Categories: ଫୁରସତ

ମଣ୍ଡପ ବାହାରେ ‘ବାବୁ-ବାବୁ’ ଚିତ୍କାର କରୁଥିଲେ ପ୍ରେମିକା, ହେଲେ ଭିତରେ ସିନ୍ଦୁର ପିନ୍ଧାଇବାରେ ବ୍ୟସ୍ତ ରହିଲେ ଲିଭ୍‌ଇନ୍‌ ପ୍ରେମିକ…

ହୋଶଙ୍ଗାବାଦ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ବିବାହ ଚାଲିଥିବା ବେଳେ ମଣ୍ଡପ ବାହାରେ ଜଣେ ଯୁବତୀଙ୍କ ‘ବାବୁ-ବାବୁ’ ଚିତ୍କାର ଶୁଣି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିତରେ ବିବାହ ଚାଲିଥିଲା। ଏଣୁ ବାହାରେ ଯୁବତୀଙ୍କ ଏଭଳି ଆଚରଣରୁ ଘଟଣା ବିଷୟରେ ଅନୁମାନ କରିବାକୁ ବେଶି ସମୟ ଲାଗି ନ ଥିଲା। କାରଣ ଏହା ପ୍ରେମ ଏବଂ ପ୍ରତାରଣାର କାହାଣୀ ଥିଲା।

ଧିରେ ଧିରେ ମାମଲା ଏତେ ବଢ଼ିଯାଇଥିଲା ଯେ ଘଟଣାସ୍ଥଳକୁ ପୋଲିସ ଡକାଯାଇଥିଲା। ପରେ ଯୁବତୀଙ୍କୁ ପୋଲିସ ଜୋର ଜବରଦସ୍ତ ଥାନାକୁ ନେଇଥିଲେ। ପୋଲିସ ଷ୍ଟେଶନରେ ଯୁବତୀଙ୍କୁ ହଙ୍ଗାମା କରିବା ପଛରେ କ’ଣ କାରଣ ଥିଲା ବୋଲି ପଚରାଯାଇଥିଲା। ସେ ନିଜର ଭଙ୍ଗା ହୃଦୟର କାହାଣୀ ସମସ୍ତଙ୍କୁ କହିଥିଲେ। ବିବାହ କରୁଥିବା ବ୍ୟକ୍ତିଙ୍କୁ ସେ ଦୀର୍ଘଦିନରୁ ପ୍ରେମ କରୁଥିଲେ। ଏପରିକି ଉଭୟ ଏକାଠି ଲିଭ୍‌ଇନ୍‌ରେ ରହୁଥିଲେ। ହେଲେ ଯେତେବେଳେ ବିବାହ କଥା ଉଠିଲା ସେ ଅନ୍ୟ ଜଣଙ୍କୁ ଚୟନ କରିଥିଲେ ବୋଲି କହିଥିଲେ। କଥା ଶୁଣି ପୋଲିସ ତାଙ୍କୁ ଅଭିଯୋଗ କରିବାକୁ ଚାହୁଁଥିଲେ କରିପାରିବେ ବୋଲି କହିଥିଲା। ହେଲେ ଯୁବତୀ ଲିଭ୍‌ଇନ୍‌ରେ ରହିଥିବାରୁ ଅଭିଯୋଗ କରିବେ ନାହିଁ ବୋଲି ସଫାସଫା ମନା କରିଥିଲେ।

କୁହାଯାଉଛି, ଯୁବତୀଜଣଙ୍କ ହୋଶଙ୍ଗାବାଦରେ ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରିଥିଲେ। ଉକ୍ତ ଯୁବକ ମଧ୍ୟ ସେଠାରେ କାମ କରୁଥିଲେ। ଦୁହେଁ ପ୍ରେମରେ ପଡ଼ି ଲିଭ୍‌ଇନ୍‌ରେ ରହିବାକୁ ଚାହିଁଥିଲେ। ତାହା ହିଁ ହୋଇଥିଲା। ହେଲେ ଯୁବତୀଜଣଙ୍କ ହଠାତ ପୁଅର ବିବାହ ବିଷୟରେ ଜାଣିବାକୁ ପାଇଥିଲେ। ଏହାଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ହୋଶଙ୍ଗାବାଦରେ ବିବାହ ହେଉଥିବା ଜାଣି ସେଠାରେ ପହଞ୍ଚି ଯାଇଥିଲେ। ହେଲେ ସୁଫଳ ମିଳି ନ ଥିଲା। କାରଣ ସେ ପ୍ରେମିକଙ୍କୁ ଭେଟି ପାରି ନ ଥିଲେ।

ଯୁବତୀଜଣଙ୍କ ମଣ୍ଡପ ବାହାର ଗେଟ ଖୋଲି ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେଠାରେ ଥିବା ଲୋକେ ତାହା ହେବାକୁ ଦେଇ ନଥିଲେ। ତେବେ ଯୁବକଜଣଙ୍କ ବିବାହରେ ଯେପରି ବାଧା ନ ଉପୁଜେ ସେ ନେଇ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share