ମା’ହେବାକୁ ଯାଉଛନ୍ତି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ!

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାଦକୁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାଖି ଆଦିଲଙ୍କ ବିରେଧରେ ଅଭିଯୋଗ କରିଥିଲେ, ଯେଉଁଥିପାଇଁ ଆଦିଲ ପୋଲିସ ହେପାଜତରେ ଅଛନ୍ତି। ଏହି ସମୟରେ ରାଖି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ ଚାନ୍ଦେଲଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଇନଷ୍ଟାଣ୍ଟ ବଲିଉଡ ସୋମବାର ଏହାର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି। ଏହି ଭିଡିଓରେ ଭିଡିଓରେ ରାଖୀ କହିଛନ୍ତି ଯେ, ନିକଟରେ ଆଦିଲଙ୍କ ବିରୋଧରେ ଏକ ବଳାତ୍କାର ମାମଲା ଦାୟର ହୋଇଥିଲା। ଅନ୍ୟପଟେ, ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ ଚାନ୍ଦେଲ ମା’ ହେବାକୁ ଯାଉଛନ୍ତି। ଏସବୁ ମୋ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ରାଖୀ ସାୱନ୍ତ ଏବଂ ସ୍ବାମୀ ଆଦିଲଙ୍କ ବିବାଦ ଥମିବାର ନାଁ ନେଉନାହିଁ। ବିବାହ ପରେ ରାଖୀ ଆଦିଲଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ଏପରିକି ଆସିଲ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ଆଦିଲଙ୍କୁ ପଚରାଉଚରା ପାଇଁ ଗିରଫ କରିଥିଲା। ଏହି ସମୟରେ ରାଖୀ ରବିବାର ଏକ ବଳାତ୍କାର ମାମଲାରେ ଆଦିଲଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି।

Share