ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେ…

ଭୁବନେଶ୍ୱର,୬ା୯: ୭ ମାସ ତଳେ ରାଜଧାନୀରୁ ନିଖୋଜ ହୋଇଯାଇଥିବା ଘରୋଇ ସହାୟିକା ନିରୁପମା ପରିଡ଼ା ଓରଫ ମିତା (୨୨)ଙ୍କ କଙ୍କାଳ ଖୋର୍ଦ୍ଧା ତାପଙ୍ଗସ୍ଥିତ ପଥର ଖଣି ଭିତରୁ କମିଶନରେଟ୍‌ ପୋଲିସ ଶୁକ୍ରବାର ଜବତ କରିଛି। ପୁରୁଷ ବନ୍ଧୁ ତାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ସେଠାରେ ମୃତଦେହକୁ ଫିଙ୍ଗି ଦେଇଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ପୁରୁଷବନ୍ଧୁ ନୟାଗଡ଼ ରଣପୁରର ଦେବାଶିଷ ବିଶୋଇଙ୍କୁ ଭରତପୁର ଥାନା ପୋଲିସ ଗିରଫ କରିବା ପରେ ଘଟଣାର ପୂରା ରହସ୍ୟ ପଦାକୁ ଆସିଛି। ସେ ନିରୁପମାଙ୍କୁ କେଉଁଠି ଫିଙ୍ଗିଥିଲେ କହିବା ସହ ଘଟଣାସ୍ଥଳକୁ ଯାଇ ଚିହ୍ନାଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌, ପରିବାର ଲୋକଙ୍କ ସହ ପୋଲିସ ପଥର ଖଣିର ଏକ ବୁଦାମୂଳରୁ ନିରୁପମାଙ୍କ କଙ୍କାଳ ଠାବ କରିଥିଲା। ତେବେ ହତ୍ୟା ପରେ ଅଭିଯୁକ୍ତ ଦେବାଶିଷ ମୃତଦେହରେ ପଥର ବାନ୍ଧି ଲତାଗୁଡାଇ ବୁଦା ମୂଳକୁ ଫିଙ୍ଗିଦେଇଥିଲେ। ପୋଲିସ ଜବତ କରିଥିବା କଙ୍କାଳକୁ ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଇଛି। ଏନେଇ ଭରତପୁର ଥାନାରେ ଏକ ହତ୍ୟା ମାମଲା (ନଂ.୫୨୭/୨୦୨୫) ରୁଜୁ କରାଯାଇ ଅଭିଯୁକ୍ତ ଦେବାଶିଷଙ୍କୁ ଅଧିକ ଜେରା ଚାଲିଛି। ପ୍ରେମ ସମ୍ପର୍କ ଭିତରେ କୁହୁଳୁଥିବା ସନ୍ଦେହ ତାଙ୍କୁ ନୃଶଂସ ସଜାଇ ଦେଇଥିଲା। ଶନିବାର ଦେବାଶିଷଙ୍କୁ କୋର୍ଟଚାଲାଣ କରାଯିବା ପରେ ଅଧିକ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଦାୟିତ୍ୱହୀନତା ଓ ଦୁର୍ବଳ ତଦନ୍ତ ପାଇଁ ପୋଲିସକୁ ଦାୟୀ କରିଛନ୍ତି ମୃତ ନିରୁପମାଙ୍କ ପରିବାର ଲୋକ।
ସୂଚନା ଅନୁଯାୟୀ, ନିରୁପମାଙ୍କ ଘର ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ। ସେ ପାତ୍ରପଡାରେ ସମରଜିତ୍‌ ଜେନାଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ। ଜାନୁଆରୀ ୨୪ରେ ସମରଜିତ ପରିବାର ଲୋକଙ୍କ ସହ ଭଞ୍ଜନଗରସ୍ଥିତ ପୈତୃକ ଗାଁକୁ ଯାଇଥିଲେ। ପରେ ନିରୁପମା ତାଙ୍କ ଗାଁକୁ ଯିବାକୁ ବସ୍‌ରେ ଯାଇଥିଲେ। ସେ ମା’ଙ୍କୁ କଲ୍‌ କରି ଜଣାଇବା ସହ ବାପାଙ୍କୁ ରଣପୁର ବସ୍‌ଷ୍ଟାଣ୍ଡକୁ ଆସିବାକୁ କହିଥିଲେ। ଅପରାହ୍ନ ୪ଟାରେ ପୁଣି କଲ୍‌ କରି ଖୋର୍ଦ୍ଧାରେ ପହଞ୍ଚିଣିଲି ବୋଲି କହିଥିଲେ। ହେଲେ ଏହାପରଠାରୁ ତାଙ୍କ କଲ୍‌ ଆସି ନ ଥିଲା କି ଫୋନ୍‌ ଲାଗି ନ ଥିଲା। ଏହାପରେ ପରିବାର ଲୋକେ ଘର ମାଲିକ ସମରଜିତଙ୍କୁ ଯୋଗାଯୋଗ କରି ସୂଚନା ନ ପାଇବାରୁ ଖୋଜାଖୋଜି କରି ବିଫଳ ଥିଲେ। ୨୭ ତାରିଖରେ ପରିବାର ଲୋକଙ୍କ ସହ ସମରଜିତ୍‌ ଭରତପୁର ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ଏକ ମିସିଂ ରିପୋର୍ଟ (ଏମ୍‌ଏମ୍‌ଆର୍‌) ନଂ.୮ କରି ଚୁପ୍‌ ବସିଥିଲା। ପରିବାର ଲୋକେ ଥାନାରୁ ନିରାଶ ହେବା ପରେ ଜୁଲାଇ ୪ରେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ମଧ୍ୟ ଥାନା ପୋଲିସ ଅଭିଯୋଗ ଶୁଣି ନ ଥିଲା ବୋଲି ନିରୁପମାଙ୍କ ବାପା ଶରତ ଅଭିଯୋଗ କରିଛନ୍ତି। ପରିବାର ଲୋକ ଦେବାଶିଷଙ୍କ ଉପରେ ସନ୍ଦେହ କରି ଜଣାଇଥିଲେ ମଧ୍ୟ ପୋଲିସ ଦିନ ଗଡ଼ାଇ ଚାଲିଥିଲା। ପରେ ସେମାନେ ଅନ୍‌ଲାଇନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଜଣାଇଥିଲେ। ତେବେ ତଦନ୍ତ ବେଳେ ନିରୁପମାଙ୍କ ଡେବିଟ୍‌ କାର୍ଡରୁ ବହୁଥର ଟଙ୍କା ଉଠାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏଥିରେ ଦେବାଶିଷଙ୍କ ହାତ ଥିବା ସନ୍ଦେହ କରି ତାଙ୍କୁ ଅଧିକ ଜେରା ପରେ ସେ ସତ ମାନିଯାଇଥିଲେ। ଦେବାଶିଷ ଭୁବନେଶ୍ୱରରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରନ୍ତି। ତେବେ ନିରୁପମା ଅନ୍ୟ ଜଣଙ୍କ ସହ କଥା ହେଉଥିବାରୁ ସେ ତାଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସକୁ କହିଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri