ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେ…

ଭୁବନେଶ୍ୱର,୬ା୯: ୭ ମାସ ତଳେ ରାଜଧାନୀରୁ ନିଖୋଜ ହୋଇଯାଇଥିବା ଘରୋଇ ସହାୟିକା ନିରୁପମା ପରିଡ଼ା ଓରଫ ମିତା (୨୨)ଙ୍କ କଙ୍କାଳ ଖୋର୍ଦ୍ଧା ତାପଙ୍ଗସ୍ଥିତ ପଥର ଖଣି ଭିତରୁ କମିଶନରେଟ୍‌ ପୋଲିସ ଶୁକ୍ରବାର ଜବତ କରିଛି। ପୁରୁଷ ବନ୍ଧୁ ତାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ସେଠାରେ ମୃତଦେହକୁ ଫିଙ୍ଗି ଦେଇଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ପୁରୁଷବନ୍ଧୁ ନୟାଗଡ଼ ରଣପୁରର ଦେବାଶିଷ ବିଶୋଇଙ୍କୁ ଭରତପୁର ଥାନା ପୋଲିସ ଗିରଫ କରିବା ପରେ ଘଟଣାର ପୂରା ରହସ୍ୟ ପଦାକୁ ଆସିଛି। ସେ ନିରୁପମାଙ୍କୁ କେଉଁଠି ଫିଙ୍ଗିଥିଲେ କହିବା ସହ ଘଟଣାସ୍ଥଳକୁ ଯାଇ ଚିହ୍ନାଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌, ପରିବାର ଲୋକଙ୍କ ସହ ପୋଲିସ ପଥର ଖଣିର ଏକ ବୁଦାମୂଳରୁ ନିରୁପମାଙ୍କ କଙ୍କାଳ ଠାବ କରିଥିଲା। ତେବେ ହତ୍ୟା ପରେ ଅଭିଯୁକ୍ତ ଦେବାଶିଷ ମୃତଦେହରେ ପଥର ବାନ୍ଧି ଲତାଗୁଡାଇ ବୁଦା ମୂଳକୁ ଫିଙ୍ଗିଦେଇଥିଲେ। ପୋଲିସ ଜବତ କରିଥିବା କଙ୍କାଳକୁ ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଇଛି। ଏନେଇ ଭରତପୁର ଥାନାରେ ଏକ ହତ୍ୟା ମାମଲା (ନଂ.୫୨୭/୨୦୨୫) ରୁଜୁ କରାଯାଇ ଅଭିଯୁକ୍ତ ଦେବାଶିଷଙ୍କୁ ଅଧିକ ଜେରା ଚାଲିଛି। ପ୍ରେମ ସମ୍ପର୍କ ଭିତରେ କୁହୁଳୁଥିବା ସନ୍ଦେହ ତାଙ୍କୁ ନୃଶଂସ ସଜାଇ ଦେଇଥିଲା। ଶନିବାର ଦେବାଶିଷଙ୍କୁ କୋର୍ଟଚାଲାଣ କରାଯିବା ପରେ ଅଧିକ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଦାୟିତ୍ୱହୀନତା ଓ ଦୁର୍ବଳ ତଦନ୍ତ ପାଇଁ ପୋଲିସକୁ ଦାୟୀ କରିଛନ୍ତି ମୃତ ନିରୁପମାଙ୍କ ପରିବାର ଲୋକ।
ସୂଚନା ଅନୁଯାୟୀ, ନିରୁପମାଙ୍କ ଘର ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ। ସେ ପାତ୍ରପଡାରେ ସମରଜିତ୍‌ ଜେନାଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ। ଜାନୁଆରୀ ୨୪ରେ ସମରଜିତ ପରିବାର ଲୋକଙ୍କ ସହ ଭଞ୍ଜନଗରସ୍ଥିତ ପୈତୃକ ଗାଁକୁ ଯାଇଥିଲେ। ପରେ ନିରୁପମା ତାଙ୍କ ଗାଁକୁ ଯିବାକୁ ବସ୍‌ରେ ଯାଇଥିଲେ। ସେ ମା’ଙ୍କୁ କଲ୍‌ କରି ଜଣାଇବା ସହ ବାପାଙ୍କୁ ରଣପୁର ବସ୍‌ଷ୍ଟାଣ୍ଡକୁ ଆସିବାକୁ କହିଥିଲେ। ଅପରାହ୍ନ ୪ଟାରେ ପୁଣି କଲ୍‌ କରି ଖୋର୍ଦ୍ଧାରେ ପହଞ୍ଚିଣିଲି ବୋଲି କହିଥିଲେ। ହେଲେ ଏହାପରଠାରୁ ତାଙ୍କ କଲ୍‌ ଆସି ନ ଥିଲା କି ଫୋନ୍‌ ଲାଗି ନ ଥିଲା। ଏହାପରେ ପରିବାର ଲୋକେ ଘର ମାଲିକ ସମରଜିତଙ୍କୁ ଯୋଗାଯୋଗ କରି ସୂଚନା ନ ପାଇବାରୁ ଖୋଜାଖୋଜି କରି ବିଫଳ ଥିଲେ। ୨୭ ତାରିଖରେ ପରିବାର ଲୋକଙ୍କ ସହ ସମରଜିତ୍‌ ଭରତପୁର ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ଏକ ମିସିଂ ରିପୋର୍ଟ (ଏମ୍‌ଏମ୍‌ଆର୍‌) ନଂ.୮ କରି ଚୁପ୍‌ ବସିଥିଲା। ପରିବାର ଲୋକେ ଥାନାରୁ ନିରାଶ ହେବା ପରେ ଜୁଲାଇ ୪ରେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ମଧ୍ୟ ଥାନା ପୋଲିସ ଅଭିଯୋଗ ଶୁଣି ନ ଥିଲା ବୋଲି ନିରୁପମାଙ୍କ ବାପା ଶରତ ଅଭିଯୋଗ କରିଛନ୍ତି। ପରିବାର ଲୋକ ଦେବାଶିଷଙ୍କ ଉପରେ ସନ୍ଦେହ କରି ଜଣାଇଥିଲେ ମଧ୍ୟ ପୋଲିସ ଦିନ ଗଡ଼ାଇ ଚାଲିଥିଲା। ପରେ ସେମାନେ ଅନ୍‌ଲାଇନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଜଣାଇଥିଲେ। ତେବେ ତଦନ୍ତ ବେଳେ ନିରୁପମାଙ୍କ ଡେବିଟ୍‌ କାର୍ଡରୁ ବହୁଥର ଟଙ୍କା ଉଠାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏଥିରେ ଦେବାଶିଷଙ୍କ ହାତ ଥିବା ସନ୍ଦେହ କରି ତାଙ୍କୁ ଅଧିକ ଜେରା ପରେ ସେ ସତ ମାନିଯାଇଥିଲେ। ଦେବାଶିଷ ଭୁବନେଶ୍ୱରରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରନ୍ତି। ତେବେ ନିରୁପମା ଅନ୍ୟ ଜଣଙ୍କ ସହ କଥା ହେଉଥିବାରୁ ସେ ତାଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସକୁ କହିଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri