Categories: ଫୁରସତ

ପ୍ରେମିକଙ୍କୁ ଛାଡ଼ି ୩୦ ଘୁଷୁରିଙ୍କ ସହ ଫେରାର ହୋଇଗଲେ ପ୍ରେମିକା

ପ୍ରତିଦିନ ସୋସିଆଲ ମିଡିଆରେ ଅଜବ ଘଟଣା ସବୁ ସାମ୍ନାକୁ ଆସୁଛି। ଏବେ ସେମିତି ଏକ ଅଜବ ଘଟଣା ଜାଣିବାକୁ ମିଳିଛି। ଜଣେ ପ୍ରେମିକା ୩୦ ଘୁଷୁରିଙ୍କୁ ନେଇ ଫେରାର ହୋଇଯାଇଛନ୍ତି। କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ। ପ୍ରେମିକଙ୍କ ଗୋଡ଼ ଭାଙ୍ଗିଯିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ପ୍ରେମିକା ପାଳିଥିବା ୩୦ ଘୁଷୁରିଙ୍କୁ ସାଥିରେ ଧରି କେଉଁଆଡ଼େ ଫେରାର ହୋଇଯାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରୁ ଆସିଛି। ଏଠାରେ ଲୁ ନାମକ ଜଣେ ବ୍ୟକ୍ତି ୪ ବର୍ଷ ଧରି ତାଙ୍କ ପ୍ରେମିକାଙ୍କ ସହିତ ଲିଭ୍‌-ଇନ୍‌ରେ ରହୁଥିଲେ। ହସ୍ପିଟାଲ ବେଡ୍‌ରେ ଥାଇ ଯେତେବେଳେ ସେ ଜାଣିବାକୁ ପାଇଲେ ତାଙ୍କ ପ୍ରେମିକା ୩୦ ଘୁଷୁରିଙ୍କୁ ନେଇ କେଉଁଆଡ଼େ ଚାଲିଯାଇଛନ୍ତି ତାଙ୍କ ପାଦତଳୁ ମାଟି ଖସିଗଲା।

ଲୁ ତାଙ୍କ ପ୍ରେମିକା ଜିଓଙ୍ଗଙ୍କ ବିଶ୍ୱାସଘାତକତା ବିଷୟରେ ଜାଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ଏ କଥା ଭାବୁଛି, ସେତେବେଳେ ମୁଁ ବହୁତ କ୍ଲାନ୍ତ ଅନୁଭବ କରୁଛି। ଲୁ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୨୦୧୯ରେ ସେ ଜିଓଙ୍ଗଙ୍କୁ ଭେଟିଥିଲେ। ତାଙ୍କ ପ୍ରେମରେ ପଡ଼ିବା ପରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ।

ଲୁ କହିଛନ୍ତି, ସାଧାରଣତଃ ଟଙ୍କାକୁ ନେଇ ଦୁହିଁଙ୍କର ବେଳେବେଳେ ମନୋମାଳିନ୍ୟ ହେଉଥିଲା। ଏହା ସତ୍ତ୍ୱେ ସେମାନେ ଏକତ୍ର ଖୁସିରେ ଜୀବନ ବିତାଉଥିଲେ। ଲୁ ତାଙ୍କ ପ୍ରେମିକାଙ୍କୁ ଯେତେବେଳେ ବିବାହ କରିବାକୁ କହିଲେ ସେ ସମ୍ପୂର୍ଣ୍ଣ ମନା କରିଦେଲେ। ଲୁ କହିଛନ୍ତି, ସେ ମୋତେ କୁହନ୍ତି, ମୁଁ ବିବାହ କରିବି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେଣୁ ତାଙ୍କୁ ବିବାହ ପାଇଁ ବାଧ୍ୟ କରିବାକୁ ଚାହୁଁ ନ ଥିଲି। ମୁଁ ହସ୍ପିଟାଲରେ ଥିବା ସମୟରେ ସେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ବାସ୍ତବ କଥା ହେଲା ଗତ ଜୁଲାଇରେ ଏହି ପ୍ରେମୀଯୁଗଳ ଘୁଷୁରି ପ୍ରଜନନ ବ୍ୟବସାୟ ଆରମ୍ଭ ପାଇଁ ୮୦୦୦୦ ଜୁଆନ ଋଣ କରିଥିଲେ। ତେଣୁ ତାଙ୍କ ପ୍ରେମିକା ଏହି ଘୁଷୁରିମାନଙ୍କୁ ଧରି କେଉଁଆଡ଼େ ଚାଲିଯାଇଛନ୍ତି। ସେ ପ୍ରେମିକାଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ସୋସିଆଲ ମିଡିଆରେ କହିଛନ୍ତି।

Share