Posted inଜାତୀୟ

ପାଠପଢ଼ାରେ ଝିଅ ଆଗରେ, ପୁଅଙ୍କ ତୁଳନାରେ କମ୍‌ ଝିଅ ଅଧାରୁ ଛାଡୁଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨୮।୭ : ପାଠପଢ଼ାରେ ଝିଅମାନେ ପୁଅଙ୍କ ତୁଳନାରେ ଆଗରେ ଅଛନ୍ତି। ସ୍କୁଲକୁ ଯିବା ଏବଂ ଅଧ୍ୟୟନ ଜାରି ରଖିବା ହାର ଝିଅମାନଙ୍କ କ୍ଷେତ୍ରରେ ଅଧିକ ରହିଛି। ତେବେ ଅଧିକ ସଂଖ୍ୟକ ପୁଅ ଅଧାରୁ ସ୍କୁଲ ଛାଡୁଛନ୍ତି। ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୦-୨୧ରେ, ମାଧ୍ୟମିକ ସ୍ତରରେ ଝିଇମାନଙ୍କର ଡ୍ରପ ଆଉଟ ହାର ୧୩.୭ ପ୍ରତିଶତ ଥିଲା। ଏପରିସ୍ଥଳେ ପୁଅମାନଙ୍କ କ୍ଷେତ୍ରରେ ଏହା ୧୪.୩ ପ୍ରତିଶତ ଥିଲା।

ତେବେ ପ୍ରାଥମିକ ସ୍ତରରେ ପୁଅମାନଙ୍କ ଡ୍ରପଆଉଟ ହାର ୧.୨୧ ଏବଂ ବାଳିକାଙ୍କ ହାର ପ୍ରାୟ ୧.୪ ପ୍ରତିଶତ ଥିଲା। ପ୍ରତ୍ୟେକ ରାଜ୍ୟରେ ପୁଅ ଏବଂ ଝିଅଙ୍କ ଡ୍ରପ ଆଉଟ ହାର ସମାନ ନାହିଁ।

ରାଜ୍ୟର ନିର୍ଦ୍ଦିଷ୍ଟ ପରିସ୍ଥିତି, ରାଜ୍ୟର ସାମାଜିକ ତଥା ଅଥନୈତିକ ଅବସ୍ଥାରେ ମହିଳାଙ୍କ ଭୂମିକା, ଏହି ଯୋଜନାଗୁଡିକର ପ୍ରଭାବ ଡ୍ରପ ଆଉଟ ଉପରେ ପଡିଥାଏ। ୨୦୧୯-୨୦ ବର୍ଷରେ ମଧ୍ୟ କମ ସଂଖ୍ୟକ ଝିଅମାନେ ପୁଅମାନଙ୍କ ତୁଳନାରେ ଅଧାରୁ ସ୍କୁଲ ଛାଡିଥିଲେ।

ବିଶେଷଜ୍ଞମାନେ କହିଛନ୍ତି ଯେ ପୂର୍ବ ତୁଳନାରେ ଝିଅମାନଙ୍କର ଡ୍ରପଆଉଟ ହାର ଯଥେଷ୍ଟ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ହେଉଛି ବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ନିର୍ମାଣ । ଏହା ଏକ ବିରାଟ ସାମାଜିକ ପ୍ରଭାବ, ଯାହାକୁ ସଠିକ ଭାବରେ ବୁଝିବା ଆବଶ୍ୟକ। ଶୌଚାଳୟ ଅଭାବରୁ ଅଭିଭାବକମାନେ ଝ ଇମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ମଧ୍ୟ ନାରାଜ ଥିଲେ।

ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବୃଦ୍ଧି। ଏହାଦ୍ୱାରା ଗ୍ରାମାଞ୍ଚଳରେ ଝିଅମାନଙ୍କର ସ୍କୁଲ ଯିବାକୁ ଦ୍ୱିଧା କମିଛି।

ତୃତୀୟ କାରଣ ହେଉଛି ଅନେକ ସ୍ଥାନରେ ସରକାର ଝିଅମାନଙ୍କୁ ସାଇକେଲ ଯୋଗାଇ ବା ଏବଂ ଅନ୍ୟାନ୍ୟ ଉପାୟରେ ବିଦ୍ୟାଳୟକୁ ଯିବାକୁ ଉତ୍ସାହିତ କରୁଛନ୍ତି।

ଚତୁର୍ଥ କାରଣ ହେଉଛି ବିଦ୍ୟାଳୟରେ ୟୁନିଫର୍ମ ଉପଲବ୍ଧତା ଏବଂ ପଞ୍ଚମଟି ହେଉଛି ଝିଅମାନଙ୍କୁ ଦିଆଯାଇଥିବା ଛାତ୍ରବୃତ୍ତି ଯୋଗୁ ଝିଅମାନେ ଅଧାରୁ ସ୍କୁଲ ଛାଡୁ ନାହାନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ବ୍ୟତୀତ ବାଳିକାମାନଙ୍କ ଶିକ୍ଷା ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ହେବା ଏହାର ଅନ୍ୟ ତମ କାରଣ। ଏଥି ସହିତ କିଛି ରାଜ୍ୟର ବିଶେଷ ପ୍ରଦର୍ଶନ ଯୋଗୁଁ ଜାତୀୟ ସ୍ତରରେ ସ୍ଥିତିରେ ସୁଧାର ଆସିଛି।

ଏହାପୂର୍ବରୁ ଝିଅମାନଙ୍କର ଡ୍ରପଆଉଟ ପୁଅମାନଙ୍କ ତୁଳନାରେ ଅଧିକ ଥିଲା। ଏକ ସରକାରୀ ରିପୋର୍ଟ ଅନୁଯାୟୀ, ଉଚ୍ଚ ପ୍ରାଥମିକ ସ୍ତରରେ ୨୦୧୪-୧୫ ବର୍ଷରେ ଝିଅମାନଙ୍କ ମଧ୍ୟରେ ଡ୍ରପ ଆଉଟ ହାର ୪.୬୦ ଏବଂ ପୁଅଙ୍କର ୩.୪୯ ପ୍ରତିଶତ ଥିଲା। ରିପୋର୍ଟ ଅନୁଯାୟୀ, ୨୦୧୪-୧୫ ରେ, ଉଚ୍ଚ ପ୍ରାଥମିକ ସ୍ତରରେ ପୁଅମାନଙ୍କର ଡ୍ରପ ଆଉଟ ହାର ୮.୪୮ ଏବଂ ଝିଅମାନଙ୍କର ୮.୭୧ ପ୍ରତିଶତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri