ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର କେରି ଆଡାମ୍ସଙ୍କ ସହ ଯେତେବେଳେ ଏପରି ଘଟିଲା, ସେ ନିଜ ପୂର୍ବତନ ପ୍ରେମିକଙ୍କ ଉପରେ ଏମିତି କିଛି ଅଜବ ପ୍ରତିଶୋଧ ନେଲେ, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘରର ହିଟିଂ ସିଷ୍ଟମକୁ ୨୮ ଡିଗ୍ରୀ ସେଲସିୟ୍ସରେ ସେଟ୍ କରିବାଠାରୁ ଆରମ୍ଭ କରି ରୋଷେଇ ଘର କ୍ୟାବିନେଟର ହ୍ୟାଣ୍ଡେଲଗୁଡ଼ିକୁ ଭାଙ୍ଗି ଦେବା ପର୍ଯ୍ୟନ୍ତ ଅନେକ କିଛି ଅଜବ କାଣ୍ଡ ଘଟଣାଇଛନ୍ତି ପ୍ରେମିକା ଜଣକ।
୪୯ ବର୍ଷୀୟା କେରି ଆଡାମ୍ସଙ୍କର ଦୀର୍ଘଦିନର ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ପ୍ରଥମେ ସବୁକିଛି ସାଧାରଣ ଥିଲା। କିନ୍ତୁ ଯେତେବେଳେ ତାଙ୍କ ପୂର୍ବତନ ପ୍ରେମିକ ଅନ୍ୟ ଜଣଙ୍କୁ ଡେଟ୍ କରିବା ଆରମ୍ଭ କଲେ, ସେତେବେଳେ କେରିଙ୍କ ରାଗ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ନୀରବରେ ଦୁଃଖ ସହିବା ପରିବର୍ତ୍ତେ ସେ ପ୍ରତିଶୋଧ ନେଇ ନିଜ ପୂର୍ବତନ ପ୍ରେମିକଙ୍କୁ ଏକ ଉଚିତ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଲେ।
ଏକ ରିପୋର୍ଟ ଅନୁଯାୟୀ, କେରି ପ୍ରଥମେ ଘରର ହିଟିଂ ସିଷ୍ଟମକୁ ୨୮ ଡିଗ୍ରୀ ସେଲସିୟସରେ ସେଟ୍ କରି ଦିନରାତି ଚାଲୁ ରଖିଥିଲେ। ଏହି କଥାକୁ ସେ ହସି ହସି କୁହନ୍ତି ଘରର ବିଲ୍ ତ ମୁଁ ଦେବିନି ନା ବଢୁ ଗରମ। ତା’ ଛଡ଼ା ପ୍ରେମିକ ତତଲା କଡ଼େଇରେ ଶିଝନ୍ତୁ ବୋଲି ମୁଁ ଚାହଁୁଥିଲି। ଯେଉଁଥିପାଇଁ ଏପରି କାଣ୍ଡି ଘଟାଇଲି।
ଏତିକିରେ କେରିଙ୍କ ପ୍ରତିଶୋଧ ଶେଷ ହୋଇ ନ ଥିଲା। ଯେତେବେଳେ ତାଙ୍କ ପୂର୍ବତନ ପ୍ରେମିକ ନିଜର ମଇଳା ଲୁଗା ଧୋଇବାକୁ ଦେଲେ, କେରି ତାଙ୍କର ସମସ୍ତ ଦାମୀ ଡିଜାଇନର ଅଣ୍ଡରଓ୍ବୟାରକୁ ସଫା ନ କରି ସିଧା ଅଳିଆ ଗଦାକୁ ଫୋପାଡ଼ି ଦେଇଥିଲେ। ଏହା ସହିତ ସେ ରୋଷେଇ ଘର କ୍ୟାବିନେଟ୍ର ସମସ୍ତ ହ୍ୟାଣ୍ଡେଲକୁ ମଧ୍ୟ ଖୋଲି ଦେଇଥିଲେ, ଯାହାଫଳରେ ତାଙ୍କ ପୂର୍ବ ପ୍ରେମିକଙ୍କୁ କବାଟ ଖୋଲିବାରେ ନାକେଦମ ହେବାକୁ ପଡ଼ିଥିଲା।