ପ୍ରେମ ପାଇଁ ନିଜ ଧର୍ମ ଛାଡିଲେ ପ୍ରେମିକା, ମୁସଲିମ୍‌ ଯୁବତୀ ହେଲେ ହିନ୍ଦୁ ଘରର ବୋହୂ

ଭୁବନେଶ୍ୱର,୧୨।୨: ପ୍ରେମ ଋତୁରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରେମୀ ଯୁଗଳ । ପ୍ରେମ ପାଇଁ ପ୍ରେମିକା ଛାଡିଲେ ନିଜ ଧର୍ମ । ଆପଣାଇଲେ ସନାତନ ଧର୍ମ । ବୈଦିକ ରୀତି ନୀତିରେ ସମ୍ପନ୍ନ ହେଲା ଦୁହିଁଙ୍କ ବାହାଘର । ଏଭଳି ଘଟଣା ଭୁବନେଶ୍ବର ଘଟିଥିବା ଜଣାପଡିଛି।

ସୂଚନାଯୋଗ୍ୟ, କଟକ ଜଗତପୁରର ବଦ୍ରିନାରାୟଣ ଦାସଙ୍କୁ ୧୦ ବର୍ଷ ହେଲା ଭଲ ପାଉଥିଲେ ମୁସଲମାନ ଯୁବତୀ ଫରିନ ବାନୋ। ଯିଏ ଏବେ ‘ଫରିନ’ ବଦଳରେ ‘ପ୍ରିୟାଂଶୀ’ ହୋଇଯାଇଛନ୍ତି। ଉଭୟେ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କ ବିବାହକୁ ସ୍ବୀକୃତି ଦେବାକୁ ବଦ୍ରିଙ୍କ ପରିବାର ମନା କରିଦେଇଥିଲେ। ହେଲେ ଦୁହେଁ ବିବାହ କରିବାକୁ ଜିଦ୍‌ ଧରିଥିଲେ। ଶେଷରେ ହାର୍‌ ମାନିଛି ଜାତି, ଧର୍ମ। ଜିତିଛି ପ୍ରେମ।

ଏମାନଙ୍କୁ ଏକାଠି କରିବାକୁ ଗୋ’ ରକ୍ଷକ ଦଳ ସହାୟତା କରିଛନ୍ତି। ଭୁବନେଶ୍ବର ଭୀମେଶ୍ବର ମଙ୍ଗଳା ମନ୍ଦିରରେ ବନ୍ଧୁମାନଙ୍କ ଉପସ୍ଥିତିରେ ଫରିନା ହେଲେ ପ୍ରିୟାଂଶୀ ଓ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ଏହି ଘଟଣା ପରେ ବଦ୍ରିଙ୍କ ବାପା ମାଆ ବି ପୁଅ ବୋହୂଙ୍କୁ ଗ୍ରହଣ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

T20 World Cupରେ ଇତିହାସ ରଚିଲା ଶ୍ରୀଲଙ୍କା, ଓମାନକୁ…

ନୂଆଦିଲ୍ଲୀ,୧୨।୨: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓମାନକୁ ୧୦୫ ରନରେ ପରାସ୍ତ କରିଛି। ଗୁରୁବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦…

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

ବଲାଙ୍ଗୀର ବନ୍ଦ ସଫଳ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨ା୨(ସୁନିଲ କୁମାର ମହାନ୍ତି): ଏଆଇଟିୟୁସିର ପକ୍ଷରୁ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀରରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଗୁରୁବାର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯିବା…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଭଡ଼ାଘରେ ଚାଲିଥିଲା ଦେହ ବେପାର: କିଙ୍ଗ୍‌ପିନ୍‌ ସମେତ ୩ ଦେହଜୀବୀ-ଗ୍ରାହକଙ୍କୁ ଧରିଲା ପୋଲିସ

ଖୋର୍ଦ୍ଧା,୧୨ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ାଘରେ ଚାଲିଥିଲା ଦେହ ବେପାର। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ…

ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ମାସ ମଧ୍ୟରେ…

କଟକ,୧୨।୨: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ପ୍ରକାଶ ପାଇଲା OTET ରେଜଲ୍ଟ

ଭୁବନେଶ୍ୱର,୧୨ା୨: ଗୁରୁବାର ପ୍ରକାଶ ପାଇଛି OTET-୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri