ୍ଡ ପର୍ଯ୍ୟନ୍ତ ପାଇଥାନ୍ତି। ଏହାଦ୍ୱାରା ସେମାନଙ୍କର ଉଚ୍ଚଶିକ୍ଷାର ସ୍ବପ୍ନ ସାକାର ହୋଇପାରିଥାଏ।

Share